ବିବାହର ୧୯ ଦିନ ପରେ ପୁଲିସ କହି ଉଠାଇ ନେଲେ, ଏବେ ମିଳୁନି ପତ୍ତା
ନୂଆଦିଲ୍ଲୀ: ହଠାତ୍ ସକାଳୁ ଘରେ ପହଞ୍ଚିଲେ, ଆଉ ଆମେ ଉତ୍ତରପ୍ରଦେଶ କହି ପରିଚୟ ଦେଲେ । ନବବିବାହିତ ଦମ୍ପତିଙ୍କୁ ଉଠାଇ ନେଲେ । ଏଯାବତ ବର କନ୍ୟାଙ୍କ ମିଳୁନି ପତ୍ତା । ଏନେଇ ଥାନରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡର ମୋହନଗଡ଼ ଥାନା ବନ୍ଧା ଗାଁରୁ ସାମ୍ନାକୁ ଆସିଛି ଏଭଳି ଖବର । ୧୯ଦିନ ପୂର୍ବେ ବିବାହ କରିଥିବା ବର-କନ୍ୟାଙ୍କୁ କେହି ଅପହରଣ କରି ନେଇଥିବା ନେଇ ଅଭିଯୋଗ ହୋଇଛି ।
ଏହି ଗାଁର ନିତେଶ ନାମକ ଯୁବକଙ୍କ ଦୀର୍ଘଦିନ ଧରି ବିବାହ ହୋଇପାରୁନଥିଲା । ଝିଅ ଅଭାବ ରହିଥିବାବେଳେ ତାଙ୍କୁ ବିବାହ କରାଇବା ପାଇଁ ଅଭିଯୁକ୍ତ ପ୍ରତିଶୃତି ଦେଇଥିବାବେଳେ ଲକ୍ଷାଧିକ ଟଙ୍କା ନେଇଥିଲେ । ଆଉ ତାଙ୍କ ପାଇଁ କନ୍ୟା ମଧ୍ୟ ଠିକ୍ ହେଲା । ହେଲେ ବିବାହର ମାତ୍ର ୧୯ ଦିନରେ ସବୁ ସ୍ବପ୍ନ ଚୂରମାର ହୋଇଯାଇଛି । ସକାଳୁ ସକାଳୁ ଏକ ଉତ୍ତରପ୍ରଦେଶ ରେଜିଷ୍ଟ୍ରେସନ୍ ଥିବା ଗାଡ଼ି ଆସିଥିଲା ଏବଂ ସେମାନେ ନିଜକୁ ପୁଲିସ କହିଥିଲେ । ଗାଁ ଲୋକେ ବିରୋଧ କରିଥିବାବେଳେ ମଧ୍ୟ ସେମାନେ ବର-କନ୍ୟାଙ୍କୁ ଉଠାଇ ନେଇଥିଲେ । ତେବେ ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସେପଟେ ପରିବାର ଲୋକେ ସେମାନଙ୍କୁ ଉଠାଇ ନେଉଥିବା ସମୟର ଭିଡିଓ ମଧ୍ୟ କରିଥିଲେ । ଏହାସହ ଏନେଇ ସଙ୍ଗେ ସଙ୍ଗେ ସ୍ଥାନୀୟ ପୁଳିସକୁ ଜଣାଇଥିଲେ । ମାତ୍ର ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହାସହ ସେମାନଙ୍କ ପାଖରେ ଏନେଇ କୌଣସି ଖବର ନଥିବା ମଧ୍ୟ କହିଛନ୍ତି । ସ୍ଥାନୀୟ ପୁଳିସ ପାଖରେ ଖବର ନଥିବାବେଳେ କେମିତି ଅନ୍ୟ ପୁଳିସ ନେଲେ ଏହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ସ୍ଥାନୀୟ ଅଞ୍ଚଳରେ ଝିଅ କମ୍ ଥିବାବେଳେ ଦଲାଲ ଗ୍ୟାଙ୍ଗ ଉଠାଇ ନେଇ ଥାଇପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।