Welcome!

Unlock your personalized experience.
Sign Up

ବାହୁଡା଼ ଅପେକ୍ଷା ସୁନାବେଶ ବଡ଼ ଚ୍ୟାଲେଞ୍ଜ, ଭକ୍ତଙ୍କ ଭିଡକୁ ଦେଖି କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା

Jul 23, 2026 - 21:36
ବାହୁଡା଼ ଅପେକ୍ଷା ସୁନାବେଶ ବଡ଼ ଚ୍ୟାଲେଞ୍ଜ, ଭକ୍ତଙ୍କ ଭିଡକୁ ଦେଖି କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ, ୨୩।୭ :ବାହୁଡ଼ା ଅପେକ୍ଷା ସୁନାବେଶ ବଡ଼ ଚ୍ୟାଲେଞ୍ଜ । ସାଧାରଣତଃ ସୁନାବେଶରେ ୧୦ ଲକ୍ଷ ଭକ୍ତ ପୁରୀକୁ ଆସିଥାନ୍ତି।ରଥଯାତ୍ରା ବାହୁଡ଼ା ଏଵଂ ସମାବେଶକୁ ଦେଖି ଟ୍ରାଫିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛିବୋଲି କହିଛନ୍ତି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ରଥଯାତ୍ରା ଓଭରଲ୍ ଇନଚାର୍ଜ  ସୌମେନ୍ଦ୍ର ପ୍ରିୟଦର୍ଶୀ ।

ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଲା ସୁନାବେଶ । ସୁନାବେଶରେ ୧୦ ଲକ୍ଷ୍ ଉପରେ ଲୋକ ହେବେ । ତେଣୁ ପୋଲିସ ପାଇଁ ଟ୍ରାଫିକ ବଡ଼ ଚ୍ୟାଲେଞ୍ଜ। ଭୁବନେଶ୍ୱର, କଟକ, ବରହମପୁର ଭଳି ଜିଲ୍ଲାରୁ ସନ୍ଧ୍ୟାରେ ଅଧିକ ଲୋକଆସିବେ । ଯଦିଓ ପ୍ରାୟ ୮ ହଜାର ୫ ଶହ ଚାରି ଚକିଆ, ୩୦ ହଜାର ଦୁଇ ଚକିଆ, ବସ ପାଇଁ ତିନିଟା ପାର୍କିଂ କରାଯାଇଛି । ତଥାପି ଯେଉଁ ଉପଦେଶ ପୋଲିସ ଦ୍ୱାରା ଯାଉଛି ତାକୁ ମାନିବା ଉଚିତ୍ ବୋଲି ଅତିରିକ୍ତ ପୋଲିସ ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ଏସଏମଏସ ସହ ଏଲଇଡି, ଏଫଏମ ରେଡ଼ିଓ , ସୋସିଆଲ ମେଡ଼ିଆ ଏବଂ ଗଣମାଧ୍ୟମର ସହଯୋଗ ନିଆଯାଇଛି।ଯାହା ମାର୍ଗଦର୍ଶିକା ଦିଆଯାଇଛି ତାକୁ ମାନିବା ପାଇଁ ପୋଲିସର ଅନୁରୋଧ । ଉତ୍ତର ଛକ, ଲିଙ୍ଗିପୁର ଭଳି ସ୍ଥାନରେ ଏଲ ଇ ଡି ରେ ସୂଚନା ଦେବା ପୋଲିସ। ବର୍ଷା ହେଲେ ରୋଡ ସାଇଡରେ ପାର୍କିଂ କରିବୁ । ୨୦ ପ୍ଲାଟୁନ ଟ୍ରାଫିକ ଫୋର୍ସ ମୁତୟନ ରହିବେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ଆହୁରି ପଢନ୍ତୁ : ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନୂତନ ପଦବୀକୁ ମଞ୍ଜୁରୀ, ନିଯୁକ୍ତ ହେବେ ପ୍ରଫେସର, ଆସୋସିଏଟ ପ୍ରଫେସର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।