Welcome!

Unlock your personalized experience.
Sign Up

ବାଲୁକା କଳାରେ ନୀଳାଦ୍ରି ବିଜେ ଓ ରସଗୋଲା ଦିବସର ଶୁଭେଚ୍ଛା ବାର୍ତ୍ତା

Jul 27, 2026 - 09:28
ବାଲୁକା କଳାରେ ନୀଳାଦ୍ରି ବିଜେ ଓ  ରସଗୋଲା ଦିବସର ଶୁଭେଚ୍ଛା ବାର୍ତ୍ତା

ପୁରୀ, ୨୭/୦୭: ମହାପ୍ରଭୁଙ୍କ  ନୀଳାଦ୍ରି ବିଜେ ଅବସରରେ ପାଳିତ  ହେବ ରସଗୋଲା ଦିବସ । ଏହା  ପୂର୍ବରୁ ରବିବାର ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୭ ଫୁଟ ଉଚ୍ଚତାର ଏକ ବାଲୁକା କଳାକୃତି ନିର୍ମାଣ କରି ରସଗୋଲା ଦିବସର ଶୁଭେଚ୍ଛା  ବାର୍ତ୍ତା ଦେଇଛନ୍ତି । ନୀଳାଦ୍ରି ବିଜେ  ଦିନ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରି  ମା'ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପାଇଁ  ତାଙ୍କୁ ରସଗୋଲା ଅର୍ପଣ କରନ୍ତି ।

ଅଧିକ ପଢ଼ନ୍ତୁ :-  Rasagola controversy : ଅଗଷ୍ଟ ୬ରେ ଶେଷ ଶୁଣାଣି, ନଲଢିଲେ ଜିଆଇ ପ୍ରମାଣପତ୍ର ଧରି ବସିଥିବ ଓଡ଼ିଶା, ବଙ୍ଗଳା ହାତକୁ ଚାଲିଯିବ ରସଗୋଲା ! 

 ବାଲୁକା କଳାରେ ମହାପ୍ରଭୁ ରଥଯାତ୍ରାରୁ ଫେରିବା ପରେ ମା' ଲକ୍ଷ୍ମୀଙ୍କୁ ରସଗୋଲା  ଅର୍ପଣ କରୁଥିବା ଦୃଶ୍ୟକୁ ଜୀବନ୍ତ ଭାବେ  ଉପସ୍ଥାପନ କରାଯାଇଛି । ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀଙ୍କ  ସହଯୋଗରେ ଏହି କଳାକୃତି ନିର୍ମାଣ  କରାଯାଇଛି । ଏହି ଅବସରରେ ସୁଦର୍ଶନ  କହିଛନ୍ତି, ରସଗୋଲା ଦିବସ ହେଉଛି  ଓଡ଼ିଶାର ଗୌରବମୟ ଜଗନ୍ନାଥ ସଂସ୍କୃତି,  ପ୍ରେମ, ଏକତା ଓ କ୍ଷମା ବାର୍ତ୍ତାର ଉତ୍ସବ ।  ମାନଭଞ୍ଜନ ପରମ୍ପରା ଆମକୁ ସହାନୁଭୂତି  ଓ ସମନ୍ୱୟର ମହତ୍ତ୍ୱ ଶିଖାଇଥାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।