06 JULY 2026

Welcome!

Unlock your personalized experience.
Sign Up

ଜୁଲାଇ ୯ ରେ ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ, ତଳିଆ ଅଞ୍ଚଳବାସୀକୁ ସର୍ତକ ରହିବାକୁ ପରାମର୍ଶ

Jul 06, 2026 - 20:46
ଜୁଲାଇ ୯ ରେ ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ, ତଳିଆ ଅଞ୍ଚଳବାସୀକୁ ସର୍ତକ ରହିବାକୁ ପରାମର୍ଶ

ଭୁବନେଶ୍ବର, ୬।୭ : ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ହୀରାକୁଦରୁ ଡ୍ୟାମ୍ର ଗେଟ୍ ଖୋଲାଯିବା ନେଇ ସୂଚନା ଦିଆଯାଇଛି। ହୀରାକୁଦ ଡ୍ୟାମର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତା ଜୁଲାଇ ୯ ତାରିଖରେ ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ। ଗୁରୁବାର ଦିନ ୧୧ଟାରେ ଡ୍ୟାମ୍ର ଗେଟ୍ ଖୋଲାଯିବ। ତେଣୁ ମହାନଦୀ ତଳିଆ ଅଞ୍ଚଳରେ ସତର୍କ ରହିବା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।

ଗେଟ୍ ଖୋଲାଯାଉଥିବାରୁ ହୀରାକୁଦ ଜଲଭଣ୍ଡାର କର୍ତ୍ତୃପକ୍ଷ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି। ଗେଟ୍ ଖୋଲିବା ସମୟରେ ମହାନଦୀ ଭିତରକୁ କେହି ଯେପରି ନଯାନ୍ତି ସେଥିପାଇଁ ମଧ୍ୟ ସତର୍କ କରାଯାଇଛି। ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦ ଜଳ ଭଣ୍ଡାରକୁ ୯୩ ହଜାର କ୍ୟୁସେକ ପାଣି ପ୍ରବେଶ କରୁଥିବାବେଳେ, ୨୩ ହଜାର କ୍ୟୁସେକ ପାଣି ନିଷ୍କାସିତ ହେଉଛି। ସେହିପରି ଜଳ ଭଣ୍ଡାର ଜଳସ୍ତର ବୃଦ୍ଧି ପାଇ ୬୦୩. ୮୯ ଫୁଟରେ ପହଞ୍ଚିଛି।

ସୂଚନାଥାଉକି, ଏପର୍ଯ୍ୟନ୍ତ ସମ୍ବଲପୁର ମହାନଗର ନିଗମ ଅଂଚଳରେ ୨୨୦ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଧନକଉଡ଼ା ବ୍ଲକରେ ୨୨୦ ମିମି ବର୍ଷା ରେକର୍ଡ ହୋଇଛି । ସେପଟେ ରେଙ୍ଗାଲି ଅଂଚଳରେ ୧୬୦ ମିମି ଓ ମାନେଶ୍ବର ୧୨୩ ମିମି ବର୍ଷା ହୋଇଛି। ଯାହା ଫଳରେ ସମ୍ବଲପୁର ସହରର ତଳିଆ ଅଞ୍ଚଳରେ ସ୍ଥିତି ବେହାଲ ହୋଇଛି।

ଆହୁରି ପଢନ୍ତୁ : ପୁରୀ-କୋରାପୁଟ ଟ୍ରେନ, ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।