Welcome!

Unlock your personalized experience.
Sign Up

ବଡଦାଣ୍ଡରେ ଅଟକିଲେ ୩ ଠାକୁର , ଆସନ୍ତାକାଲି ଟଣା ହେବ ରଥ

Jul 16, 2026 - 20:26
ବଡଦାଣ୍ଡରେ ଅଟକିଲେ ୩ ଠାକୁର , ଆସନ୍ତାକାଲି ଟଣା ହେବ ରଥ

ପୁରୀ,୬।୭:ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ମାଉସୀ ମାମନ୍ଦିର ଅଭିମୁଖେ ବାହାରିଲେ ବଡଠାକୁର। ସିଂହଦ୍ୱାର ଛାଡି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥପରମ୍ପରା ଅନୁସାରେ ପ୍ରଥମେ ବଳଭଦ୍ରଙ୍କ ରଥଟଣା ଯାଇଛି। ରଥରେ ଅଶ୍ୱ ଯୋଖା ହେବା ପରେ ତାଳଧ୍ୱଜ ରଥଟଣା ହୋଇଥିଲାରଥ ଟଣା ବେଳେ ଘଣ୍ଟ, ଘଣ୍ଟା ଏବଂ ହରିବୋଲରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା। ଭକ୍ତ ଶ୍ରଦ୍ଧାର ସହିତ ରଥ ଟାଣି ନେଇଥିଲେ।

ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଭକ୍ତମାନେ ଆନନ୍ଦ ଉଲ୍ଲାସରେ ଟାଣିଥିଲେ। ଶେଷରେ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥଟଣା ହୋଇଥିଲା।ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବି ଟାଣିଥିଲେ ନନ୍ଦିଘୋଷ ରଥ । ରଥଟଣା ବେଳେ ଲକ୍ଷାଧିକ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ଶ୍ରୀକ୍ଷେତ୍ର।

୩ ରଥ ବଡଦାଣ୍ଡରେ ଅଟକି ରହିଛି।ମାର୍କେଟ ଛକରେ ତାଳଧ୍ବଜ ରଥ, ମରିଚିକୋଟ ନିକଟରେ ଦର୍ପଦଳନ ଅଟକି ଥିଲା। ସେହିପରି ନନ୍ଦିଘୋଷ ରଥ ହାତେ ଗଡି ଅଟକିଥିଲା।ଆସନ୍ତାକାଲି ପୁଣି ରଥଟଣା ହେବ।ଗତ ବର୍ଷ ଭଳି ବଳଭଦ୍ରଙ୍କ ରଥ ମୋଡ ନେଇ ନାହିଁ

ରଥ ଗଡିବା ପୂର୍ବରୁ ଗଜପତି ମହାରାଜା ଦିବ୍ୟ ସିଂହଦେବ ସୁବର୍ଣ୍ଣ ଖଡ଼ିକାରେ ଛେରା ପହଁରା ନୀତି କରିଥିଲେ।ପରମ୍ପରା ଅନୁଯାୟୀ ଗଜପତି ମହାରାଜା ତିନିରଥରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ସୁବର୍ଣ୍ଣଖଡ଼ିକାରେ ଛେରା ପହଁରା କରି ଏହି ପବିତ୍ର ନୀତି ସମ୍ପାଦନ କରିଥିଲେ।

ଆହୁରି ପଢନ୍ତୁ : ପହଣ୍ଡିରେ 'ଟାହିଆ'ଶୂନ୍ୟ ମହାପ୍ରଭୁ, ଓଡ଼ିଆ ଜାତିର ଭାବାବେଗକୁ ଆଘାତ, ଅଶୁଭ ସଂକେତ କି ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।