04 AUGUST 2026

Welcome!

Unlock your personalized experience.
Sign Up

ଟ୍ରକରୁ ୨୩ ହଜାର କଫ୍ ସିରପ୍ ବୋତଲ ଜବତ, ୨ ଗିରଫ

Aug 03, 2026 - 22:52
ଟ୍ରକରୁ ୨୩ ହଜାର କଫ୍ ସିରପ୍ ବୋତଲ ଜବତ, ୨ ଗିରଫ

ଝାରସୁଗୁଡା, ୩।୮ :  ଟ୍ରକରୁ ୨୩ ହଜାରରୁ ଅଧକ କଫ୍ ସିରପ ବୋତଲ ମିଳିଛି। ଯାଞ୍ଚ ବେଳେ ଟ୍ରକରୁ ମିଳିଛି ଏତେ ପରିମାଣ କଫ୍ ସିରପ। ଝାରସୁଗୁଡା ପୋଲିସ ୨୩ ହଜାର ୪୬୦ ବୋତଲ କଫ୍ ସିରପ୍ ସହ ଗୋଟିଏ ଟ୍ରକକୁ ଜବତ କରିଛି। ଏଥିସହ ଗୋଟିଏ କ୍ରେଟା କାର୍, ନଗଦ ୨ ଲକ୍ଷ ୪୪ ହଜାର ଟଙ୍କା ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ମହମ୍ମଦ ଅଶାନ ଅହମ୍ମଦ ଏବଂ ରିଜବାନ ଅନସାରି।

ବଡ଼ମାଲ ଥାନା ଅନ୍ତର୍ଗତ ତୁମ୍ବେକେଲା ନିକଟରେ ଏକ ସନ୍ଦିଗ୍ଧ ଟ୍ରକ୍ ଅଟକି ରହିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ଟ୍ରକ୍ରେ ତଲାସି ନେବା ସମୟରେ ସେଥିରୁ ୧୯୭ଟି କାର୍ଟୁନରେ  କଫ୍ ସିରପ୍ ରଖାଯାଇଥିଲା। ସେଥିରୁ ମୋଟ ୨୩ ହଜାର ୪୬୦ ବୋତଲ କଫ୍ ସିରପ ମିଳିଥିଲା। ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି। ଏହି କାରବାର ପଛରେ ଅନ୍ୟ କେଉଁମାନଙ୍କର ହାତ ରହିଛି ଏବଂ ଏହି ସିରପ୍ କେଉଁଆଡ଼କୁ ଚାଲାଣ ହେଉଥିଲା, ସେ ନେଇ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚୁରା କରାଯାଉଛି ବୋଲି ସେ କହିଛନ୍ତି।

​​​​​​​ଆହୁରି ପଢନ୍ତୁ : ବିଲରେ ଧାନ ତଳି ରୋଉଥିଲେ, ବଜ୍ରପାତରେ ଚାଲିଗଲା ଜୀବନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।