ଚାନ୍ଦୁଆ ଶିଳ୍ପୀ ଅକ୍ଷୟଙ୍କ ନିଆରା କଳାକୃତି, ୫୨୦୦ ବୋତାମରେ ତିଆରି କଲେ ତିନି ରଥ
ପିପିଲି, ୧୬/୦୭: ପିପିଲିର ଯୁବ ଚାନ୍ଦୁଆ କାରିଗର ଅକ୍ଷୟ କୁମାର ମହାପାତ୍ର ସାର୍ଟ ବୋତାମରେ ନିର୍ମାଣ କରିଛନ୍ତି ତିନି ରଥ । ପ୍ରାୟ ୫୨୦୦ ବୋତାମ ବ୍ୟବହାର କରି ସେ ମହାପ୍ରଭୁଙ୍କ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ଅବିକଳ ପ୍ରତିକୃତି ନିର୍ମାଣ କରିଛନ୍ତି । ଏହାକୁ ନିର୍ମାଣ ଲାଗି ଅକ୍ଷୟଙ୍କୁ ଏକ ମାସରୁ ଅଧିକ ସମୟ ଲାଗିଛି । ଗତବର୍ଷ ଅକ୍ଷୟ ଅରୁଆ ଚାଉଳରେ ରଥ ନିର୍ମାଣ କରି ବେଶ୍ ଚର୍ଚ୍ଚା ସାଉଁଟିଥିଲେ ।
ଅଧିକ ପଢ଼ନ୍ତୁ :- କୁନି ରଥରେ କୁନି ଠାକୁର, ଚର୍ଚ୍ଚାରେ ଓମ୍ଙ୍କ ୪ ଇଞ୍ଚର ଧାନରଥ...
ଗତ ୬ ବର୍ଷ ଧରି ସେ ପ୍ରତିବର୍ଷ ଭିନ୍ନ ଭିନ୍ନ ସାମଗ୍ରୀରେ ମହାପ୍ରଭୁଙ୍କ ରଥ ନିର୍ମାଣ କରି ଆସୁଛନ୍ତି । ପେସାରେ ଜଣେ ଚାନ୍ଦୁଆ କାରିଗର ହୋଇଥିଲେ ମଧ୍ୟ ଅକ୍ଷୟଙ୍କ ସ୍ୱପ୍ନ କେବଳ ଜୀବିକାରେ ସୀମିତ ନୁହେଁ । ନିଜର କଳା ମାଧ୍ୟମରେ ମହାପ୍ରଭୁଙ୍କ ମହିମାକୁ ଘରେ ଘରେ ପହଞ୍ଚାଇବା ଏବଂ ଓଡ଼ିଶାର ପାରମ୍ପରିକ କଳାକୁ ନୂଆ ପିଢ଼ି ସାମ୍ନାରେ ଉପସ୍ଥାପନ କରିବା ତାଙ୍କର ମୂଳ ଲକ୍ଷ୍ୟ । ଏହି ସଫଳତା ପଛରେ ତାଙ୍କର ସବୁଠୁ ବଡ଼ ଶକ୍ତି ସାଜିଛନ୍ତି ତାଙ୍କ ମା' । ରଥ ନିର୍ମାଣର ପ୍ରତ୍ୟେକ ପର୍ଯ୍ୟାୟରେ ସେ ପୁଅକୁ ସହଯୋଗ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।