Welcome!

Unlock your personalized experience.
Sign Up

ନିର୍ମାଣଧୀନ ବିଲ୍ଡିଂରୁ ଖସି ଦେହରେ ପଶିଲା ୪ଟି ଲୁହା ଛଡ, ୮ ଘଣ୍ଟାର ଜଟିଳ ଅପରେସନ୍ ପରେ ପାଇଲେ ଶ୍ରମିକ ପାଇଁ ନୂଆ ଜୀବନ

Jul 16, 2026 - 19:04
ନିର୍ମାଣଧୀନ ବିଲ୍ଡିଂରୁ ଖସି ଦେହରେ ପଶିଲା ୪ଟି ଲୁହା ଛଡ, ୮ ଘଣ୍ଟାର ଜଟିଳ ଅପରେସନ୍ ପରେ ପାଇଲେ ଶ୍ରମିକ ପାଇଁ ନୂଆ ଜୀବନ

ଲକ୍ଷ୍ନୌ,୧୬।୭: ଜୀବନ ମୃତ୍ୟୁ ସହ ସଂଗ୍ରାମ। ଦୀର୍ଘ ଘଣ୍ଟାର ଅପରେସନ୍ ପରେ ମୃତ୍ୟକୁ ଦେଲେ ମାତ୍। କିଙ୍ଗ ଜର୍ଜ ଚିକିତ୍ସା ବିଶ୍ବବିଦ୍ୟାଳୟ (KGMU)ର ଟ୍ରାମା ସେଣ୍ଟରର ଡାକ୍ତର ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ବାଦଶାହ ନଗରରେ ନିର୍ମାଣଧୀନ ବିଲ୍ଡିଂରୁ ଖସି ପଡିବା ପରେ ୨୩ ବର୍ଷୀୟ ଜଣେ ଶ୍ରମିକଙ୍କ ଶରୀରରେ ପଶି ଯାଇଥିଲା ଚାରୋଟି ଲୁହା ଛଡ । ଏହି ଲୁହାଛଡ ଶରୀରର ଆର-ପାରରେ ପଶି ଯାଇଥିବା କାରଣରୁ ପ୍ରାୟ ୮ ଘଣ୍ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ଜଟିଳ ଅପରେସନ୍। ଏହା ପରେ ଦେହରୁ ଛଡକୁ ସଫଳତାର ସହ ବାହର କରି ତାଙ୍କର ଜୀବନ ବଞ୍ଚାଯାଇଛି। ଏହି ସମୟରେ ରୋଗୀଙ୍କ ଫୁସଫୁସ, ଅମାଶୟ, ଛୋଟ ଅନ୍ତନଳୀ, ପ୍ଳିହା ଓ ମୁତ୍ରାଶୟ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଗଭୀର ରୂପରେ କ୍ଷତିଗ୍ରସ୍ତ ହୋଇଯାଇଥିଲା। ବର୍ତ୍ତମାନ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସେ ଆଇସିୟୁରେ ଡାକ୍ତରଙ୍କ ତଦାରଖରେ ଅଛନ୍ତି।

ଫାରୁଖାବାଦ ଜିଲ୍ଲାର ନାରୈୟା ଗ୍ରାମର ୨୩ ବର୍ଷୀୟ ଉମେଶ ଲକ୍ଷ୍ନୌରେ ଶ୍ରମିକ ଭାବରେ କାମ କରନ୍ତି। ଗତ ୧୩ ତାରିଖ ଭୋର ପ୍ରାୟ ୪ଟା ୩୦ ସମୟରେ, ବାଦଶାହା ନଗରରେ ଏକ ନିର୍ମାଣାଧୀନ କୋଠାରେ କାମ କରୁଥିବା ସମୟରେ, ସେ ତଳକୁ ଖସି ପଡିଥିଲେ। ଏହାପରେ ସିଧାସଳଖ ଧାରୁଆ ଲୁହା ରଡ୍ ଉପରେ ଯାଇ ପଡିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାଙ୍କ ଶରୀରରେ ଚାରୋଟି ଲୁହା ରଡ୍ ପଶିଗଲା। ସ୍ଥାନୀୟ ଲୋକମାନେ ସାହସ କରି ଏକ କଟର ସାହାଯ୍ୟରେ ରଡ୍ କାଟି ତାଙ୍କୁ ସକାଳ ପ୍ରାୟ ୫ଟା ୩୦ ମିନିଟ୍ରେ KGMU ଟ୍ରମା ସେଣ୍ଟରକୁ ନେଇଗଲେ।

