ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ; ଆଉ କେବେ ମିଳିଲାନି ସୁଯୋଗ , ଜାଣନ୍ତୁ କିଏ ?
ମୁମ୍ବାଇ,୫/୮ : ବିଶ୍ବରେ ଏଭଳି କ୍ରିକେଟର ରହିଛନ୍ତି ଯାହାଙ୍କୁ ଅନଲକି କହିବା ଭୁଲ୍ ହେବ ନାହିଁ । ଏଭଳି ବହୁତ କ୍ରିକେଟର ଅଛନ୍ତି ଯେଉଁମାନେ ଘରୋଇ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ସୁଯୋଗ ମିଳିନାହିଁ । ଭାରତର ଜଣେ ଏଭଳି କ୍ରିକେଟର ବି ରହିଛନ୍ତି, ଯିଏ ନିଜ ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ଲଗାଇଛନ୍ତି । ଭାରତ ଏହି ମ୍ୟାଚ ବି ବିଜୟୀ ହୋଇଥିଲା, କିନ୍ତୁ ପୁନଃର୍ବାର ଏହି ଖେଳାଳୀଙ୍କୁ ସୁଯୋଗ ମିଳି ନ ଥିଲା । ଆଜ୍ଞା ହଁ ଏହି କାହାଣୀ ଫୈଜ ଫଜଲଙ୍କ ଅଟେ ।
ଫୈଜ ଫଜଲ ଘରୋଇ କ୍ରିକେଟ ବିଦର୍ଭ ଏବଂ ରେଲଓ୍ବେ ଲାଗି ଖେଳୁଥିଲେ । ୨୦୧୫-୧୬ଘରୋଇ ସିଜନରେ ଫୈଜ ଫାଷ୍ଟ କ୍ଲାସ କ୍ରିକେଟରେ ୪୪.୬୨ପ୍ରତିଶତରେ ୭୧୪ରନ କରିଥିଲେ । ଯେଉଁଥିରେ ୩ଶତକ ସାମିଲ ରହିଛି । ସେହିଭଳି ନିଜ ଫାଷ୍ଟ କ୍ଲାସ କ୍ୟାରିୟରରେ ସେ ୧୩୮ମ୍ୟାଚରେ ୪୧ର ପ୍ରତିଶତରେ ୯,୧୮୪ରନ୍ କରିଛନ୍ତି । ୩୦ବର୍ଷ ବୟସରେ ଫୈଜ ଫଜଲ ଜିମ୍ବାଓ୍ବେ ଗସ୍ତରେ ନିଜ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି । ସେହି ସମୟରେ ସେ ୧୬ବର୍ଷରେ ପ୍ରଥମ ଭାରତୀୟ ଖେଳାଳୀ ଥିଲେ । ଯିଏ ୩୦ବର୍ଷର ବୟସରେ ଓ୍ବାନଡେରେ ଡେବ୍ୟୁ କରିଥିଲେ । ୧୫ଜୁନ ୨୦୧୬ରେ ହରାରେ ଖେଳାଯାଇଥିବା ଏକମାତ୍ର ଓ୍ବାନଡେରେ ଫଜଲ ୧୨୫ରନ ଲକ୍ଷ୍ୟର ପିଛା କରି ୬୧ ବଲରେ ୫୫ରନ୍ କରିଥିଲେ । ଦ୍ବିତୀୟରେ କେଏଲ ରାହୁଲ (୭୦ବଲରେ ୬୩ରନ୍) ଥିଲେ।
ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ଯୋଡ଼ିବା ପରେ ବି ଫୈଜଙ୍କୁ ପୁନଃର୍ବାର କେବେ ସୁଯୋଗ ମିଳିନଥିଲା । ଫଜଲ ଶେଷରେ ଫେବୃଆରୀ ୨୦୨୧ରେ ସନ୍ନ୍ୟାସ ନେଇଯାଇଥିଲେ । ସେହି ସମୟରେ ସେ ଇନଷ୍ଟାଗ୍ରାମରେ ଲେଖିଥିଲେ କି, କାଲି ଏକ ଯୁଗର ଅନ୍ତ ହେଉଛି, ଯେତେବେଳେ ମୁଁ ଶେଷ ଥର ନାଗପୁର ମୈଦାନରେ ପାଦ ରଖିବି, ଆଜ୍ଞା ହଁ ୨୧ଅବିଶ୍ବସନୀୟ ବର୍ଷ ପୂର୍ବରୁ ମୋର ପ୍ରଥମ ଶ୍ରେଣୀ କ୍ରିକେଟ ଯାତ୍ରାର ଆରମ୍ଭ ହୋଇଥିଲା । ତାଙ୍କ ଅଧିନାୟକତ୍ବରେ ବିଦର୍ଭ ଇତିହାସ ରଚି ୨୦୧୭-୧୮ ଏବଂ ୨୦୧୮-୧୯ରେ ଲଗାତର ରଣଜୀ ଟ୍ରଫି ଏବଂ ଇରାନୀ କପର ତାଜ୍ ଜିତିଥିଲା । ସେ ଟପ୍ ଅର୍ଡ଼ର ବ୍ୟାଟର ଥିଲେ । ଫୈଜଙ୍କୁ ଡୋମେଷ୍ଟିକ କ୍ରିକେଟର ବେଷ୍ଟ ଓପନର କୁହାଯାଉଥିଲା । ମାତ୍ର ସେ ଭାରତ ଲାଗି କେବଳ ଗୋଟିଏ ଓ୍ବାନେଡେ ଖେଳିପାରିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।