Welcome!

Unlock your personalized experience.
Sign Up

ଜଣା ପଡ଼ିଲା ବଡ଼ କାରଣ: ତିନି ମ୍ୟାଚରେ ଅଭିଷେକଙ୍କୁ କେମିତି ଆଉଟ୍ କଲେ ମୁଜରବାନି ?

Jul 26, 2026 - 18:57
ଜଣା ପଡ଼ିଲା ବଡ଼ କାରଣ: ତିନି ମ୍ୟାଚରେ ଅଭିଷେକଙ୍କୁ କେମିତି ଆଉଟ୍ କଲେ ମୁଜରବାନି ?

ନୂଆଦିଲ୍ଲୀ: ବିଶ୍ବର ନମ୍ବର ଓ୍ବାନ୍ ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା ଥିବା ଅଭିଷେକ ଶର୍ମାଙ୍କୁ ଲାଗିଛି କାହା ନଜର ? ଲଗାତାର ହେଉଛନ୍ତି ବିଫଳ । ଜିମ୍ବାଓ୍ବେ ବିପକ୍ଷରେ ସାଥୀ ଓପନର ଯୁବ ଖେଳାଳି ବୈଭବ ଅର୍ଦ୍ଧଶତକ ହାସଲ କରୁଥିବାବେଳେ ଚାଲୁନି ଅଭିଷେକଙ୍କ ବ୍ୟାଟ୍ । ତିନୋଟି ମ୍ୟାଚରେ ହେଲେ ଫ୍ଲପ୍ । ତିନୋଟିଯାକ ମ୍ୟାଚରେ ଛୁଇଁ ପାରିଲେନି ଦୁଇ ଅଙ୍କ । ତେବେ ସବୁଠାରୁ ବଡ଼ କଥା ହେଉଛି କି, ତିନୋଟି ଯାକ ମ୍ୟାଚରେ ତାଙ୍କୁ କେବଳ ଜଣେ ବୋଲର କରିଛନ୍ତି ଶିକାର । ବେସିଂ ମୁଜରବାନିଙ୍କ ବଲରେ ଆଉଟ୍ ହୋଇ ଫେରିଛନ୍ତି ପାଭିଲିୟନ୍ ।

​​​​​​​

୨୯ ବର୍ଷୀୟ ମୁଜରବାନି ଭାରତୀୟ ଓପନର ଅଭିଷେକଙ୍କୁ ତିନୋଟି ଯାକ ମ୍ୟାଚରେ ହାତ ଖୋଲିବାକୁ ଦେଇନାହାନ୍ତି । ୧,୮  ଏବଂ ଆଜି ମାତ୍ର ୨ ରନ୍ କରି ଆଉଟ୍ ହୋଇଛନ୍ତି ଅଭିଷେକ । ତିନୋଟି ମ୍ୟାଚରେ ମାତ୍ର ୧୧ ରନ୍ କରିଛନ୍ତି ଅଭିଷେକ । ଯାହା ଏବେ ଅଭିଷେକଙ୍କ ପରବର୍ତ୍ତୀ ମ୍ୟାଚ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି । ମୁଜରବାନିଙ୍କ ବଲକୁ ବୁଝିବା ପୂର୍ବରୁ ଆଉଟ୍ ହୋଇଛନ୍ତି ଅଭିଷେକ ।

ଏହାସହ ପଢ଼ନ୍ତୁ : ପୁଣି ଗର୍ଜିଲା ବୈଭବଙ୍କ ବ୍ୟାଟ୍: ଶତକରୁ ବଞ୍ଚିଲେ, ମନ ଜିଣିଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।