03 AUGUST 2026

Welcome!

Unlock your personalized experience.
Sign Up

ଧାନ କ୍ଷେତରେ ଶୋଇଥିଲା କୁମ୍ଭୀର; କାନ୍ଧରେ ପକାଇ ଥାନାରେ ପହଞ୍ଚିଲେ ଯୁବକ

Aug 02, 2026 - 18:41
ଧାନ କ୍ଷେତରେ ଶୋଇଥିଲା କୁମ୍ଭୀର; କାନ୍ଧରେ ପକାଇ ଥାନାରେ ପହଞ୍ଚିଲେ ଯୁବକ
  • ଧାନ କ୍ଷେତରେ ୪.୫ ଫୁଟର କୁମ୍ଭୀର ଦେଖି ଆତଙ୍କ
  • ରଶିରେ ବାନ୍ଧି କୁମ୍ଭୀରକୁ କାବୁ କଲେ ଗ୍ରାମବାସୀ
  • କୁମ୍ଭୀରକୁ କାନ୍ଧରେ ବୋହି ଥାନାରେ ପହଞ୍ଚିଲେ ସାହସୀ ଯୁବକ
  • କୁମ୍ଭୀରକୁ ଉଦ୍ଧାର କରି କୋସୀ ନଦୀରେ ଛାଡ଼ିଲା ବନ ବିଭାଗ 

ପାଟନା,୦୨/୦୮: ଯେତେବେଳେ ବିହାରରେ କିଛି ଘଟେ, ତାହା ସାଧାରଣଠାରୁ ଟିକେ ଭିନ୍ନ ହୋଇଥାଏ। କେତେବେଳେ ଲୋକମାନେ ଚିତାବାଘକୁ ଧରି ନାଚନ୍ତି, ଆଉ କେତେବେଳେ କୌଣସି ଏକ ବିପଦଜ୍ଜନକ ପ୍ରାଣୀ ପାଣି ଆଣୁଥିବାର ଦେଖିବାକୁ ମିଳେ। ନିକଟରେ ଉତ୍ତରପ୍ରଦେଶର ବହରାଇଚରେ, ସମସ୍ତଙ୍କ ସମ୍ମୁଖରେ ଗୋଟିଏ କୁମ୍ଭୀର ଗୋଟିଏ ପିଲାକୁ ଗିଳି ଦେଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ବିହାରର ସୁପୌଲରେ, କିଛି ଭିନ୍ନ ଘଟଣା ଘଟିଛି, ଯାହାକୁ ନେଇ ସବୁଆଡ଼େ ଚର୍ଚ୍ଚା। ଧାନ କ୍ଷେତ୍ରରେ ବୁଲୁଥିବା ଗୋଟିଏ କୁମ୍ଭୀର କେବେ ଭାବିନଥିବ ଯେ, ତା ପ୍ରତି ପୋଷା କୁକୁର ପରି ବ୍ୟବହାର କରାଯିବ।

ଅଧିକ ପଢ଼ନ୍ତୁ: ଓଡ଼ିଶା ରାଜପଥରେ AI ଆଧାରିତ ଇ-ଚାଲାଣ ସିଷ୍ଟମ: ନିୟମ ଉଲ୍ଲଂଘନ କଲେ ଘରେ ପହଞ୍ଚିବ ଚାଲାଣ

ଧାନ ବିଲରେ ବୁଲୁଥିଲା କୁମ୍ଭୀର, ଦେଖିଲେ ଗାଁ ଲୋକ:

ସୁପୌଲ ଜିଲ୍ଲାର ଭୀମନଗର ପୋଲିସ ଷ୍ଟେସନ ଅଧୀନସ୍ଥ ଲାଲପୁର ୱାର୍ଡ-୧୪ ଅଧିନସ୍ଥ ଗୋଟିଏ ଧାନ କ୍ଷେତରେ ପ୍ରାୟ ଫୁଟ ଇଞ୍ଚ ଲମ୍ବର ଏକ କୁମ୍ଭୀର ଦେଖାଯିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କ୍ଷେତରେ ଥିବା ଶ୍ରମିକମାନେ କୁମ୍ଭୀରଟିକୁ ଦେଖି ସତର୍କ ହୋଇଯାଇଥିଲେ। ଘଟଣା ପ୍ରଘଟ ହେବା ପରେ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଭିଡ଼ ଜମିଗଲା। ଏହା ପରେ କିନ୍ତୁ ଦେଖିବାକୁ ମିଳିଥିଲା ସ୍ଥାନୀୟ ଲୋକଙ୍କ ସାହସର ପ୍ରଦର୍ଶନ। କୁମ୍ଭୀରଟିକୁ ଯେପରି କାହାରିକୁ ଆକ୍ରମଣ କିମ୍ବା  କ୍ଷତି ନପହଞ୍ଚାଏ, ସେଥିପାଇଁ ସତର୍କତାର ସହିତ ପଦକ୍ଷେପ ନେଲେ ଗ୍ରାମବାସୀ।

