06 JULY 2026

Welcome!

Unlock your personalized experience.
Sign Up

ବର୍ଷା ସମ୍ଭାବନା : ସୋମବାର କଟକ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି

Jul 05, 2026 - 23:15
ବର୍ଷା ସମ୍ଭାବନା : ସୋମବାର କଟକ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ବର, ୭।୫ : ରାଜ୍ୟରେ ସକ୍ରିୟ ଥିବା ଲଘୁଚାପର ପ୍ରଭାବରେ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଏହି ଛୁଟି ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ସହ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ପାଇଁ ଘୋଷଣା କରାଯାଇଛି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

କଟକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଏହି ପଦକ୍ଷେପ ନିଆଯାଇଛି। ବର୍ଷା ଯୋଗୁଁ ସହର ଓ ଗ୍ରାମାଞ୍ଚଳର ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ସହ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ରହିଛି।

କେବଳ ଶିକ୍ଷାନୁଷ୍ଠାନ ବନ୍ଦ ନୁହେଁ, ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ନଦୀଘାଟରୁ ବାଲି ଉଠାଣ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଏହାସହ ଜିଲ୍ଲାବାସୀଙ୍କୁ ନଦୀ, ପୋଖରୀ, ଜଳାଶୟ ଏବଂ ବନ୍ଧ ନିକଟକୁ ଅଯଥା ନଯିବା ପାଇଁ କଡ଼ା ପରାମର୍ଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ସମସ୍ତ ବିଭାଗକୁ ସତର୍କ ରହିବା ସହ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି 

ଆହୁରି ପଢନ୍ତୁ : ମହାନଦୀରେ ଭାସିଗଲେ ୩ ଯୁବକ : ୨ ଉଦ୍ଧାର, ଜଣେ ନିଖୋଜ