Supplementary Result: ଅଗଷ୍ଟ ପ୍ରଥମ ସପ୍ତାହରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଫଳ, ଅନ୍ତିମ ପର୍ଯ୍ୟାୟରେ ଡିଜିଟାଲ୍ ଭାଲୁଏସନ୍
କଟକ,୨୭/୦୭: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ । ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍(ଏସ୍ଓଏସ୍ସି) ପରୀକ୍ଷା ଫଳ ମଧ୍ୟ ଏକ ସମୟରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ସୂତ୍ରରୁ ସୂଚନା ମିଳିଛି ।
ଅବଜେକ୍ଟିଭ୍ ଓ ସବଜେକ୍ଟିଭ୍ ଉତ୍ତର ଖାତାଗୁଡ଼ିକର ଡିଜିଟାଲ୍ ଭାଲୁଏସନ୍ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସବଜେକ୍ଟିଭ୍ ଉତ୍ତର ଖାତାର ମୂଲ୍ୟାୟନ ପ୍ରଥମ ଥର ପାଇଁ ଅନ୍ ସ୍କ୍ରିନ୍ରେ କରାଯାଇଛି । ତେଣୁ ମୂଲ୍ୟାୟନକାରୀମାନେ ନାଲି ପେନ୍ରେ ଭୁଲ୍ ଠିକ୍ ବାଛି ନମ୍ବର ଦେବା ବଦଳରେ ଲାପ୍ଟପ୍ର ସ୍କ୍ରିନ୍ ଉପରେ ମାଉସ୍ରେ କ୍ଲିକ୍ କରି ରେଡ୍ ମାର୍କ ଦେଉଛନ୍ତି । ଡିଜିଟାଲ୍ ଭାଲୁଏସନ୍ କଟକ, ଭୁବନେଶ୍ୱର ଓ ସମ୍ବଲପୁରରେ ଚାଲିଛି । ୪ ଶହ ଶିକ୍ଷକ ଏହି ଡିଜିଟାଲ୍ ଭାଲୁଏସନ୍ରେ ସାମିଲ୍ ଅଛନ୍ତି ।
ଅଧିକ ପଢ଼ନ୍ତୁ :- Son evicts father : ଘରୁ ତଡ଼ିଦେଲେ ପୁଅବୋହୂ, ୧୫ ଦିନ ହେଲା ବସ୍ଷ୍ଟପ୍ରେ ବସି ଭାଗ୍ୟକୁ ନିନ୍ଦୁଛନ୍ତି ବୃଦ୍ଧ
ସୂଚନାଥାଉକି, ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ଏସ୍ଓଏସ୍ସି ପରୀକ୍ଷା ପାଇଁ ରାଜ୍ୟରେ ୨୪ ହଜାର ୪୭୦ ଜଣ ଆବେଦନ କରିଥିଲେ । ୩୦ଟି ଯାକ ଜିଲ୍ଲାରେ ୨୫୧ଟି କେନ୍ଦ୍ରରେ ୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ଏସ୍ଓଏସ୍ସି ପରୀକ୍ଷା ୧୨ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଇଥିଲେ । ଏବେ ରାଜ୍ୟରେ +୨ ଆଡ ମିସନ୍ ପ୍ରକ୍ରିୟା ଚାଲିଛି । ଜୁଲାଇ ୯ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଏବେ ସୁଦ୍ଧା ଦୁଇଟି ପର୍ଯ୍ୟାୟ ଶେଷ ହୋଇଛି । ଅଗଷ୍ଟ ମାସ ପ୍ରଥମ ସପ୍ତାହ ବେଳକୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଫଳ ଓ ଏସ୍ଓଏସ୍ସି ପରୀକ୍ଷା ପ୍ରକାଶ ପାଇଲେ ଏଥିରେ କୃତ କାର୍ଯ୍ୟ ପରୀକ୍ଷାର୍ଥୀ ଡିଜିଟାଲ୍ ସାର୍ଟିଫିକେଟ୍ ପାଇ ଶେଷ ପର୍ଯ୍ୟାୟରେ +୨ରେ ଆଡ ମିସନ କରିବାର ସୁଯୋଗ ପାଇପାରିବେ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।