ବରଯାତ୍ରୀ ଯିବା ହେଲା କାଳ : ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
ସୁବର୍ଣ୍ଣପୁର, ୯।୭ : ବାହାଘର ବରଯାତ୍ରୀ ଯିବା ହେଲା କାଳ l ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟୁପାଲି ଗାଁ ନିକଟରେ ଦୁର୍ଘଟଣା ଘଟିଛି। ମୃତକ ଜଣକ ହେଲେ ଭୁବନେଶ୍ୱର ମହାକୁର ।
ବିନିକା ଥାନା ବଳାରଙ୍ଗା ଗାଁର ଭୁବନେଶ୍ୱର ମହାକୁର ଓ ଭରତ ମହାକୁର ବରଯାତ୍ରୀରେ ଯିବା ପାଇଁ ବାଇକରେ ଯାଉଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟୁପାଲି ଗାଁ ନିକଟରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇ ଫେରାର ମାରିଥିଲା I ଫଳରେ ୨ ଜଣ ବାଇକ ଆରୋହୀ ବାଇକ ଉପରୁ ଛିଟିକି ପଡ଼ିଥିଲେ I ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ଭୁବନେଶ୍ୱର ମହାକୁରଙ୍କୁ ମୃତ ଘୋଷଣା କରିଥିଲେ। ଭରତ ମହାକୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି I ଏପଟେ ଖବର ପାଇଁ ପୋଲିସ ମେଡିକାଲକୁ ପହଂଚି ଶବକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି I
ଆହୁରି ପଢନ୍ତୁ : ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ : ଧର୍ମେନ୍ଦ୍ର ପ୍ରଧାନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।