ନିଜ ବାହାଘର କିମ୍ବା ପ୍ରେମୀ ଅନ୍ୟ କାହାର ହାତ ଧରୁଥିବାର ଦେଖୁଛନ୍ତି କି ସ୍ବପ୍ନ ?
ନୂଆଦିଲ୍ଲୀ: କୁହାଯାଏ ଅନେକ ସ୍ବପ୍ନ ସତ ହୁଏ । କଥାରେ ଅଛି ସ୍ବପ୍ନ ଘରକୁ ଦେଖିଲେ ପରକୁ ଆଉ ପରକୁ ଦେଖିଲେ ଘରକୁ ପଡ଼େ । ଏମିତି ଅନେକ କଥା ସମାଜରେ ଶୁଣିବାକୁ ମିଳେ । ତେବେ ମନୋବୈଜ୍ଞାନିକଙ୍କ ମତରେ ଆପଣ ଯେଉଁକଥା ଅଧିକ ଭାବନ୍ତି ମନରେ ଅଧିକ ସୟମ ରଖନ୍ତି ତାହା ସ୍ବପ୍ନରେ ଦେଖନ୍ତି । ପ୍ରାୟ ସମସ୍ତ ମଣିଷ ସ୍ବପ୍ନ ଦେଖନ୍ତି । ତେବେ ଅଧିକ ଯୁବପୀଢ଼ୀଙ୍କ ମନରେ ବିବାହ କଥା ଚାଲିଥାଏ । ଏଣୁ ସେମାନେ ବାହାଘର ସ୍ବପ୍ନ ଦେଖନ୍ତି । ତେବେ ବିବାହକୁ ନେଇ ଦେଖୁଥିବା ସ୍ବପ୍ନ ଶୁଭ ନା ଅଶୁଭ ?
ସ୍ବପ୍ନ ବିଜ୍ଞାନ ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜର ବାହାଘରକୁ ନେଇ ବାରମ୍ବାର ସ୍ବପ୍ନ ଦେଖନ୍ତି ତାହେଲେ ଏହା କିଛି ଅଲଗା ସୂଚାଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଆମେ ଦେଖୁଥିବା ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ଥାଏ । କିଛି ସ୍ୱପ୍ନ ବେଶ୍ ଶୁଭ ହୋଇଥବାବେଳେ ଆଉ କିଛି ସ୍ୱପ୍ନ ଭବିଷ୍ୟତର ଅଘଟଣ କିମ୍ବା ସମସ୍ୟା ସମ୍ପର୍କରେ ସୂଚନା ଦେଇଥାଏ। ତେବେ ସ୍ୱପ୍ନରେ ନିଜର ବିବାହ ଦେଖିବା କ’ଣ ସୂଚାଏ, ଆସନ୍ତୁ ଜାଣିବା।
ଦେଖୁଛନ୍ତି କି ନିଜ ବାହାଘର ସ୍ବପ୍ନ ?
ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ନିଜର ବିବାହ ହେଉଥିବା ଦେଖନ୍ତି, ତେବେ ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଏହାକୁ ଏକ ଅଶୁଭ ସ୍ୱପ୍ନ ଭାବେ ବିବେଚନା କରାଯାଏ । ଏହି ସ୍ୱପ୍ନ ଜୀବନରେ ଆସିବାକୁଥିବା ବଡ଼ ଧରଣର ସମସ୍ୟା କିମ୍ବା ବାଧାବିଘ୍ନର ସଙ୍କେତ ଦେଇଥାଏ । ଏଭଳି ସ୍ୱପ୍ନ ଦେଖିବା ପରେ ସତର୍କ ରହିବା ଉଚିତ୍ ।
ପ୍ରେମିକ ଅନ୍ୟର ହାତ ଧରୁଥିବାର ସ୍ବପ୍ନ ଦେଖୁଛନ୍ତି କି ?
ଯଦି କୌଣସି ଯୁବତୀ ସ୍ୱପ୍ନରେ ଦେଖନ୍ତି ଯେ ତାଙ୍କର ପ୍ରେମିକ ଅନ୍ୟ କୌଣସି ଝିଅକୁ ବିବାହ କରୁଛନ୍ତି, ତେବେ ଏହାକୁ ଏକ ଶୁଭ ସ୍ୱପ୍ନ ବୋଲି ଧରାଯାଏ । ଏହାର ଅର୍ଥ ହେଉଛି ସେହି ଯୁବତୀଙ୍କର ବିବାହ ଖୁବଶୀଘ୍ର ତାଙ୍କ ପ୍ରେମିକଙ୍କ ସହିତ ହୋଇପାରେ।
ନିଜକୁ ବିବାହ ପୋଷାକରେ ଦେଖୁଛନ୍ତି କି ?
ଯଦି କୌଣସି ଝିଅ ବା ମହିଳା ସ୍ୱପ୍ନରେ ନିଜକୁ ବିବାହ ପୋଷାକ (ବ୍ରାଇଡାଲ୍ ଡ୍ରେସ୍)ରେ ଦେଖନ୍ତି, ତେବେ ଏହା ଏକ ଶୁଭ ସଙ୍କେତ ଅଟେ । ଏହି ସ୍ୱପ୍ନର ଅର୍ଥ ହେଉଛି ଯେ ବ୍ୟକ୍ତିଙ୍କର କୌଣସି ପୁରୁଣା ଏବଂ ମହତ୍ତ୍ୱପୂର୍ଣ୍ଣ ଇଚ୍ଛା ଶୀଘ୍ର ପୂରଣ ହେବାକୁ ଯାଉଛି ।
ଝିଅ ବିଦାୟର ସ୍ବପ୍ନ ଦେଖୁଛନ୍ତି କି ?
ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ଜଣେ କନ୍ୟାକୁ କାନ୍ଦୁଥିବାର କିମ୍ବା ତାଙ୍କର ବିଦାୟ ଦୃଶ୍ୟ ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଅଶୁଭ ଅଟେ । ଏହି ସ୍ୱପ୍ନ ଭବିଷ୍ୟତରେ ବଡ଼ ଧରଣର ଧନହାନି କିମ୍ବା କାମରେ ବାଧା ସୃଷ୍ଟି ହେବାର ସୂଚନା ଦେଇଥାଏ ।
ବିବାହ ସାମଗ୍ରୀ ଦେଖୁଛନ୍ତି କି ?
ସ୍ୱପ୍ନରେ ଯଦି କାହାକୁ ସିନ୍ଦୂର, ମଙ୍ଗଳସୂତ୍ର କିମ୍ବା ବିବାହ ସମ୍ବନ୍ଧୀୟ ଅନ୍ୟ କୌଣସି ସାମଗ୍ରୀ ନଜର ଆସେ, ତେବେ ଏହାକୁ ମଧ୍ୟ ଅଶୁଭ ମାନାଯାଏ । ଏହା କାମରେ ବାଧା ଏବଂ କେହି ପଛପଟୁ ଷଡ଼ଯନ୍ତ୍ର କରୁଥିବା ଆଭାସ ଦେଇଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।