କୁମ୍ଭୀର ସହିତ ପୋଷା କୁକୁର ଭଳି ବ୍ୟବହାର:

ଘର ଆଡ଼କୁ ଯେପରି କୁମ୍ଭୀରଟି ପଳାଇ ନଯାଏ, ସେଥିପାଇଁ ଗାଁ ଲୋକେ କ୍ଷେତକୁ ଚାରିପାଖରୁ ଘେରି ରହିଥିଲେ। ରଶି ଅଣାଯାଇଥିଲା, ଏବଂ କିଛି ସମୟ ମଧ୍ୟରେ, ଗାଁ ଲୋକେ କୁମ୍ଭୀରଟିକୁ କାବୁ କରି ତାର ମୁହଁ ଏବଂ ହାତକୁ ବାନ୍ଧି ଦେଇଥିଲେ। ପରେ କୁମ୍ଭୀରଟିକୁ ଗୋଟିଏ ଅଟୋ ରିକ୍ସାରେ ଲଦି ଦେଇଥିଲେ। ତଳେ ଦିଆଯାଇଥିବା ଭିଡିଓରେ ଆପଣ ଦେଖିପାରିବେ....

​​​​​​​

କୁମ୍ଭୀରକୁ କାନ୍ଧରେ ପକାଇ ଚାଲିଲେ ସାହାସୀ ଯୁବକ:

ଏହି ସମୟରେ, ମୁଖ୍ୟ ରାସ୍ତାରେ ପହଞ୍ଚିବା ପରେ, ଲାଲପୁରର ଅମିତ କୁମାର ନାମକ ଜଣେ ସାହସୀ ଯୁବକ କୁମ୍ଭୀରଟିକୁ ନିଜ କାନ୍ଧରେ ଉଠାଇ ଭୀମନଗର ପୋଲିସ ଷ୍ଟେସନକୁ ନେଇଗଲେ। ବନ ବିଭାଗକୁ ପରିସ୍ଥିତି ବିଷୟରେ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ, ବନ ବିଭାଗର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ନିଜ ହେପାଜତକୁ ନେଇଥିଲା ଏବଂ ଆବଶ୍ୟକୀୟ ଯାଞ୍ଚ ପରେ ସୁରକ୍ଷିତ ଭାବରେ କୋସୀ ନଦୀରେ ଛାଡ଼ି ଦେଇଥିଲା।

ବନପାଳ ରବି ରଞ୍ଜନ କହିଛନ୍ତି ଯେ, ବର୍ଷା ଋତୁରେ ନଦୀ ଏବଂ ଜଳାଶୟଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ଫଳରେ କୁମ୍ଭୀର ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀ ଜନବସତି ଅଞ୍ଚଳକୁ ଚାଲିଯାଆନ୍ତି। ତେଣୁ ଜନସାଧାରଣଙ୍କୁ ଏପରି କୌଣସି ବନ୍ୟପ୍ରାଣୀଙ୍କୁ ଦେଖିବା ମାତ୍ରେ ସେମାନଙ୍କୁ ଧରିବାକୁ କିମ୍ବା ସେମାନଙ୍କୁ ଉସୁକାଇବାକୁ ଚେଷ୍ଟା କରି ତୁରନ୍ତ ବନ ବିଭାଗକୁ ଜଣାଇବାକୁ ପରାମର୍ଶ ଦେଇଥିଲେ। ଯାହା ଦ୍ଵାରା ପ୍ରାଣୀଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ତାର ପ୍ରାକୃତିକ ବାସସ୍ଥାନକୁ ଫେରାଇ ଦିଆଯାଇପାରିବ।

​​​​​​​ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ଛାତ୍ରୀଙ୍କ ସାଙ୍ଘାତିକ ଅଭିଯୋଗ: କେସ୍ ଦେବାକୁ ଯାଇଥିଲି, ପ୍ରେମରେ ଫସାଇ ଖରାପ କାମ କଲେ SSI

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।