09 JULY 2026

Welcome!

Unlock your personalized experience.
Sign Up

ବଢ଼ିଲା ପିଆଜ ଦର ; ଦୁଇ ଦିନ ଭିତରେ ୩୦ରୁ ବଢ଼ି ୪୫ରେ ବିକ୍ରି ହେଉଛି

Jul 09, 2026 - 18:01
ବଢ଼ିଲା ପିଆଜ ଦର ; ଦୁଇ ଦିନ ଭିତରେ ୩୦ରୁ ବଢ଼ି ୪୫ରେ ବିକ୍ରି ହେଉଛି

ଭୁବନେଶ୍ବର,୯/୭ : ବଢ଼ିଲା ପିଆଜ ଦର । ଗତ ୨ ଦିନ ଭିତରେ ଦର ୩୦ ରୁ ବଢ଼ି ୪୦ ଓ ୪୫ ଟଙ୍କାରେ ବିକ୍ରି ହେଉଛି । ପିଆଜ ସାଧାରଣ ଭାବେ ସବୁଦିନ ରୋଷେଇ ଘରେ ଆବଶ୍ୟକତା ରହିଛି । ତେଣୁ ୧କିଲୋ ଜାଗାରେ ଅଧା କିଲୋ କିଣିବାକୁ ପଡୁଛି । ଦୈନନ୍ଦିନ ଜୀବନରେ ସବୁ ନିତ୍ୟ ବ୍ୟବହାର ଜିନିଷର ଦାମ ବଢ଼ିଲେ ଯେତିକି ବାଧୁଛି ତା’ଠାରୁ ଅଧିକ କଷ୍ଟ ଆଳୁ ପିଆଜର ଦାମ୍ ବୃଦ୍ଧି ବୋଲି କୁହନ୍ତି ଗ୍ରାହକ ।

ଏଥିରେ ଦୋକାନୀ ବିଶେଷ ଲାଭ ନାହିଁ । ବେପାରୀ କିଲୋ ପିଛା ୩୩ଟଙ୍କାରେ କିଣୁଥିବାବେଳେ ପରିବହନ ବାବଦକୁ ୫ଟଙ୍କା ଓ ବସ୍ତାରେ ଆସୁଥିବା ପିଆଜ ଅଧ ପଚା ପଡୁଥିବା ଯୋଗୁଁ ସେହି ପିଆଜ ବଛା ବାବଦକୁ ୧ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ଦୋକାନୀ କିଲୋ ପିଛା ୪୦ଟଙ୍କାରେ ବିକିଲେ ୧ଟଙ୍କା ଲାଭ ପାଉଛି । ବର୍ତ୍ତମାନ ସମୟରେ ପିଆଜ ଦାମ୍ ଟିକେ ଉଚା ରୁହେ । ନୂଆ ପିଆଜ ଆସିବାକୁ ଆହୁରି ସମୟ ଅଛି । ଏ ସବୁ ପିଆଜ କୋଲ୍ଡ ଷ୍ଟୋରେଜ ପିଆଜ । ତେଣୁ ଦାମ୍ ଅଧିକ ରହିବ, ଆଗକୁ ଆହୁରି ଅଧିକ ହୋଇପାରେ ଯୁଦ୍ଧକୁ ବର୍ଷା । ଏ ଦୁଇଟି ଅବସ୍ଥା ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରୁଛି ବୋଲି କୁହନ୍ତି ଆଳୁ ପିଆଜ ସଂଘ ସଭାପତି ଶକ୍ତି ଶଙ୍କର ମିଶ୍ର ।

ସେ ଆହୁରି କହିଛନ୍ତି, ଅଦିନିଆ ବର୍ଷା ଯୋଗୁଁ ନାସିକ ଜିଲ୍ଲାରେ ଫସଲ ୨୦% ନଷ୍ଟ ହେଇଛି । ଅନ୍ୟପକ୍ଷରେ ଏମପିର ଇନ୍ଦୋରରେ ପିଆଜ ନଷ୍ଟ ହୋଇଛି । ଅହମ୍ମଦନଗରରେ ପିଆଜ ଅଛି, ଅହମ୍ମଦନଗରରେ ବର୍ତ୍ତମାନ ହୋଲସେଲରେ ୨୨ଟଙ୍କାରୁ ୨୮ଟଙ୍କା ରହିଛି । ୩୦ଟଙ୍କା ପର୍ଯ୍ୟନ୍ତ ରହିଛି । ଆମେ ଏଠି ବର୍ତ୍ତମାନ ହୋଲସେଲରେ ୩୦ରୁ ୩୨ଟଙ୍କା ବିକ୍ରି ହେଉଛି । ୫୦ଟଙ୍କା କାହିଁକି ହେଲା ସେ କଥା ଆମେ କହିବା ପ୍ରଶ୍ନ ନାହିଁ । ୩୦ରୁ ୩୨ଟଙ୍କା ଭିତରେ ଯଥେଷ୍ଟ ପରିମାଣରେ ଭଲ ପିଆଜ ଅଛି । ଆଇନ ଅନୁଗତ ହେଉଛି । ଆପଣ ଯେଉଁ ବଢିଯିବା କଥା କହୁଛନ୍ତି ଏତିକି ଆମେ କହିବୁ ଖୋଲା ବଜାରର ନିୟନ୍ତ୍ରଣ କରିବା ଦାୟିତ୍ୱ ସରକାରଙ୍କର । ଯେହେତୁ ପାଇକାରୀ ଦର ବଢିଛି, ଖୋଲା ବଜାରରେ ବଢିବା ସ୍ଵାଭାବିକ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ପାଇକାରୀ ୩୦ ଟଙ୍କା ବଜାରରେ ୫୦ ଟଙ୍କା ହେବ। ଆମେ କ’ଣ କରିପାରିବା ? ଚାଷୀ ତ ଚାଷ କରୁନାହିଁ ଓଡିଶାରେ। ବାହାର ରାଜ୍ୟରୁ ଆସିଲେ ଆମେ ଖାଇବା। ବାହାର ରାଜ୍ୟରେ ଦର ବଢିଲେ ଦର ବଢିବା ସ୍ୱଭାବିକ। ଆମେମାନେ ତ ବ୍ୟବସାୟୀ ବାହାରୁ ଆଣିକି ବିକ୍ରି କରୁଥିବୁ। ପିଆଜ ଦର ନିୟନ୍ତ୍ରଣ କିଛି କରି ହେବନି । ତାର କାରଣ ହେଉଛି ଯେ ପର୍ଯ୍ୟନ୍ତ ମୂଳ ଯେଉଁଠି ଆଉ ପିଆଜ ସୋର୍ସ ପଏଣ୍ଟରେ ଦର ନ କମିଲେ ଏଠି ଦର କମିବନି । ଆମେ ଅନୁମାନ କରୁଛୁ ପ୍ରାୟ ଅକ୍ଟୋବର ମାସ ବେଳକୁ ପିଆଜ ଫସଲ ପରିବର୍ତ୍ତନ ଆସିପାରେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।