13 JUNE 2026

Welcome!

Unlock your personalized experience.
Sign Up

ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ : ସରକାରଙ୍କ ସହାୟତା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଫେଷ୍ଟିଭାଲ ଡାଇରେକ୍ଟର

Jun 13, 2026 - 05:47
ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ : ସରକାରଙ୍କ ସହାୟତା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଫେଷ୍ଟିଭାଲ ଡାଇରେକ୍ଟର

ଭୁବନେଶ୍ୱର,୧୨/୬ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନଠାରେ ଆସନ୍ତା ଜୁନ୍ ୨୫ ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଥିବା "ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ-୨୦୨୬"ର ଆନୁଷ୍ଠାନିକ କାର୍ଯ୍ୟସୂଚୀ (Schedule) ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଫେଷ୍ଟିଭାଲ ଡିରେକ୍ଟର ସଞ୍ଜୟ ପଟ୍ଟନାୟକ, କୋ-ଡିରେକ୍ଟର ସୁକାନ୍ତ ରଥ ଓ ଅଶୋକ ପାଲିତଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଚଳଚ୍ଚିତ୍ର ମହୋତ୍ସବର ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଓଡ଼ିଶାର କଳା, ଐତିହ୍ୟ ଏବଂ ସିନେମାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆଗାମୀ ବର୍ଷ (୨୦୨୭)ଠାରୁ ଏହି ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲକୁ ଆହୁରି ବଡ଼ ଏବଂ ବ୍ୟାପକ ଭାବେ ଆୟୋଜନ କରାଯିବ ।

ଏହି ଆଲୋଚନାରେ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲର ନିର୍ଦ୍ଦେଶକ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସଂସ୍କୃତି ବିଭାଗର ଏହି ପ୍ରୋତ୍ସାହନ ରାଜ୍ୟରେ ସିନେ-ସଂସ୍କୃତିର ବିକାଶ ଏବଂ ଚଳଚ୍ଚିତ୍ରର ପ୍ରସାର ଦିଗରେ ଏକ ମାଇଲଖୁଣ୍ଟ ସଦୃଶ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁନ୍ ୨୫ ରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟାରୁ ରାତି ୧୦ଟା ଯାଏଁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଆ ଚଳଚ୍ଚିତ୍ର ସହ କନ୍ନଡ଼, ହିନ୍ଦୀ, ବଙ୍ଗଳା, ମରାଠୀ, ଗୁଜରାଟୀ, ଆସାମୀୟା, ମାଲାୟଲମ୍ ଓ ଡେମ୍ସା ଭାଷାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।