କାଶ୍ମୀର ଅନ୍ତର୍ଜାତୀୟ ବିବାଦ, କାନ୍ଦିଲେ-ଭିକ ମାଗିଲେ ମିଳି ଯିବନି: ପାକିସ୍ତାନକୁ ପୂର୍ବତନ ଭାରତୀୟ ଜେନେରାଲଙ୍କ କଡା ଜବାବ୍

Jun 25, 2026 - 13:47
କାଶ୍ମୀର ଅନ୍ତର୍ଜାତୀୟ ବିବାଦ, କାନ୍ଦିଲେ-ଭିକ ମାଗିଲେ ମିଳି ଯିବନି: ପାକିସ୍ତାନକୁ ପୂର୍ବତନ ଭାରତୀୟ ଜେନେରାଲଙ୍କ କଡା ଜବାବ୍

ନୂଆଦିଲ୍ଲୀ,୨୫।୬: ଜାତିସଂଘରେ କାଶ୍ମୀରକୁ ନେଇ ପାକିସ୍ତାନର ବୟାନବାଜି ପରେ ଭାରତ କଡା ଢଙ୍ଗରେ ଦେଇଛି ପାଲଟା ଜବାବ୍। ବୈଦେଶିକ ମାମଲାର ବିଶେଷଜ୍ଞ ମଧ୍ୟ ଏହାକୁ ଉଚିତ ବୋଳି କହିଛନ୍ତି। ମେଜର ଜେନେରାଲ (ରିଟାୟର୍ଡ) ହର୍ଷ କକ୍କଡ କହିଛନ୍ତି, ଅନ୍ତର୍ଜାତୀୟ ମଞ୍ଚରେ ଭିକ ମାଗିବା କିମ୍ବା କାନ୍ଦିଲେ ପାକିସ୍ତାନକୁ କାଶ୍ମୀର ମିଳିଯିବନି। କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଥିଲା ଓ ଆଗକୁ ବି ରହିବ।

ମେଜର ଜେନେରାଲ ହର୍ଷ କକ୍କଡ ଜାତିସଂଘରେ ପାକିସ୍ତାନର ପ୍ରତିନିଧି ଅସିମ ଇଫତିଖାର ଅହମ୍ମଦଙ୍କ ବୟାନ ନେଇ ପ୍ରତିକ୍ରିୟା ଦେଇଛନ୍ତି। ଏହି ବୟାନରେ ପାକ୍ ପ୍ରତିନିଧି କହିଥିଲେ, କାଶ୍ମୀର ଏକ ଅନ୍ତର୍ଜାତୀୟ ବିବାଦ। ଏହା ସୁରକ୍ଷା ପରିଷଦର ଏଜେଣ୍ଡାରେ ସାମିଲ ରହିଛି। ଏହା କେବେ ବି ଭାରତର ଅଂଶ ନଥିଲା ଓ ନା ଏହା କେବେ ଭାରତର ଅଂଶ। କାରଣ ଜମ୍ମୁ-କାଶ୍ମୀର ସୁରକ୍ଷା ପରିଷଦ ଏହି ପ୍ରସ୍ତାବର ମୁଖ୍ୟ ପ୍ରସଙ୍ଗ ଥିଲା।

ଅସୀମ ଇଖତିଖାର ଅହମ୍ମଦଙ୍କ ଏହି ବୟାନ ଉପରେ ମେଜର ଜେନେରାଲ ହର୍ଷ କକ୍କଡ ଏକ୍ସରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ଜାତିସଂଘରେ ଅର୍ଥହୀନ କଥା କହୁଛି। କାଶ୍ମୀର କୌଣସି ଅନ୍ତର୍ଜାତୀୟ ବିବାଦ ନୁହେଁ, ଏହା ବିଶ୍ବଯୁଦ୍ଧ ରୂପରେ ଦ୍ବିତୀୟ ବିବାଦ, ଯେଉଁଥିରେ ପାକିସ୍ତାନ ପାଖରେ ବେଆଇନ୍ କ୍ଷେତ୍ର ରହିଛି। କାନ୍ଦିଲେ ଷ୍ଟାଟସ୍ ବଦଳିବ ନାହିଁ। ଆପଣମାନେ କିଛି କରିପାରିବେନି। ଭାରତ କୌଣସି ଚର୍ଚ୍ଚା, ହସ୍ତକ୍ଷେପ କିମ୍ବା ମଧ୍ୟସ୍ଥତାକୁ ଗ୍ରହଣ କରେନି। ଭିକ ମାଗିଲେ କିଛି ବଦଳିବ ନାହିଁ। କେବଳ ଆପଣ ଆହୁରି ଅଧିକ ଚିଲାଇବେ।’

ଏହା ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ମଙ୍ଗଳବାର ପାକିସ୍ତାନର ସେହି ସବୁ ଦାବିକୁ ଖଣ୍ହ କରିଛି, ଯେଉଁଥିରେ ପାକିସ୍ତାନ ପିଓକେରେ ଜାରି ଅଶାନ୍ତି ପାଇଁ ଭାରତକୁ ଦାୟୀ କରିଥିଲା। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜସଓ୍ବାଲ କହିଥିଲେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପରେ ଲଗାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭାବରେଯ ମିଛ। ଏହା ଇସଲାମାବାଦର ନିଜ ବିଫଳତା ଓ ମାନବାଧିକାର ଉଲଂଘନରୁ ଧ୍ୟାନ ହଟାଇବାର ଚେଷ୍ଟା। ଆମେ ପାକିସ୍ତାନର ଏହି ମିଛ ଓ ମନଗଢା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବରେ ଖାରଜ କରୁଛୁ। ଏହି ବୟାନ ପାକିସ୍ତାନର ବିଫଳତା ଓ ମାନବାଧିକାର ଉଲଂଘନ ପ୍ରତି ଧ୍ୟାନ ହଟାଇବାର ଚେଷ୍ଟା।’