Bilawal Bhutto Indus Waters Treaty : ‘ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତ ’ : ସିନ୍ଧୁ ଜଳକୁ ନେଇ ପୁଣି ଥରେ ବାଉଳା ହେଲେ ବିଲାୱଲ
ନୂଆଦିଲ୍ଲୀ : ଗତ ବର୍ଷ ଏପ୍ରିଲରେ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ପରେ, ଭାରତ କଡ଼ା ପଦକ୍ଷେପ ନେଇଥିଲା। ଫଳ ସ୍ୱରୂପ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖି ଥିଲା। ସେବେଠାରୁ, ପାକିସ୍ତାନ ଏହାକୁ ପୁନଃସ୍ଥାପିତ କରିବା ପାଇଁ ଅହରହ ଉଦ୍ୟମ କରି ଚାଲିଛି ଏବଂ ଅନେକ ଅନ୍ତର୍ଜାତୀୟ ମଞ୍ଚରେ ଏହାର ଦୁର୍ଦ୍ଦଶା ବିଷୟରେ ଜଣାଇଛି, କିନ୍ତୁ ଭାରତ ସ୍ପଷ୍ଟ ଭାବରେ କହିଛି ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଭାଙ୍ଗି ନାହିଁ ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ବନ୍ଦ କରି ନାହିଁ, ସେପର୍ଯ୍ୟନ୍ତ ସେ ତା ସହିତ ଆଲୋଚନା କରିବ ନାହିଁ ଏବଂ ସିନ୍ଧୁ ଜଳ ଚୁକ୍ତିନାମାକୁ ପୁନଃସ୍ଥାପିତ କରିବ ନାହିଁ। ଏହି ସମୟରେ, ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଭାରତକୁ ଯୁଦ୍ଧ ଧମକ ଦେବା ଆରମ୍ଭ କରି ଦେଇଛନ୍ତି।
ସୋମବାର ମଧ୍ୟ ବିଲାୱଲ ଭୁଟ୍ଟୋ ଭାରତକୁ ଯୁଦ୍ଧ ଧମକ ଦେଇ ଥିଲେ। କହିଥିଲେ - ପାକିସ୍ତାନ ଭାରତ ବିରୋଧରେ ପ୍ରତ୍ୟେକ ମୋର୍ଚ୍ଚାରେ ଲଢ଼ିବାକୁ ପ୍ରସ୍ତୁତ। ବିଲାୱଲଙ୍କ ଏହି ବୟାନ ସେତେବେଳେ ଆସିଛି, ଯେବେ ନୂଆଦିଲ୍ଲୀ ଗତ ସପ୍ତାହରେ ପୁନର୍ବାର କହିଥିଲା ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ଜାରି ରଖିବ, ସେପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି (IWT) ସ୍ଥଗିତ ରହିବ।
କହି ରଖୁଛୁ କି ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ( ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା) ପରେ ଦଣ୍ଡ ସ୍ୱରୂପ ଭାରତ ୧୯୬୦ ମସିହାର ଏହି ଚୁକ୍ତିକୁ ୨୦୨୫ରେ ସ୍ଥଗିତ ରଖି ଥିଲା। ଶୁକ୍ରବାର , ବୈଦେଶିକ ମନ୍ତ୍ରଣାଳୟ (MEA) ପୁନର୍ବାର କହିଛି ଯେ, ଚୁକ୍ତି ଉପରେ ଭାରତର ମତ ପରିବର୍ତ୍ତନ ହୋଇ ନାହିଁ।
ସୋମବାର ପାକିସ୍ତାନରେ ଏକ ସମାବେଶକୁ ସମ୍ବୋଧିତ କରି ଭୁଟ୍ଟୋ ଅଭିଯୋଗ କରିଥିଲେ ଯେ, ଭାରତ ସିନ୍ଧୁ ନଦୀର ଜଳକୁ ଅସ୍ତ୍ର କରିବାକୁ ଚେଷ୍ଟା କରୁଛି ଏବଂ ଘୋଷଣା କରି ଥିଲେ ଯେ , ପାକିସ୍ତାନ ନଦୀ ଉପରେ ନିଜର ଅଧିକାର ସହିତ କେବେବି ସାଲିସ କରିବ ନାହିଁ। ସେ ଧମକ ମଧ୍ୟ ଦେଇଥିଲେ, କହିଥିଲେ - ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତ। ଗତ ସପ୍ତାହରେ ମଧ୍ୟ ସେ କହିଥିଲେ ଯେ , ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖେ ଏବଂ ଏହା ଉପରେ ଏକ ବନ୍ଧ ନିର୍ମାଣ କରେ, ତ ପରମାଣୁ ଯୁଦ୍ଧ ହେବ।
ଆହୁରି ମଧ୍ୟ ପଢନ୍ତୁ - Netanyahu India support: 'ଭ୍ରମରେ ରୁହନି ଭାରତ ବି ଆମର ଭଲ ବନ୍ଧୁ'; ଜେଡ଼ି ଭାନ୍ସଙ୍କୁ କଡ଼ା ଜବାବ ଦେଇ ଆଇନା ଦେଖାଇଲେ ନେତାନ୍ୟାହୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।