Welcome!

Unlock your personalized experience.
Sign Up

ବାରିପଦା ମେଡିକାଲ କଲେଜର ୫ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

Jul 27, 2026 - 22:57
ବାରିପଦା ମେଡିକାଲ କଲେଜର ୫ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ବାରିପଦା, ୨୭। ୭ : ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଅଘଟଣ। କଲେଜର ୫ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା । ସୋମବାର ସନ୍ଧ୍ୟାରେ ମେଡିକାଲ ପରିସରରେ ହଠାତ୍ ଚିତ୍କାର ଶବ୍ଦ ଶୁଭିଥିଲା। ପରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ତଳେ ପଡ଼ିଥିବାରୁ ଦେଖିବାକୁ ପାଇଥଲେ କର୍ମଚାରୀ।

ଖବର ପାଇ ଘଟଣାସ୍ଥଳରେ ମେଡିକାଲ କଲେଜର ସୁପରିଣ୍ଟେଣ୍ଡଣ୍ଟ ଏବଂ ଅନ୍ୟାନ୍ୟ କର୍ମଚାରୀ ପହଞ୍ଚିଥିଲେ।ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ଅନୁମାନ କରୁଛି। ଯୁବକ ଜଣକ ଚିକିତ୍ସା ପାଇଁ ମେଡିକାଲ କଲେଜକୁ ଆସିଥିବା ଜଣାପଡିଛି।

ଆହୁରି ପଢନ୍ତୁ : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।