03 AUGUST 2026

Welcome!

Unlock your personalized experience.
Sign Up

ଏହି ୪ ଖେଳାଳିଙ୍କ ମଧ୍ୟରୁ କିଏ ନେବେ ବୁମରାଙ୍କ ସ୍ଥାନ ? ଖୁବଶୀଘ୍ର ଘୋଷଣା କରିବ BCCI

Aug 02, 2026 - 20:48
ଏହି ୪ ଖେଳାଳିଙ୍କ ମଧ୍ୟରୁ କିଏ ନେବେ ବୁମରାଙ୍କ ସ୍ଥାନ ? ଖୁବଶୀଘ୍ର ଘୋଷଣା କରିବ BCCI

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ବୋଲର ଜଶପ୍ରିତ ବୁମରା । ଆଗାମୀ ବଡ଼ ବଡ଼ ମ୍ୟାଚ ସାଙ୍ଗକୁ ଟୁର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖି ବିସିସିଆଇ ନିଆଯାଇଛି ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ବିସିସିଆଇ ଏବଂ ଚୟନକର୍ତ୍ତା ତାଙ୍କୁ ବିଶ୍ରାମ ଦେଇଥିବାବେଳେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବେ ନାହିଁ ବୁମରା । କାରଣ ୨୦୨୭ ବିଶ୍ବକପ ସାଙ୍ଗକୁ ନ୍ୟୁଜିଲାଣ୍ଡ ଗସ୍ତ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ରହିଛି । ତେବେ ବୁମରା ଦଳରୁ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନ ନେବ କିଏ ? ଏବେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଏହି ତାଲିକାରେ ଆଗରେ ରହିଛନ୍ତି ୪ ବୋଲର । ଆସନ୍ତୁ ନଜର ପକାଇବା ସେମାନଙ୍କ ଉପରେ...

ଆକାଶ ଦୀପ

ନିକଟରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରି ଆକାଶ ଦୀପ ନିଜର ଦମଦାର ବୋଲିଂ ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନୂଆ ବଲ୍ରେ ସୁଇଙ୍ଗ୍ କରିବା ସହ ନିୟନ୍ତ୍ରିତ ଲାଇନ୍-ଲେନ୍ଥରେ ବୋଲିଂ କରିବାର କ୍ଷମତା ତାଙ୍କ ପାଖରେ ରହିଛି । ବୁମରାଙ୍କ ଅନୁପସ୍ଥିତିରେ ତାଙ୍କୁ ଚୂଡ଼ାନ୍ତ ଏକାଦଶ (Playing XI) ରେ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

ମୁକେଶ କୁମାର

ଘରୋଇ କ୍ରିକେଟ୍ରେ ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ମୁକେଶ କୁମାର ଟେଷ୍ଟ ସ୍ୱରୂପ ପାଇଁ ଜଣେ ବେଶ୍ ଉପଯୁକ୍ତ ବୋଲର । ପିଚ୍ରୁ ସାହାଯ୍ୟ ନମିଳିଲେ ବି ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବୋଲିଂ କରି ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ସୃଷ୍ଟି କରିବାର ଦକ୍ଷତା ତାଙ୍କର ରହିଛି ।

ପ୍ରସିଦ୍ଧ କ୍ରିଷ୍ଣା

ନିଜର ଉଚ୍ଚତା ଏବଂ କ୍ଷିପ୍ର ଗତି ପାଇଁ ଜଣାଶୁଣା ପ୍ରସିଦ୍ଧକ୍ରିଷ୍ଣାମଧ୍ୟ ବୁମରାଙ୍କ ବିକଳ୍ପ ଭାବେ ଚୟନକର୍ତ୍ତାଙ୍କ ନଜରରେ ଅଛନ୍ତି । ପିଚ୍ରୁ ଅତିରିକ୍ତ ବାଉନ୍ସ (Extra Bounce) ହାସଲ କରି ବିରୋଧୀ ଦଳର ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇବାରେ ସେ ବେଶ୍ ସିଦ୍ଧହସ୍ତ ।

ଅର୍ଶଦୀପ ସିଂହ

ସୀମିତ ଓଭର କ୍ରିକେଟ୍ରେ ନିଜର ଯାଦୁ ଦେଖାଇସାରିଥିବା ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କୁ ଏପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ସୁଯୋଗ ମିଳିନାହିଁ । କିନ୍ତୁ ବାମହାତୀ ବୋଲର ଭାବେ ସେ ଦଳକୁ ବୋଲିଂରେ ଭିନ୍ନତା (Variation) ଆଣିଦେଇ ପାରିବେ, ଯାହା ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ଫାଇଦାପ୍ରଦ ହୋଇପାରେ।

ଏହାସହ ପଢ଼ନ୍ତୁ : ପଞ୍ଜାବ କିଙ୍ଗ୍ସର ଷ୍ଟାର୍ ଶଶାଙ୍କ ଅଚାନକ ଛାଡ଼ିଲେ ନିଜ ଟିମ୍, ଜାଣନ୍ତୁ କାରଣ…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।