28 JUNE 2026

Welcome!

Unlock your personalized experience.
Sign Up

‘ଓ୍ବେଲକମ ଟୁ ଦ ଜଙ୍ଗଲ’ର ଟିଜରରେ ନଜର ଆସିଲେ ଏହି ୫ ଅଭିନେତା, କିନ୍ତୁ ଫିଲ୍ମରୁ ଗାୟବ

Jun 28, 2026 - 16:56
‘ଓ୍ବେଲକମ ଟୁ ଦ ଜଙ୍ଗଲ’ର ଟିଜରରେ ନଜର ଆସିଲେ ଏହି ୫ ଅଭିନେତା, କିନ୍ତୁ ଫିଲ୍ମରୁ ଗାୟବ

ମୁମ୍ବାଇ,୨୮/୬ : ଟିଜରରେ ନଜର ଆସିଲେ ଭେଟରାନ ଅଭିନେତା । ମାତ୍ର ସିନେମା ରିଲିଜ୍ ପରେ ସମ୍ପୂର୍ଣ୍ଣ ଗାୟବ । ଦର୍ଶକ ଟିଜର ଦେଖି ହଲକୁ ଗଲେ କିନ୍ତୁ ସିନେମାରେ ସେମାନଙ୍କୁ ଖୋଜି ପାଇଲେନି । ସିନେମା ବିବାଦ ନୂଆ କଥା ନୁହେଁ । ଅଧା ସୁଟିଂରୁ ବି ଆମେ ଦେଖିଛେ କି ଅଭିନେତା ବିଭିନ୍ନ ପ୍ରୋଜେକ୍ଟ ଛାଡ଼ିଥାନ୍ତି । ମାତ୍ର ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯେଉଁମାନେ ଟିଜରରେ ଦେଖାଯାଉଛନ୍ତି ସେମାନେ ଫିଲ୍ମରୁ ଗାୟବ ହେବା ଘଟଣା ସହଜରେ କେହି ହଜମ କରିପାରୁନାହାନ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏହି ଘଟଣା ନଜରକୁ ଆସିଛି ଫିଲ୍ମ ‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ରେ । ୫ ଅଭିନେତା ସିନେମାରୁ ଗାୟବ ହୋଇଯାଇଛନ୍ତି ।

ନିକଟରେ ରିଲିଜ ହୋଇଛି ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ । ସିନେମା ରିଲିଜ ପରେ ବକ୍ସ ଅଫିସରେ ନିଜର ଦବଦବା ଜାହିର କରିଛି । ଏହି ଫିଲ୍ମକୁ ଦର୍ଶକଙ୍କଠାରୁ ଭଲ ରେସପନ୍ସ ମିଳୁଛି । ଆସନ୍ତୁ ଜାଣିବା ୫ଅଭିନେତାଙ୍କ ବିଷୟରେ । ଯେଉଁମାନେ ଓ୍ବେଲକମ୍ ଟୁ ଦ ଜଙ୍ଗଲର ଟିଜରରେ ନଜର ଆସିଥିଲେ କିନ୍ତୁ ସେମାନେ ଫିଲ୍ମରୁ ଗାୟବ ହୋଇଯାଇଛନ୍ତି ।

‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ ଏକ ମଲ୍ଟିଷ୍ଟାରର ଫିଲ୍ମ ଅଟେ । ଯେଉଁଥିରେ ଅକ୍ଷୟ କୁମାରଙ୍କ ସହ ସୁନୀଲ ସେଟ୍ଟୀ, ପରେଶ ରାଓ୍ବଲ, ଅରଶଦ ବରସୀ, ଜ୍ୟାକି ଶ୍ରଫଙ୍କ ସମେତ ପ୍ରାୟ ୩୦ ଭେଟରାନ ଷ୍ଟାର୍ ନଜର ଆସିଥିଲେ। ମାତ୍ର ରିଲିଜ୍ ପରେ ଫ୍ୟାନ୍ସ ଏକ ବଡ଼ କଥା ନୋଟିସ କରିଛନ୍ତି । ଫିଲ୍ମର ଟିଜରରେ ଦେଖାଯାଇଥିବା ୫ ସେଲିବ୍ରେଟି ଫାଇନାଲ କଟରୁ ସମ୍ପୂର୍ଣ୍ଣ ଭାବେ ଗାୟବ ହୋଇଯାଇଛନ୍ତି । ରିପୋର୍ଟ ଅନୁସାରେ,ଏହି ଲିଷ୍ଟରେ ସଞ୍ଜୟ ଦତ୍ତ, ମିକା ସିଂହ, ଶାରିବ ହାଶମୀ, ରାହୁଲ ଦେବ ଏବଂ ଇନାମୁହ୍ଲକଙ୍କ ନାଁ ବି ସାମିଲ ଅଛି ।

ସୂଚନା ମୁତାବକ, ସଞ୍ଜୟ ଦତ୍ତ ‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ ଛାଡ଼ିବା ନେଇ ଭିନ୍ନ ଭିନ୍ନ କାରଣ ସାମ୍ନାକୁ ଆସିଥିଲା । ଆରମ୍ଭରୁ କୁହାଯାଇଥିଲା କି ସେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାରଣରୁ ଫିଲ୍ମରୁ ଦୂରରେ ଅଛନ୍ତି । ସେହିଭଳି ପରେ ଏଭଳି ଖବର ଆସିଥିଲାକି ସ୍କ୍ରିଫ୍ଟ ଏବଂ ନିଜ ଭୂମିକାକୁ ନେଇ ଏହି ସିନେମାରୁ ଦୂରେଇବାକୁ ନିଷ୍ପତ୍ତି ନେଇଛନ୍ତି । ସଞ୍ଜୟ ଦତ୍ତଙ୍କ ବ୍ୟତୀତ ବାକି ଅଭିନେତା ଫିଲ୍ମରେ କାହିଁକି ଦେଖାଯାଉନାହାନ୍ତି ଏହା ଉପରେ ମେକର୍ସ କିମ୍ବା କଳାକାରଙ୍କ ତରଫରୁ କୌଣସି ଅଫିସିଆଲ ବୟାନ ସାମ୍ନାକୁ ଆସିନାହିଁ । ପ୍ରାୟ ଏହା ସ୍ପଷ୍ଟ ହୋଇନାହିଁ କି ସେମାନଙ୍କୁ କାହିଁକି ଫିଲ୍ମରୁ ହଟାଯାଇଛି କିମ୍ବା ସେମାନେ ନିଜେ ଫିଲ୍ମ ଛାଡ଼ି ଦେଇଛନ୍ତି ।

‘ଓ୍ବେଲକମ ଟୁ ଦ ଜଙ୍ଗଲ’ ୨୬ଜୁନରେ ଫିଲ୍ମ ହଲରେ ରିଲିଜ ହୋଇଥିଲା । ଏହି କମେଡ଼ି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳୁଛି ।