22 JULY 2026

Welcome!

Unlock your personalized experience.
Sign Up

ଏହି ସବୁ ଗ୍ରାହକଙ୍କ ପାଇଁ ଖୁବ୍ ଦରକାରୀ ‘ଛୋଟୁ’ ଏଲପିଜି ଗ୍ୟାସ୍ ସିଲିଣ୍ଡର, ଫେରାଇଲେ ମଧ୍ୟ ପାଇବେ ଟଙ୍କା

Jul 21, 2026 - 19:20
ଏହି ସବୁ ଗ୍ରାହକଙ୍କ ପାଇଁ ଖୁବ୍ ଦରକାରୀ ‘ଛୋଟୁ’ ଏଲପିଜି ଗ୍ୟାସ୍ ସିଲିଣ୍ଡର, ଫେରାଇଲେ ମଧ୍ୟ ପାଇବେ ଟଙ୍କା

ନୂଆଦିଲ୍ଲୀ,୨୧।୭: ଏମିତି ତ ଘରୋଇ ବ୍ୟବହାର ପାଇଁ ଅଧିକାଂଶ ଗ୍ରାହକ ୧୪.୨ କିଲୋଗ୍ରାମର ଏଲପିଜି ଗ୍ୟାସ୍ ସିଲିଣ୍ଡରର ବ୍ୟବହାର କରନ୍ତି। ତେବେ ଏଭଳି ଏକ ବଡ ବର୍ଗ ରହିଛି, ଯେଉଁମାନେ ୫ କେଜିର ଛୋଟ ଏଲପିଜି ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରନ୍ତି। ଏଭଳି ଗ୍ରାହକଙ୍କ ପାଇଁ ଇଣ୍ଡିଆନ୍ ଅଏଲର ‘ଛୋଟୁ ଏଲପିଜି ସିଲିଣ୍ଡର’ ଏକ ବଢିଆ ବିକଳ୍ପ ହୋଇପାରେ। ଏଭଳି ସିଲିଣ୍ଡରର ମଧ୍ୟ ବହୁ ବିଶେଷ୍ବତ ରହିଛି, ଏ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି। ଉଦାହରଣ ଅନୁଯାୟୀ ଏହି ସିଲିଣ୍ଡର ପାଇଁ କୌଣସି ପ୍ରକାର ଆଡ୍ରେସ ପ୍ରୁଫର ଆବଶ୍ୟକତା ପଡେନି। ଏହାଛଡା ଫେରାଇବା ପରେ ଗ୍ରାହକଙ୍କୁ ପ୍ରତି ସିଲିଣ୍ଡର ପ୍ରତି ୫୦୦ ଟଙ୍କା ଧାର୍ଯ୍ୟ ବକେୟା ରାଶି ମିଳିଥାଏ। ଏହି ସିଲିଣ୍ଡର ବିଶେଷ ଭାବରେ ଛାତ୍ର, ଭଡାରେ ଥିବା ଲୋକ, ଅନ୍ୟ ସହରରେ କାମ କରୁଥିବା କର୍ମଚାରୀ, ଛୋଟ ପରିବାର, ହଷ୍ଟେଲ, ଛୋଟ ଦୋକାନୀ ଓ ସୀମିତ ସ୍ଥାନରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଉପଯୋଗୀ।

କ’ଣ ରହିଛି ଡିଟେଲ ?

ଇଣ୍ଡିଆନ୍ ଅଏଲ ୫ କେଜିଆ ଏଫଟିଏଲ (ଫ୍ରି ଟ୍ରେଡ୍ ଏଲପିଜି) ସିଲିଣ୍ଡରକୁ ‘ଛୋଟୁ’ ନାମରେ ଲଞ୍ଚ କରାଯାଇଥିଲା। ଏହା ସେହି ଲୋକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ଯାହାଙ୍କୁ କମ୍ ମାତ୍ରାରେ ଗ୍ୟାସର ଆବଶ୍ୟକତା ରହିଥାଏ। ଗ୍ରାହକଙ୍କୁ ନିଜର ସୁବିଧା ଅନୁସାରେ,ଏହି ସିଲିଣ୍ଡରର ବ୍ୟବହାର କୌଣସି ବି ସହରରେ କରିହେବ। ଯଦି ଭବିଷ୍ୟତରେ ଏହାର ଆବଶ୍ୟକତା ନଥାଏ, ତେବେ ଅଧିକୃତ ବିକ୍ରି କେନ୍ଦ୍ରରୁ କିଣାଯାଇଥିବା ସିଲିଣ୍ଡରକୁ ଫେରାଇବା ପରେ  ୫୦୦ ଟଙ୍କା ପ୍ରତି ସିଲିଣ୍ଡରରେ ନିଶ୍ଚିତ ଭାବରେ ବାୟବ୍ୟାକ୍ ରାଶି ଫେରାଇ ଦିଆଯିବ।

ଉଲ୍ଲେଖନୀୟ ଯେ,ଏହି ସିଲିଣ୍ଡରକୁ କିଣିବା ପାଇଁ କୌଣସି ପାରମ୍ପାରିକ ଘରୋଇ ଗ୍ୟାସ୍ କନେକ୍ସନର ଆବଶ୍ୟକତା ନାହିଁ। ଗ୍ରାହକ କେବଳ ପରିଚୟ ପତ୍ର ଦେଖାଇ ନୂଆ ‘ଛୋଟୁ’ ଏଲପିଜି କନେକ୍ସନ ନେଇପାରନ୍ତି। ଏହାପରେ ସିଲିଣ୍ଡର ରିଫିଲିଂ ସାରା ଦେଶରେ କୌଣସି ଅଧିକୃତ ‘ଇଣ୍ଡେନ୍’ ଡିଷ୍ଟ୍ରିବ୍ୟୁଟର, ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପ, ଅଳ୍ପ କିଛି ଷ୍ଟୋର ଓ ସୁପରମାର୍କେଟରେ ଏହାକୁ ରିଫିଲିଂ କରିପାରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।