ଜୁନ୍ ୨୮ ଯାଏଁ ବନ୍ଦ ରହିବ EPFO ପୋର୍ଟାଲ; ଉଠାଇପାରିବେନି PF ଟଙ୍କା, ଜାଣନ୍ତୁ କାରଣ...

Jun 26, 2026 - 11:14
ଜୁନ୍ ୨୮ ଯାଏଁ ବନ୍ଦ ରହିବ EPFO ପୋର୍ଟାଲ; ଉଠାଇପାରିବେନି PF ଟଙ୍କା, ଜାଣନ୍ତୁ କାରଣ...

ନୂଆଦିଲ୍ଲୀ, ୨୬।୬:  କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO)ର ଗ୍ରାହକ କିମ୍ବା ପିଏଫ୍‌ ଖାତାଧାରୀଙ୍କ ପାଇଁ ଏକ ଜରୁରୀ ଖବର। ଆସନ୍ତା ଜୁନ୍‌ ୨୮ ତାରିଖ ପର୍ଯ୍ୟନ୍ତ EPFOର ଅନ୍‌ଲାଇନ୍‌ କ୍ଲେମ୍‌ ପ୍ରୋସେସିଂ ପୋର୍ଟାଲ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଗ୍ରାହକମାନେ କୌଣସି ପ୍ରକାରର ଅନଲାଇନ୍ ସେବାର ଲାଭ ଉଠାଇ ପାରିବେ ନାହିଁ । ଏହାର କାରଣ ହେଉଛି ସିଷ୍ଟମ ମାଇଗ୍ରେସନ ଏବଂ ସଫ୍ଟୱେର ଅପ୍‌ଗ୍ରେଡେସନ୍‌ । ଏ ଅବସରରେ ପିଏଫ୍‌ ଉଠାଣ, ଇ-ପାସ୍‌ବୁକ ସେବା ଏବଂ ଅନ୍ୟ ଡିଜିଟାଲ ସେବା ବନ୍ଦ ରହିବ । ଇପିଏଫ୍‌ଓ ଏହାର ଡାଟାବେସ୍‌କୁ ମଜଭୁତ କରିବା ପାଇଁ ଏକ ବଡ଼ ‘ଡାଟାବେସ୍‌ କନ୍‌ସୋଲିଡେସନ’ ଏବଂ ସଫ୍ଟୱେର ଆପ୍ଲିକେଶନକୁ ଅପ୍‌ଗ୍ରେଡ୍‌ କରୁଛି । ଉଦ୍ଦେଶ୍ୟ ହେଉଛି ଗ୍ରାହକଙ୍କୁ ଦ୍ରୁତ, ସୁରକ୍ଷିତ ଏବଂ ଅଧିକ ଭରସାଯୋଗ୍ୟ ସେବା ପ୍ରଦାନ କରିବା ।

ସଂଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସିଷ୍ଟମ ମାଇଗ୍ରେସନ ଏବଂ ସଫ୍ଟୱେର ଅପ୍‌ଗ୍ରେଡେସନ୍‌ କାର୍ଯ୍ୟ ପାଇଁ ଏହି ସେବାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ପୋର୍ଟାଲ୍ ବନ୍ଦ ରହିବା କାରଣରୁ ଗ୍ରାହକମାନେ କିଛି ଡିଜିଟାଲ୍ ସେବା ପାଇବାରୁ ବଞ୍ଚିତ ହେବେ । ଜୁନ୍ ୨୮ ଯାଏଁ ଟଙ୍କା ଉଠାଣ ପାଇଁ କୌଣସି ଅନ୍‌ଲାଇନ୍ ଆବେଦନ କରାଯାଇପାରିବ ନାହିଁ । ଗ୍ରାହକମାନେ ସେମାନଙ୍କ ଖାତାରେ ଥିବା ଜମା ରାଶି ବା ବାଲାନ୍ସ ଯାଞ୍ଚ କରିପାରିବେ ନାହିଁ । କ୍ଲେମ୍ ଷ୍ଟାଟସ୍ ଦେଖିବା କିମ୍ବା ପ୍ରୋଫାଇଲ୍ ଅପଡେଟ୍ ଭଳି ଅନ୍ୟ ସମସ୍ତ ଅନ୍‌ଲାଇନ୍ କାର୍ଯ୍ୟ ବାଧାପ୍ରାପ୍ତ ହେବ ।

ଏହା ବି ପଢ଼ନ୍ତୁ... ​​​​​​​ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆମାଜନ ସିଇଓ; ଭାରତରେ ହେବ ୪.୫୦ ଲକ୍ଷ କୋଟିର ମେଗା ନିବେଶ, ସୃଷ୍ଟି ହେବ ୩୮ ଲକ୍ଷ ଚାକିରି !

କାହିଁକି ନିଆଗଲା ଏହି ପଦକ୍ଷେପ ?

ଇପିଏଫ୍‌ଓ ନିଜର ଡାଟାବେସ୍‌କୁ ଅଧିକ ସୁରକ୍ଷିତ ଓ ମଜଭୁତ କରିବା ପାଇଁ ଏକ ବଡ଼ ‘ଡାଟାବେସ୍‌ କନ୍‌ସୋଲିଡେସନ’ ପ୍ରକ୍ରିୟା ଆରମ୍ଭ କରିଛି । ଏହା ସହିତ ସଫ୍ଟୱେର ଆପ୍ଲିକେଶନକୁ ମଧ୍ୟ ଅପ୍‌ଗ୍ରେଡ୍‌ କରାଯାଉଛି । ଏହି ସିଷ୍ଟମ ଅପଗ୍ରେଡ୍ ହେବା ପରେ, ଗ୍ରାହକମାନଙ୍କୁ ଆଗାମୀ ଦିନରେ ଅଧିକ ଦ୍ରୁତ, ସୁରକ୍ଷିତ ଏବଂ ଭରସାଯୋଗ୍ୟ ଡିଜିଟାଲ୍ ସେବା ପ୍ରଦାନ କରାଯାଇପାରିବ । ସେବା ବନ୍ଦ ରହିବା ଯୋଗୁଁ ଗ୍ରାହକଙ୍କୁ ହେବାକୁ ଥିବା ସାମୟିକ ଅସୁବିଧା ପାଇଁ ସଂଗଠନ ପକ୍ଷରୁ ସହଯୋଗ କାମନା କରାଯାଇଛି । ଜୁନ୍ ୨୮ ଯାଏଁ ବନ୍ଦ ରହିବ EPFO ପୋର୍ଟାଲ୍; ସଫ୍ଟୱେର ଅପଗ୍ରେଡ୍ ପାଇଁ ପିଏଫ୍ ଉଠାଣ ଓ ଇ-ପାସ୍‌ବୁକ୍ ସେବା ସାମୟିକ ଭାବେ ବାଧାପ୍ରାପ୍ତ ।