ଚିଲିକା ମଝିରେ ଅଟକିଲା ଡଙ୍ଗା, ଫସିଛନ୍ତି ୪୦ ଯାତ୍ରୀ
କୃଷ୍ଣପ୍ରସାଦ,୩୦।୭ : ଚିଲିକା ମଝିରେ ଫସି ରହିଛି ଯାତ୍ରୀ ବାହୀ ଡ଼ଙ୍ଗା। ଚିଲିକାର ମଁଏସା ଗାଁ କୁଦ ନିକଟରେ ଡଙ୍ଗାଟି ଫସି ରହିଛି। ଫଳରେ ୪୦ ଯାତ୍ରୀ ଚିଲିକା ମଝିରେ ରହିଛନ୍ତି। ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟ ନିକଟକୁ ଯାତ୍ରୀମାନଙ୍କୁ ନେଇ ଯାଉଥିଲା ଡ଼ଙ୍ଗା । ଡଙ୍ଗାରେ ୪୦ ଜଣ ଯାତ୍ରୀ ଥିବା ବେଳେ ୨୫ଟି ବାଇକ ରହିଛି। ମଁଏସା ଗାଁ କୁଦ ନିକଟରେ ମେସିନର ଯାନ୍ତ୍ରିକ ତ୍ରୁଟି କାରଣରୁ ଚିଲିକା ମଝିରେ ଅଟକି ରହିଛି ଡଙ୍ଗା।
ଆହୁରି ପଢନ୍ତୁ : ରେଙ୍ଗାଲି ଡ୍ୟାମରୁ ନିଷ୍କାସନ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।