ପାର୍ଟିରେ ଫସିଥିବା ୧୭ ବର୍ଷୀୟ ଝିଅ ରାତି ୨ଟାରେ ମାଆଙ୍କୁ କଲା ଫୋନ୍, କହିଲା....
ନୂଆଦିଲ୍ଲୀ: ସମୟ ରାତି ୨ଟା ଆଉ ଝିଅ ଯଦି ଫୋନ୍ କରେ ମାମା ଶୀଘ୍ର ଆସ । ମୁଁ ଫସିଯାଇଛି, ମୋତେ ନେଇଯାଅ । ଜଣେ ମାଆ କେମିତି ଅନୁଭବ କରିବେ ଏବଂ ଭୟଭୀତ ହେବେ ତାହା ଆପଣ ଭଲଭାବେ ବୁଝିପାରୁଥିବେ । କୁହାଯାଏ କି, କିଶୋର ବୟସରେ ପିଲାମାନେ ଅଧିକ ଦୁଷ୍ଟାମୀ କରିଥାନ୍ତି । ବାପା-ମାଆଙ୍କୁ ଲୁଚାଇ ଭୁଲ୍ କରିବସନ୍ତି । ଘରେ ଯେତେ ବୁଝାଇଲା ପରେ ମଧ୍ୟ ସେମାନେ କିଛି ଶୁଣିନଥାନ୍ତି । ତେବେ ସେମାନେ କେମିତି ଭୁଲ୍ କରିବା ଛାଡ଼ିବେ ? ସବୁ କଥା କରିବା ପୂର୍ବରୁ ନିଜର ବାପା ମାଆଙ୍କୁ ଜଣାଇବେ ?
ଶିଶୁ ରୋଗ ବିଶେଷଜ୍ଞ ପବନ ମାଣ୍ଡଭ୍ୟ ଏକ ଉଦାହରଣ ଦେଇଛନ୍ତି । ସେ ପିଲାଙ୍କ ମାନସିକତାକୁ ଠିକ୍ ଭାବେ ପିତା-ମାତା ବୁଝିବା ଉଦାହରଣ ଦେଇ କହିଛନ୍ତି କି, ଜଣେ ୧୭ ବର୍ଷୀୟ ଝିଅ ଏକ ପାର୍ଟିକୁ ଯାଇଥିବାବେଳେ ଫସି ଯାଇଛନ୍ତି । ଘରେ ମିଛ କହି ବାହାରକୁ ଚାଲିଯାଇଛନ୍ତି । ଆଉ ରାତି ୨ଟାରେ ନିଜ ମାଆଙ୍କୁ ଫୋନ୍ କରିଛନ୍ତି ମାମା ମୁଁ ପାର୍ଟିରେ ଫସିଯାଇଛି । ଏଠି କାହାକୁ ବି ବି ଚିହ୍ନିନି । ମୋତେ ଶୀଘ୍ର ଉଦ୍ଧାର କର । ଝିଅର ଫୋନ ପାଇବା ପରେ କାର ଧରି ଦେଇଥିବା ଠିକଣାରେ ପହଞ୍ଚି ଯାଇଥିଲେ ତାଙ୍କ ମାଆ । ଝିଅକୁ ସେଠାରୁ ଧରି ଗାଡ଼ିକୁ ଆଣିଲେ ।
ଝିଅଟି ଭୟଭୀତ ହୋଇଯାଇଥିଲା । ମାମା କାଳେ ମୋତେ ମାରିବେ । ମୋତେ କିଛି କହିବେ ଭାବି ଭାବି ଝିଅଟି ଡରି ଯାଇଥିଲା । ଆଉ କଣ ବାହାନା କରି ମିଛ କହିବ ତାହା ମଧ୍ୟରେ ଭାବି ନେଇଥିଲା । ମାତ୍ର ତାଙ୍କ ମାଆ ଝିଅକୁ ଗାଡ଼ିକୁ ଆଣିବା ପରେ କିଛି ବି ପଚାରି ନଥିଲେ । ଉଭୟ ଶାନ୍ତିରେ ଘରକୁ ଫେରିଥିଲେ । ଝିଅର ମନରେ ଭୟଥିଲା ଘରକୁ ଯିବାପରେ ମାମା ମୋତେ ମାରିବେ । କିନ୍ତୁ ତାଙ୍କ ମାଆ ଝିଅକୁ ପାଣି ପିଇବାକୁ ଦେଇଥିଲେ ଏବଂ ଶାନ୍ତିରେ ଶୋଇପଡ଼ ବୋଲି କହିଥିଲେ ।
ଝିଅଟି ଭାବିଥିଲା ପରଦିନ ବୋଧହୁଏ ମୋ ଉପରେ ମାଡ଼ ପଡ଼ିପାରେ । କିନ୍ତୁ ସେମିତି କିଛି ମଧ୍ୟ ହୋଇନଥିଲା । ଏମିତି ତାଙ୍କ ମାଆ କେବେ ମଧ୍ୟ ଏସମ୍ପର୍କରେ ଝିଅ ସହ ଆଲୋଚନା କରିନଥିଲେ । ଶେଷରେ ଝିଅଟି ଯେତେବେଳେ ବିବାହ କରିଥିଲା ଏବଂ ନିଜେ ମାଆ ବନିଥିଲା ସେ ବୁଝିପାରିଥିଲା କାହିଁକି ସେଦିନ ପିଲାକୁ କାହିଁକି ଗାଳି କରିବା ଏବେ ଭୁଲ୍ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି କି, ଏହା ହେଉଛି ପ୍ରକୃତ ଅର୍ଥ ଏମିତି ସବୁ ବାପା ମାଆଙ୍କୁ କରିବା ଉଚିତ୍ ।
ଏହାସହ ପଢ଼ନ୍ତୁ : Odisha Weather Update: ଆସୁଛି ବଡ଼ ବର୍ଷା, ଏହିସବୁ ଜିଲ୍ଲାରେ ପ୍ରବଳ ଛେଚିବ