କେନ୍ଦ୍ରାପଡ଼ା ମେରାଇନ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା; କଳି ସମଧାନ କରିବାକୁ ଯାଇ ପାଲଟିଲେ ଶବ

Jun 24, 2026 - 12:47
କେନ୍ଦ୍ରାପଡ଼ା ମେରାଇନ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା; କଳି ସମଧାନ କରିବାକୁ ଯାଇ ପାଲଟିଲେ ଶବ

କେନ୍ଦ୍ରାପଡ଼ା,୨୪/୦୬: ବିବାଦ ସମାଧାନ କରିବାକୁ ଯାଇ ଶବ ପାଲଟିଗଲେ। କାଠ ଫାଳିଆ ମାଡରେ ଚାଲିଗଲା ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ମେରାଇନ ଥାନା ରାମନଗର ଅଞ୍ଚଳରେ ଅଭାବନୀୟ ଘଟଣା।ବିଜେପି ସ୍ଥାନୀୟ ବୁଥ୍ ସଭାପତି ତପନ ଦାସଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ରାତିରେ ସଞ୍ଜୟ ମଣ୍ଡଳ ନାମକ ଜଣେ ରାଜମିସ୍ତ୍ରୀ ବିଜନ ଶାହା ନାମକ ଜଣେ ଶ୍ରମିକଙ୍କ ଘରକୁ ଯାଇଥିଲେ l ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଉଭୟଙ୍କ ମଧ୍ୟରେ ବିବାଦକୁ ସମାଧାନ କରିବା ପାଇଁ ଘଟଣାସ୍ଥଳକୁ ତପନ ଦାସ ଯାଇଥିଲେ। ଗଣ୍ଡଗୋଳ ବଢ଼ିବାରୁ ବିଜନ ଘଟଣାସ୍ଥଳରୁ ଖସି ପଳାଇଥିଲେ। କିନ୍ତୁ ସଞ୍ଜୟଙ୍କ ଆକ୍ରୋଶର ଶିକାର ହୋଇଥିଲେ ତପନ ଦାସ। ସଞ୍ଜୟ କ୍ରୋଧାନ୍ୱିତ ହୋଇ ତପନଙ୍କୁ ଏକ କାଠ ଫାଳିଆରେ ପିଟିଥିଲେ। ଏତିକିରେ ତାଙ୍କ ରାଗ ଶାନ୍ତ ହୋଇ ନଥିଲା। ପାଖରେ ପଡିଥିବା ଏକ ଇଟାରେ ସଞ୍ଜୟ ତପନଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତପନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।