03 AUGUST 2026

Welcome!

Unlock your personalized experience.
Sign Up

ଜାତୀୟ ମେଟାବଲିକ୍‌ ହରାଇଜନ କନ୍‌କ୍ଲେଭ୍‌ ଉଦ୍‌ଯାପିତ, ମାନସିକ ଓ ସାମାଜିକ ସୁସ୍ଥତା ପରାମର୍ଶ ଦେଲେ ବିଶେଷଜ୍ଞ

Aug 03, 2026 - 11:35
ଜାତୀୟ ମେଟାବଲିକ୍‌ ହରାଇଜନ କନ୍‌କ୍ଲେଭ୍‌ ଉଦ୍‌ଯାପିତ, ମାନସିକ ଓ ସାମାଜିକ ସୁସ୍ଥତା ପରାମର୍ଶ ଦେଲେ ବିଶେଷଜ୍ଞ

ଭୁବନେଶ୍ୱର,୦୩/୦୮: ବିଏନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ‘ମେଟାବଲିକ୍ ହରାଇଜନ୍ କନ୍‌କେଭ’ ଉଦ୍‌ଯାପିତ ହୋଇଛି । ଏହି ସମ୍ମିଳନୀରେ ଡାଇବେଟିସ୍, ଥାଇରଏଡ୍, ରକ୍ତଚାପ, କିଡ୍ନୀ ଓ ହୃଦ୍‌ରୋଗ ଆଦି ହର୍ମୋନ୍‌ଜନିତ ସଂକ୍ରମଣ ଉପରେ ବିଶେଷଜ୍ଞମାନେ ମତ ରଖିଛନ୍ତି । ବିଶେଷ କରି ଚିକିତ୍ସା ବିଜ୍ଞାନରେ ନୂତନ ଗବେଷଣା ଓ ଔଷଧ ବ୍ୟବହାର ଉପରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ସମ୍ମିଳନୀରେ ବିଶେଷଜ୍ଞମାନେ ମାନସିକ, ଆଧ୍ୟାତ୍ମିକ ଓ ଶାରୀରିକ ଚେତନା ଉପରେ ତଥ୍ୟ ରଖିଥିଲେ ।

ବିଏନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ସଭାପତି ପ୍ରଫେସର ଅଭୟ ସାହୁ କହିଛନ୍ତି, ବର୍ତ୍ତମାନ ଜନସଚେତନତା ବଢ଼ିବା ଦ୍ୱାରା ସଂକ୍ରମଣ ରୋଗ ନିୟନ୍ତ୍ରଣରେ ଆସିଛି । ହେଲେ ଜୀବନ ଶୈଳୀ ପରିବର୍ତ୍ତନ ପାଇଁ ଅଣସଂକ୍ରମଣଜନିତ ରୋଗ ବଢ଼ିବାରେ ଲାଗିଛି । ସେଥିପାଇଁ ବିଶେଷଜ୍ଞମାନେ ଏଥିରୁ ମୁକ୍ତି ପାଇବା ପାଇଁ ପରାମର୍ଶ ଦେଇଥିଲେ । ଟ୍ରଷ୍ଟ ସେକ୍ରେଟାରୀ ଡାକ୍ତର ସତ୍ୟଜିତ ତ୍ରିପାଠୀ ଓ ଡାକ୍ତର ଜୟଭାନୁ କୁଅଁର କହିଛନ୍ତି, ସମ୍ମିଳନୀରେ ଚିକିତ୍ସା ସହ ମଣିଷର ମାନସିକ ଓ ସାମାଜିକ ସୁସ୍ଥତା ଉପରେ ପରାମର୍ଶ ଦିଆଯାଇଥିଲା । ଏହାଛଡ଼ା ଜୀବନ ଶୈଳୀ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହେଉଥିବା ରୋଗର ପ୍ରତିକାର ଉପରେ ବିଶେଷଜ୍ଞମାନେ ମତ ରଖିଥିଲେ ।

ସାଇଣ୍ଟିଫିକ୍ ଚେୟାରମ୍ୟାନ୍ ପ୍ରଫେସର ଅରୁଣ ଚୌଧୁରୀ କହିଛନ୍ତି, ସମ୍ମିଳନୀରେ ବହୁ ଜାତୀୟସ୍ତରୀୟ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ସାଇଣ୍ଟିଫିକ୍ ସେକ୍ରେଟେରୀ ସ୍ୱୟଂସିଦ୍ଧ ମଙ୍ଗରାଜ କହିଛନ୍ତି, ଡାଇବେଟିସ୍, ଥାଇରଏଡ୍, ରକ୍ତଚାପ, କିଡ୍ନୀ, ମେଦବହୁଳତା ରୋଗର ନୂଆ ଗବେଷଣା ଓ ଔଷଧ ଉପରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ସହ କାର୍ଯ୍ୟକାରୀ ସମ୍ପାଦକ ଡାକ୍ତର ଉତ୍କଳ କେଶରୀ ଖାଡ଼ଙ୍ଗା, କାର୍ଯ୍ୟକାରୀ ଅଧ୍ୟକ୍ଷ ଡାକ୍ତର ରିତେଶ ଅଗ୍ରୱାଲ କହିଥିଲେ, ଏହି ସମ୍ମିଳନୀରେ ଗ୍ରାମାଞ୍ଚଳରେ କାର୍ଯ୍ୟରତ ଡାକ୍ତରଙ୍କୁ ବିଭିନ୍ନ ରୋଗର ନୂଆ ଚିକିତ୍ସା ପଦ୍ଧତି ଓ ଔଷଧ ବ୍ୟବହାର ସମ୍ପର୍କରେ ଜ୍ଞାନ ମିଳିଛି ।

ଅଧିକ ପଢ଼ନ୍ତୁ :-  ମେଟାବଲିକ ହରାଇଜନ୍-୨୦୨୬’ ସମ୍ମିଳନୀ: ରାଜ୍ୟବାସୀଙ୍କୁ ‘ସ୍ୱାସ୍ଥ୍ୟ ପାଇଁ ଆହ୍ୱାନ’, 'ନିଜ ସହ ନିଜ ସ୍ୱାସ୍ଥ୍ୟକୁ ପ୍ରଥମେ ଭଲ ପାଅ...'

ଶନିବାର ଉଦ୍‌ଘାଟନୀ ଦିବସରେ ‘ସ୍ୱାସ୍ଥ୍ୟ ପାଇଁ ଆହ୍ୱାନ’ ଶୀର୍ଷକ ଆଲୋଚନାଚକ୍ର ହୋଇଥିଲା । ଏଥିରେ ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର, ‘ପ୍ରମେୟ’ ଓ ‘ନ୍ୟୁଜ ୭’ ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚଣ୍ଡିପ୍ରସାଦ ନନ୍ଦ, ବରିଷ୍ଠ ଆଇପିଏସ୍ ସତୀଶ ଗଜଭିୟେ, ଏଣ୍ଡୋକ୍ରିନୋଲୋଜିଷ୍ଟ ଡା. ଅରୁଣ ଚୌଧୁରୀ ଏବଂ ଡା. ଜୟଶ୍ରୀ ସ୍ୱାଇଁ ପ୍ରମୁଖ ବକ୍ତାଭାବରେ ଉପସ୍ଥିତ ଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।