କୁଲଡିହା ଅଭୟାରଣ୍ୟରେ ଚାଲିଛି ଅବୈଧ ଶିକାର: ୨ ଶିକାରୀ ଗିରଫ, ବନ୍ଧୁକ ଜବତ
ନୀଳଗିରି,୧/୮(ଆ.ପ୍ର) : କୁଲଡିହା ଅଭୟାରଣ୍ୟ ମଧ୍ୟରେ ଅବୈଧ ଶିକାର ବୃଦ୍ଧି ପାଇବାରେ ଲାଗିଛି।ତେବେ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ କୁଲଡିହା ବନ୍ୟଜୀବ ରେଞ୍ଜର ଏକ ଟିମ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଶାଳଘାଟି ଗାଁରେ ଅଚାନକ ଚଢ଼ାଉ କରି ସଶସ୍ତ୍ର ଦୁଇଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଜିତୁ ହାଁସଦା (୬୫) ଏବଂ ଦୁର୍ଗା ସିଂ (୪୬) ।
ସୂଚନାଯୋଗ୍ୟ କୁଲଡିହା ଅଭୟାରଣ୍ୟ ରେ ଏବେ ଶିକାରୀ ସକ୍ରିୟ ଥିବା ଜଣାପଡିଛି।କୂଳଡିହା ସୀମାନ୍ତ ଶିକାରୀ ପ୍ରବଣ ଗ୍ରାମରେ ଶିକାରୀ ମାନେ ଅବାଧରେ କୁଲଡିହା ଅଭୟାରଣ୍ୟକୁ ପ୍ରବେଶ କରି ବନ୍ୟଜନ୍ତୁ ଶିକାର କରୁଛନ୍ତି।ମୟୁରଭଞ୍ଜ ଜିଲା ଶାଳଘାଟି ଗ୍ରାମରୁ କିଛି ଶିକାରୀ ଅଭୟାରଣ୍ୟରୁ ଶିକାର କରିଥିବା ବନବିଭାଗ ସୂଚନା ପାଇ ଥିଲା।ପରେ ଚିହ୍ନଟ କରି ଜିତୁ ହାଁସଦା (୬୫) ଏବଂ ଦୁର୍ଗା ସିଂ (୪୬) ନାମକ ଉଭୟଙ୍କ ଘରୁ ବହୁ ବନ୍ୟଜୀବ ଅପରାଧ ସାମଗ୍ରୀ ଜବତ କରାଯାଇଛି। ୨ଟିଦେଶୀ ବନ୍ଧୁକ,ଗୋଟିଏ ବନ୍ଧୁକ ବ୍ୟାରେଲ,୭ ବଣ୍ଡଲ ଫାନ୍ଦ,୩୦ ଟି ଝିଙ୍କ କାଠି,ଗୋଟିଏ ହୁକ ଜବତ କରାଯାଇ ଉଭୟ ଶିକାରୀଙ୍କୁ ଗିରଫ କରାଯାଇଛି।ବନ୍ୟଜୀବ (ସୁରକ୍ଷା) ଆଇନ ୧୯୭୨ ଅନୁଯାୟୀ ଅବୈଧ ଅସ୍ତ୍ର ରଖିବା,ବନ୍ୟଜୀବ ସାମଗ୍ରୀ ରଖିବା, ଶିକାର ଉପକରଣ ରଖିବା ଏବଂ ଅଭୟାରଣ୍ୟରେ ଅନଧିକୃତ ପ୍ରବେଶ ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି କୁଲଡିହା ବନ ଅଧିକାରୀ ସୂଚନା ଦେଇଛନ୍ତି।
ଆହୁରି ପଢନ୍ତୁ : ମହାନଦୀରେ ନାହିଁ ବନ୍ୟା ଆଶଙ୍କା , ବୈତରଣୀ ସମେତ ଅନ୍ୟ ସବୁ ନଦୀରେ କମୁଛି ଜଳସ୍ତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।