03 JULY 2026

Welcome!

Unlock your personalized experience.
Sign Up

ପୁରୀ ରେଳଷ୍ଟେସନରେ ଛୁରୀ ଦେଖାଇ ଯାତ୍ରୀଙ୍କ ଠାରୁ ଲୁଟ୍, ଜଣେ ଗିରଫ

Jul 02, 2026 - 21:04
ପୁରୀ ରେଳଷ୍ଟେସନରେ ଛୁରୀ ଦେଖାଇ ଯାତ୍ରୀଙ୍କ ଠାରୁ ଲୁଟ୍, ଜଣେ ଗିରଫ

ପୁରୀ, ୭।୨ : ପୁରୀ ରେଳଷ୍ଟେସନରେ ବଟି ଆଦାୟ ଅଭିଯୋଗରେ ଜଣେ ଗିରଫ। ଛୁରୀ ଦେଖାଇ ଯାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରିବା ଅଭିଯୋଗରେ ଜଣେ ଦୁର୍ବୁତ୍ତକୁ ଗିରଫ କରିଛି ପୁରୀ ଜିଆରପି। ଗିରଫ ଅଭିଯୁକ୍ତ ଜଣକ ସତ୍ୟବାଦୀ ଅଞ୍ଚଳର ମାନସ କୁମାର ସାହୁ। ଅଭିଯୁକ୍ତ ଠାରୁ ୫୫ ହଜାର ନଗଦ ଟଙ୍କା, ଗୋଟିଏ ଛୁରୀ ସହିତ ଡେବିଟ କାର୍ଡ ଏବଂ ମୋବାଇଲ୍ ଫୋନ୍ ଜବତ କରିଛି ଜିଆରପି। ଅଭିଯୁକ୍ତ କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

ଗୁରୁବାର ସକାଳେ ଜିଆରପି ଓ ଆରପିଏଫ ଷ୍ଟାଫ୍ ଡ୍ୟୁଟି କରୁଥିବା ସମୟରେ ରେଳଷ୍ଟେସନର ୧ ନଂ ପ୍ଲାଟଫର୍ମ ନିକଟ ପାର୍ସଲ ଅଫିସ ନିକଟରେ ଅଭିଯୁକ୍ତ ମାନସ ଛୁରୀ ଦେଖାଇ ଯାତ୍ରୀଙ୍କୁ ଭୟଭୀତ କରାଇବା ସହ ବଟି ଆଦାୟ କରୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସମ୍ପୃକ୍ତ ଯୁବକକୁ ଜିଆରପି ଗିରଫ କରି ପଚରାଉଚୁରା ଆରମ୍ଭ କରିଥିଲେ। ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ବୀକାର କରିବା ପରେ ପୋଲିସ ତାକୁ କୋର୍ଟ ଚାଲାଣ କରିଛି।

ଆହୁରି ପଢନ୍ତୁ : ବିଇଓଙ୍କୁ କଡ଼ା ନିର୍ଦ୍ଦେଶ, ୭ ଦିନ ଭିତରେ ବିଦ୍ୟାଳୟର ବିଦ୍ୟୁତ ବକେୟା ପୈଠ ନ ହେଲେ କାର୍ଯ୍ୟାନୁଷ୍ଠାନ