05 JULY 2026

Welcome!

Unlock your personalized experience.
Sign Up

'ଟ୍ରମ୍ପଙ୍କୁ ମାରିବା ଆମ କର୍ତ୍ତବ୍ୟ'; ଇରାନରେ ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ଯାତ୍ରାରେ ଉତ୍ତେଜନାପୂର୍ଣ୍ଣ ସ୍ଲୋଗାନ

Jul 05, 2026 - 14:28
'ଟ୍ରମ୍ପଙ୍କୁ ମାରିବା ଆମ କର୍ତ୍ତବ୍ୟ'; ଇରାନରେ ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ଯାତ୍ରାରେ ଉତ୍ତେଜନାପୂର୍ଣ୍ଣ ସ୍ଲୋଗାନ

ନୂଆଦିଲ୍ଲୀ,୦୫/୦୭; ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ସଂସ୍କର ସମୟରେ କିଛି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ତେହେରାନ ରାସ୍ତା ଉତ୍ତେଜନାପୂର୍ଣ୍ଣ ସ୍ଲୋଗାନରେ କମ୍ପିଥିଲା । ମଞ୍ଚରେ ଜଣେ ଖୋଲାଖୋଲି ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୃତ୍ୟୁ ସ୍ଲୋଗାନ ଦେଇଥିଲେ । ଜାତୀୟ ଗଣମାଧ୍ୟମ ଅନୁସାରେ ଖାମେନେଇଙ୍କ ମୃତ୍ୟୁ ପରେ ଏହା ପ୍ରଥମ ଥର ଯେ କୌଣସି ସରକାରୀ ମଞ୍ଚରୁ ଟ୍ରମ୍ପଙ୍କ ମୃତ୍ୟୁ ପାଇଁ ସ୍ଲୋଗାନ ଦିଆଯାଇଛି । ଏହି ସ୍ଲୋଗାନ ପ୍ରତିଧ୍ୱନିତ ହେବା ମାତ୍ର ଅନ୍ତିମ ସଂସ୍କାରରେ ଉପସ୍ଥିତ ଲକ୍ଷ ଲକ୍ଷ ଲୋକ ଏହାକୁ ସମର୍ଥନ କରିଥିଲେ । ଟ୍ରମ୍ପଙ୍କୁ ହତ୍ୟା କରିବା ଆମ କର୍ତ୍ତବ୍ୟ ବୋଲି ଉତ୍ତେଜନାପୂର୍ଣ୍ଣ ସ୍ଲୋଗାନ ଦିଆଯାଇଥିଲା । ଏହା ସହିତ ଆମେରିକା-ଇସ୍ରାଏଲ ଡାଉନରେ କମ୍ପିଥିଲା ତେହେରାନ ।

ଏହା ବି ପଢନ୍ତୁ...Ayatollah Ali Khamenei Farewell: ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଅନ୍ତିମ ବିଦାୟ; ଗୁମ୍ସୁମ୍ ଇରାନ, ମୁଣ୍ଡ ପିଟି କାନ୍ଦୁଛନ୍ତି ଜନତା, ସମର୍ଥକ  

କଣ କହିଲେ ଟ୍ରମ୍ପ ? ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଇରାନକୁ ନେଇ ପୁଣି ଥରେ ବଡ଼ ବୟାନ ନେଇଛନ୍ତି । ଟ୍ରମ୍ପ ଦାବି କରିଛନ୍ତି କି, ସେ ଇରାନ ଦିବଂଗତ ସୁପ୍ରିମ ଲିଡର ଆୟତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ କେବଳ ଗୋଟିଏ ଗୁଳିରେ ଦେଶର ଅବଶିଷ୍ଟ ନେତୃତ୍ୱକୁ ସମାପ୍ତ କରିପାରିବେ । ହେଲେ ସେ ଏପରି କରିବେ ନାହିଁ କାରଣ ଆଲୋଚନା କରିବାକୁ କେହି ରହିବେ ନାହିଁ । ସେମାନେ ଏକ ଚୁକ୍ତି ଭିକ୍ଷା କରୁଛନ୍ତି ।'' ଏହି ଐତିହାସିକ ଅନ୍ତିମ ସଂସ୍କାର ପାଇଁ ଲକ୍ଷ ଲକ୍ଷ ଇରାନୀ ରାସ୍ତାକୁ ଓହ୍ଲାଇ ଆସୁଛନ୍ତି । ଶନିବାର ଦିନ ବିଦାୟ ସମାରୋହରେ ଇରାନର ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କୁ କାନ୍ଦୁଥିବାର ଦେଖାଯାଇଥିଲା । ଇରାନୀମାନଙ୍କୁ ଏପରି କାନ୍ଦୁଥିବା ଦେଖି ଟ୍ରମ୍ପ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସେ ଭାବୁଥିଲେ ଯେ ଲୋକମାନେ ଖାମେନେଇଙ୍କୁ "ଘୃଣା" କରନ୍ତି । ଟ୍ରମ୍ପ ବ୍ୟଙ୍ଗାତ୍ମକ ଭାବରେ କହିଥିଲେ, "ହୁଏତ ଏଗୁଡ଼ିକ ନକଲି ଲୁହ। "