04 AUGUST 2026

Welcome!

Unlock your personalized experience.
Sign Up

ବଜ୍ରପାତ ବେଳେ ମୋବାଇଲ ଦେଖୁଥିଲେ, ଫାଟି ଯିବାରୁ ଲୁଗା ଦୋକାନୀ ଗୁରୁତର

Aug 04, 2026 - 19:44
ବଜ୍ରପାତ ବେଳେ ମୋବାଇଲ ଦେଖୁଥିଲେ, ଫାଟି ଯିବାରୁ ଲୁଗା ଦୋକାନୀ ଗୁରୁତର

ଆନନ୍ଦପୁର, ୪।୮ : ବଜ୍ରପାତ ସମୟରେ ମୋବାଇଲ ଦେଖୁଥିଲେ। ହଠାତ ମୋବାଇଲଟି ଫାଟିଯାଇଥିଲା। ଏଥିରେ ଜଣେ ଗୁରୁତର ହୋଇଛି। ଘସିପୁରା ଥାନା ଅନ୍ତର୍ଗତ ସୁରୁସୁଡ଼ିଆ ବାଇପାସ ରାସ୍ତା କଡ଼ରେ ଥିବା ଏକ ଲୁଗା ଦୋକାନରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ଆହତ ଦୋକାନୀଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଦୋକାନୀ ଫିରୋଜ ଅଲ୍ଲି ମଧ୍ଯାନ୍ନ ସମୟରେ ଦୋକାନରେ ବସି ମୋବାଇଲ୍ ଦେଖୁଥିଲେ । ଏହି ସମୟରେ ହଠାତ୍ ବଜ୍ରପାତ ଘଟିବାରୁ ମୋବାଇଲ୍ ଫାଟି ଯାଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ସ୍ଥାନିୟ ଲୋକେ ସେଠାରୁ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତି କରିଛନ୍ତି । ମଧ୍ଯାନ୍ନରେ ପ୍ରାୟ ଅଧଘଣ୍ଟାଏ କାଳ ଆନନ୍ଦପୁର ଅଞ୍ଚଳରେ ପ୍ରବଳ ବେଗରେ ତୁହାକୁତୁହା ବଜ୍ରପାତ ଦେଖିବାକୁ ମିଳିଥିଲା ।

ଆହୁରି ପଢନ୍ତୁ : ପିଇବା ପାଇଁ ପାଣି ମାଗିଲେ, ଘରେ ପଶି ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।