କୋଣାର୍କ ସୂର୍ଯ୍ୟ ମନ୍ଦିରର କଳା ଭାସ୍କର୍ଯ୍ୟ ଦେଖି ବିମୋହିତ ବ୍ରିକ୍ସ ଦେଶର ପ୍ରତିନିଧି ଦଳ
କୋଣାର୍କ ୦୬/୦୮: ବ୍ରିକ୍ସ (BRICS)ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ଓଡ଼ିଶା ସାଂସ୍କୃତିକ ଐତିହ୍ୟ ଓ କଳା ଭାସ୍କର୍ଯ୍ୟର ମୂକସାକ୍ଷୀ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶ କରିଛନ୍ତି। ସ୍ବତନ୍ତ୍ର ଭାବେ ବରିଷ୍ଠ ପ୍ରତିନିଧି ଦଳ 'ବ୍ଲାକ ପାଗେଡ଼ା' ଏବଂ ଏହାର ସମ୍ମୁଖରେ ଥିବା ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରି ବିମୋହିତ ହୋଇଛନ୍ତି ।
ସୂଚନା ଅନୁଯାୟୀ, କୋଣାର୍କରରେ ବ୍ରିକ୍ସ (BRICS)ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ପହଞ୍ଚିଥିଲେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏ ରୁଷ,ବ୍ରାଜିଲ,ଦକ୍ଷିଣ ଆଫ୍ରିକା ଆଦି ଦେଶର ୨୭ଜଣ ପ୍ରତିନିଧିମାନେ ଏକ ସ୍ବତନ୍ତ୍ର ବସରେ ପ୍ରଥମେ ସୂର୍ଯ୍ୟ ମନ୍ଦିର ବୁଲିଥିଲେ । ସ୍ଵୀକୃତୀପ୍ରାପ୍ତ ଗାଇଡ ଅନିମେଶ ମଲ୍ଲିକ ସୂର୍ଯ୍ୟମନ୍ଦିର ଇତିହାସ ସମ୍ପର୍କରେ ଟିକିନିଖି ଭାବେ ବୁଝାଇଥିଲେ। ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ବିମୋହିତ ହୋଇଥିଲେ ବିଦେଶୀ ବିଦେଶିନୀମାନେ। ଶେଷରେ ବ୍ୟାଖ୍ୟାନ କେନ୍ଦ୍ର ବୁଲିଥିଲେ । ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଏସପି ସଚିନ ପଟେଲ,ନିମାପଡା ଏସଡିପିଓ ଜନାର୍ଦ୍ଦନ ପାଢୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା,କୋଣାର୍କ ଆଇଆଇସି ପ୍ରଶାନ୍ତ କୁମାର ପଢିୟାରୀ, ପାନ୍ଥନିବାସ ପରିଚାଳକ ବାପି ରଞ୍ଜନ ସାହୁ ବିଭିନ୍ନ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।