ସିଟି ସ୍କାନ୍ ଦେଖି ଡାକ୍ତର ଆଶ୍ଚର୍ଯ୍ୟ

ହସ୍ପିଟାଲରେ ପହଞ୍ଚିବା ପରେ, ଉମେଶଙ୍କ ରକ୍ତଚାପ କ୍ରମାଗତ ଭାବରେ ହ୍ରାସ ପାଉଥିଲା ଏବଂ ପରିସ୍ରାରେ ରକ୍ତ ବାହାରୁଥିଲା। ସିଟି ସ୍କାନରୁ ଜଣାପଡ଼ିଥିଲା ଯେ ଚାରୋଟି ରଡ୍ ତାଙ୍କ ବାମ ନିତମ୍ବରେ ପ୍ରବେଶ କରି ପେଟ ଏବଂ ଛାତିକୁ ଭେଦ କରି ଶରୀରର ବିଭିନ୍ନ ଅଂଶରେ ପଶି ଯାଇଥିଲା। ଡାହାଣ କାନ୍ଧ ଏବଂ ବେକରୁ ତିନୋଟି ରଡ୍ ବାହାର କରାଯାଇଥିଲା। ଫୁସଫୁସ, ଡାୟାଫ୍ରାମ, ପେଟ, ଛୋଟ ଅନ୍ତନଳୀ, ପ୍ଳୀହା ଏବଂ ମୂତ୍ରାଶୟ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା।

ପ୍ରଫେସର ଡକ୍ଟର ସମୀର ମିଶ୍ରଙ୍କ ନେତୃତ୍ବରେ ଡକ୍ଟର ନରେନ୍ଦ୍ର କୁମାର ଓ ଟ୍ରାମା ସେଣ୍ଟରର ୧୪ ଜଣିଆ ଟିମ୍ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ। ଫୁସଫୁସରେ ପବନ ଓ ରକ୍ତ ଭରିବା ପୂର୍ବରୁ ଇଣ୍ଟରକଷ୍ଟଲ ଡ୍ରେନ୍ ପକାଯାଇଥିଲା। ସକାଳ ୭ଟା ବେଳେ ରୋଗୀଙ୍କୁ ଅପରେସନ୍ ଥିଏଟର ନିଆଯାଇଥିଲା। ଡାକ୍ତରଙ୍କ ଆଗରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ଏହି ଛଡ। କାରଣ ତାହା ତାଙ୍କର ହାର୍ଟ ଓ ବାମ ପଟର ଫୁସଫୁସ୍ ପାଖପାଖି ଥିଲା। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଅପରେସନ୍ ପ୍ରାୟ ଅପରାହ୍ନ ୩ଟା ୩୦ ମିନିଟରେ ସରିଥିଲା। ଏହି ସମୟରେ ରୋଗୀଙ୍କ ଦେହରେ ୭ ୟୁନିଟ୍ ବ୍ଲଡ ଏବଂ ୨ଟି ପ୍ଲାଜମା ଲାଗିଥିଲା। ଡାକ୍ତର ଚାରୋଟି ଛଡକୁ ରୋଗୀଙ୍କ ଦେହରୁ ସୁରକ୍ଷିତ ଭାବରେ ବାହାର କରିଥିଲେ। ଏହାପରେ କ୍ଷତିଗ୍ରସ୍ତ ଅଙ୍ଗର ପୁନଃନିର୍ମାଣ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।