ପୁଣି କେବେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ ବୈଭବ ?
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବ୍ୟାଟିଂ ସେନ୍ସେସନ୍ ବୈଭବ ସୂର୍ଯ୍ୟବଂଶୀ ଏବେ ସବୁ କ୍ରୀଡ଼ାପ୍ରେମୀଙ୍କ ମନ ଜିଣିଛନ୍ତି । ନିଜର ବିସ୍ଫୋରକ ପାଳି ବଳରେ ଫ୍ୟାନ୍ସଙ୍କ ହୃଦୟରେ ଅଧିକାର କରିଛନ୍ତି ସ୍ବତନ୍ତ୍ର ସ୍ଥାନ । ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଲୋକଲୋଚନକୁ ଆସିଥିବା ଏହି ୧୫ ବର୍ଷୀୟ ବାଳକ ଟିମ୍ ଇଣ୍ଡିଆରେ ଏବେ ରାଜ୍ କରୁଛନ୍ତି । ଜିମ୍ବାଓ୍ବେ ବିପକ୍ଷରେ ଦୁଇଟି ଅର୍ଦ୍ଧଶତକ ହାସଲ କରିବା ସହ ସିରିଜର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି । ୩ ମ୍ୟାଚରୁ ଦୁଇଟି ଅର୍ଦ୍ଧଶତକ ହାସଲ କରିବା ସହ ପ୍ଲେୟାର ଅଫ୍ ଦ ସିରିଜ୍ ହୋଇଥିଲେ । ତେବେ ତାଙ୍କ ବ୍ୟାଟିଂ କରିବାର ଶୈଳୀକୁ କ୍ରୀଡ଼ାପ୍ରେମୀ ବେଶ ଭଲ ପାଇବା ଦେଉଛନ୍ତି । ତେବେ ସେ ପରବର୍ତ୍ତୀ ମ୍ୟାଚ୍ କେବେ ଖେଳିବେ ଏହାକୁ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ରହିଛି ।
ଜିମ୍ବାୱେ ପରେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଭିଯାନ ଶ୍ରୀଲଙ୍କା ଗସ୍ତ (ଟେଷ୍ଟ ସିରିଜ୍) ଅଛି। କିନ୍ତୁ ଭୈବବ ବର୍ତ୍ତମାନ ଟେଷ୍ଟ କ୍ରିକେଟ୍ ଯୋଜନାରେ ସାମିଲ ନଥିବାରୁ, ସେ ଏହି ସିରିଜର ଅଂଶବିଶେଷ ହେବେ ନାହିଁ। ରିପୋର୍ଟ ଏବଂ ସୂଚୀ ଅନୁଯାୟୀ, ଭୈବବ ସୂର୍ଯ୍ୟବଂଶୀଙ୍କ ପରବର୍ତ୍ତୀ ବଡ଼ ମଞ୍ଚ ଆସନ୍ତା ସେପ୍ଟେମ୍ବର ୨୪, ୨୦୨୬ରୁ ଜାପାନର ଆଇଚି ପ୍ରିଫେକ୍ଚରରେ ଆରମ୍ଭ ହେବାକୁ ଥିବା 'ଏସୀୟ କ୍ରୀଡ଼ା' (Asian Games) ହୋଇପାରେ, ଯେଉଁଠାରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ସିଧାସଳଖ କ୍ୱାର୍ଟରଫାଇନାଲରୁ ଅଭିଯାନ ଆରମ୍ଭ କରିବ। ଏହି ସମୟରେ ବୈଭବଙ୍କୁ ଦଳରେ ଖେଳିବାର ମିଳିପାରେ ସୁଯୋଗ ।
ଏହାପରେ, ଚଳିତ ବର୍ଷ ଅକ୍ଟୋବର ୨୦୨୬ରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଘରୋଇ ମଇଦାନରେ ତିନୋଟି ଦିନିକିଆ ଏବଂ ପାଞ୍ଚଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୬ରେ ଲକ୍ଷ୍ନୌର ଖେଳାଯିବ । ୫ଟି ଟି-୨୦ ଖେଳାଯିବାକୁ ଥିବାବେଳେ ବୈଭବଙ୍କୁ ଦଳରେ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଚୟନ କମିଟି କ’ଣ ନିଷ୍ପତ୍ତି ନେଉଛନ୍ତି ଏହା ଉପରେ ସମସ୍ତଙ୍କ ନଜର ରହିଛି ।
ଏହାସହ ପଢ଼ନ୍ତୁ : ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମାଙ୍କୁ ନେଇ ଟିମ୍ ଇଣ୍ଡିଆରେ ଦ୍ୱନ୍ଦ୍ୱ! ଉଠିଲା 'ଗମ୍ଭୀର' ପ୍ରଶ୍ନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।