06 AUGUST 2026

Welcome!

Unlock your personalized experience.
Sign Up

ଓଏଫ୍‌ଡିସି ଯୋଗାଇପାରୁନି କାଠ! ଜଗତସିଂହପୁରରୁ ସ୍ୱର୍ଗଦ୍ୱାରକୁ କାଠ ନେଇ ଆସିଲେ ପରିବାର, ମୃତଦେହର କଲେ ସଂସ୍କାର

Aug 06, 2026 - 12:38
ଓଏଫ୍‌ଡିସି ଯୋଗାଇପାରୁନି କାଠ! ଜଗତସିଂହପୁରରୁ ସ୍ୱର୍ଗଦ୍ୱାରକୁ କାଠ ନେଇ ଆସିଲେ ପରିବାର, ମୃତଦେହର କଲେ ସଂସ୍କାର

ପୁରୀ,୦୬/୦୮: ସ୍ୱର୍ଗଦ୍ୱାରରେ କାଠ ଅଭାବ ଯୋଗୁ ଜଗତସିଂହପୁର ପାରାଦୀପ ଅଞ୍ଚଳରୁ ଲୋକେ ମୃତଦେହ ସହ କାଠ ନେଇ ଆସିଥିଲେ । ଆବଶ୍ୟକ ଟଙ୍କା ଜମା କରି ପରିବାର ଲୋକେ ଶେଷ ସଂସ୍କାର ସାରିଛନ୍ତି । ଜଗତସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳର ଗିରିଧାରୀ ସ୍ୱାଇଁ । ମଙ୍ଗଳବାର ତାଙ୍କ ମୃତଦେହକୁ ପରିବାର ଲୋକେ ସ୍ୱର୍ଗଦ୍ୱାର ଆଣିିଥିଲେ । ସେମାନେ ୨ କ୍ୱିଣ୍ଟାଲରୁ ଅଧିକ କାଠ ମଧ୍ୟ ନେଇ ଆସିଥିଲେ । ଏହା ଦେଖି ସ୍ୱର୍ଗଦ୍ୱାର କର୍ମଚାରୀ ଏତେ କାଠ କେଉଁଠୁ ଆଣିଲ ବୋଲି ପଚାରିଥିଲେ ।

ମୃତକଙ୍କ ପୁଅ ନିହାର କହିଥିଲେ, ମଙ୍ଗଳବାର ସକାଳୁ ସ୍ୱର୍ଗଦ୍ୱାରରେ କାଠ ସରିଯିବାରୁ ମୃତଦେହ ପୋଡ଼ା ନହୋଇପାରି ୩ ଘଣ୍ଟାରୁ ଅଧିକ ସମୟ ପଡ଼ି ରହିବା ଖବର ସେମାନେ ଗଣମାଧ୍ୟମରୁ ଜାଣିଥିଲେ । ତେଣୁ ସେମାନେ କାଠ ନେଇ ଆସିଥିଲେ । ତେବେ ଏହା ଗୋଟିଏ ଘଟଣା ନୁହେଁ ଦୁଇଦିନ ହେବ ଏକାଧିକ ଘଟଣା ସାମ୍ନାକୁ ଆସିଲାଣି । ରାତିରେ ସ୍ୱର୍ଗଦ୍ୱାର କାଠଗୋଲାରୁ ଶବ ସଂସ୍କାର ଉପଯୋଗୀ ସାଇଜ୍ କାଠ ସରିଯାଉଛି । ଏହା ସରିଯିବା ପରେ ପଡ଼ି ରହୁଥିବା କାଠ ଗରଣ୍ଡା ବ୍ୟବହାର ହୋଇପାରୁନି । ତେଣୁ ଲୋକେ ଦହଗଞ୍ଜ ହେଉଛନ୍ତି ।

ଅଧିକ ପଢ଼ନ୍ତୁ :-  Puri Swargadwar : ବଢ଼ିଚାଲିଛି ସ୍ୱର୍ଗଦ୍ୱାର ଶ୍ମଶାନ ଧୂଆଁ ,ଏନ୍ଜିଟିଙ୍କ ନିର୍ଦ୍ଦେଶକୁ ଅଣଦେଖା

ଓଏଫ୍‌ଡିସି ଯୋଗାଇପାରୁନି କାଠ!

ସ୍ୱର୍ଗଦ୍ୱାରରେ ପାନୀୟଜଳ ଓ ଶୌଚାଳୟ ସଫେଇ ସମସ୍ୟାକୁ ନେଇ ସ୍ୱର୍ଗଦ୍ୱାର ଆସୁଥିବା ଲୋକେ ଜର୍ଜରିତ । ସାମାଜିକକର୍ମୀ ଚନ୍ଦ୍ରଶେଖର ମିଶ୍ର କହିଛନ୍ତି, ଶ୍ମଶାନରେ ଶବ ଜଳୁଥିବା ପିଣ୍ଡି ଠିକ୍ ଭାବେ ସଫା ହେଉନି । ଅନେକ ସମୟରେ ଜାଳେଣି କାଠ ମିଳୁନି । ବାହାରୁ କାଠ କିଣିବାକୁ ପଡ଼ୁଛି । ହରିଶ୍ଚନ୍ଦ୍ର ସହାୟତା ରାଶିର ଅପବ୍ୟବହାର ହେଉଛି । ପ୍ରଶାସନ ଦଖଲକୁ ଆଣିଥିବା ଶ୍ମଶାନ ଜମି ପୁଣି ଜବରଦଖଲକୁ ଚାଲିଗଲାଣି । ଏନେଇ ବାରମ୍ବାର ଅଭିଯୋଗ ସତ୍ତେ୍ୱ ଦାୟିତ୍ୱରେ ଥିବା ଜିଲ୍ଲା ପ୍ରଶାସନର ଅଧିକାରୀ ଦୃଷ୍ଟି ଦେଉନାହାନ୍ତି ।

ସୂଚନାଯୋଗ୍ୟଯେ, ଓଏଫ୍‌ଡିସି ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ନିମନ୍ତେ ଝାଉଁ କାଠ ଯୋଗାଇ ଦେବାକୁ ଦାୟିତ୍ୱ ନେଇଛି । ତେବେ ଓଏଫ୍ଡିସି ପୂର୍ବ ଅପେକ୍ଷା ଅଧିକ ଦାମ୍ ନେଉଛି । ମାତ୍ର ଶୁଖିଲା ସାଇଜ୍ ଝାଉଁ କାଠ ଯୋଗାଇବାରେ ଫେଲ୍ ମାରିଛି। ଝାଉଁ କାଠ ଜାଳେଣି ନିମନ୍ତେ ଉପଯୁକ୍ତ । ମାତ୍ର ବଡ଼ ସାଇଜ୍ ଆକାଶୀ ଓ ଅନ୍ୟ ଜଙ୍ଗଲୀ କାଠ ଦିଆଯାଉଛି ଯାହା ଠିକ୍ ଭାବେ ଜଳୁ ନାହିଁ ଯାହାକୁ ନେଇ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ତେବେ ଏ ନେଇ ଓଏଫ୍ଡିସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଅଧିକ ପଢ଼ନ୍ତୁ :-  କୋଣାର୍କ ସୂର୍ଯ୍ୟ ମନ୍ଦିରର କଳା ଭାସ୍କର୍ଯ୍ୟ ଦେଖି ବିମୋହିତ ବ୍ରିକ୍ସ ଦେଶର ପ୍ରତିନିଧି ଦଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।