WEDNESDAY
08 JULY 2026

Welcome!

Unlock your personalized experience.
Sign Up

ଏହି ରାଶିର ବ୍ୟକ୍ତିଙ୍କ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ

Jul 07, 2026 - 20:22
ଏହି ରାଶିର ବ୍ୟକ୍ତିଙ୍କ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ

ମେଷ : ଅପରାହ୍ନ ୪.୦୦ଟା ପର୍ଯ୍ୟନ୍ତ ଦ୍ୱାଦଶ ଚନ୍ଦ୍ର ଯୋଗୁ ଆୟ ଅପେକ୍ଷା ବ୍ୟୟ କମ୍ ରହିବ ଏବଂ ଖର୍ଚ୍ଚ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବେ । ଖର୍ଚ୍ଚ ପ୍ରତି ଅନାଗ୍ରହ, ସଞ୍ଚୟ ପ୍ରତି ମନରେ ଆଗ୍ରହ ପ୍ରକାଶ ପାଇବ ଏବଂ ଆୟର କିଛି ମାତ୍ରା ସଞ୍ଚୟରେ ବିନିଯୋଗ କରିବେ । ସମସ୍ତ ଅସମ୍ପୂର୍ଣ୍ଣ କର୍ମକୁ ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ ଏବଂ ସମସ୍ତ କର୍ମରେ ଆପଣଙ୍କର ସମୟାନୁବର୍ତ୍ତିତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମ ଆପଣଙ୍କ ପାଇଁ ସହଜ ହେବ । ଯେଉଁମାନଙ୍କର ଅଶ୍ୱିନୀ ଓ ଦ୍ୱିଜା ମେଷ, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୩, ଆରାଧନା : ମା’ ବଗଳାମୁଖୀ ।

ବୃଷ : ଏକାଦଶ ଓ ଦ୍ୱାଦଶ ଚନ୍ଦ୍ର, ବୁଧବାର ଓ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ଧନ, ସମ୍ପଦ ବୃଦ୍ଧି ପାଇବ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ ଏବଂ ଧନର ସତ୍ବିନିଯୋଗ କରିବେ । ଆୟର ନୂତନ ମାର୍ଗ ଖୋଲିବ ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ ଅଟକିଥିବା କାମକୁ ଆଜି ସଫଳତାର ସହ ସମ୍ପାଦନ କରିବେ । ଯେଉଁମାନଙ୍କର ରୋହିଣୀ ବୃଷ, ସେମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ନୀଳ, ସଂଖ୍ୟା : ୧୨, ଆରାଧନା : ମା’ ତ୍ରିପୁର ସୁନ୍ଦରୀ ।

ମିଥୁନ : ଦଶମ ଓ ଏକାଦଶ ଚନ୍ଦ୍ର ଓ ଅପରାହ୍ନ ୧୨ଟା ୨୨ ମିନିଟ୍ ପର୍ଯ୍ୟନ୍ତ ଘାତତିଥି ଯୋଗୁ ସେ ସମୟ ପର୍ଯ୍ୟନ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ । ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷ ପୂର୍ଣ୍ଣ ହେବ । ବୁଧବାର ଓ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ପରିସ୍ଥିତି, ପରିବେଶ, ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ ଏବଂ ଭାଗ୍ୟ, ଭବିଷ୍ୟ ଓ ଭଗବାନଙ୍କ ଉପରେ ଅଗାଧ ବିଶ୍ୱାସ ରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧାସୁଯୋଗ ହାସଲ କରିବେ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ, ସେମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ମେରୁନ୍, ସଂଖ୍ୟା : ୮, ଆରାଧନା : ଭଗବାନ ବିଷ୍ଣୁ ।

କର୍କଟ : ଘାତବାର ଓ ଅପରାହ୍ନ ୪.୦୦ଟା ପର୍ଯ୍ୟନ୍ତ କୃଷ୍ଣପକ୍ଷର ନବମ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିାବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା, ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ। ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ଅପମାନ, ଅପଯଶ, ଅପନିନ୍ଦା ମିଳିବ । ପରିବାରରେ ଅଶାନ୍ତି, ସ୍ୱଜନରେ ବିବାଦ, ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା ଏବଂ ପୁରାତନ ବନ୍ଧୁଙ୍କ ସହ ତିକ୍ତତା ଦେଖାଦେବ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : ସିଲ୍ଭର, ସଂଖ୍ୟା : ୧, ଆରାଧନ୍ୟା ଭଗବାନ ଶିବ ।

ସିଂହ : ଅଷ୍ଟମ ଚନ୍ଦ୍ର, ଅଷ୍ଟମୀ ତିଥି ଓ ଆଠ ତାରିଖ ଯୋଗୁ କୌଣସି କର୍ମ କରିବା ପୂର୍ବରୁ ଭଲଭାବେ ଚିନ୍ତାକରି କରିବେ, ନଚେତ୍ ବିପଦରେ ପଡ଼ିପାରନ୍ତି । ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଓ ଶାରୀରିକ ପୀଡ଼ା ଭୋଗିବେ । ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମରେ ଆଗ୍ରହ ରଖିବେ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ଉତ୍ତରାଫାଲ୍ଗୁନୀ ସିଂହ, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : ଲାଲ, ସଂଖ୍ୟା :୬, ଆରାଧନା : ମା’ ମାତଙ୍ଗୀ ।

କନ୍ୟା : ସପ୍ତମ ଚନ୍ଦ୍ର, ବୁଧବାର ଓ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ଅପରାହ୍ଣ ୧୨ଟା ୨୨ ମିନିଟ୍ ପର୍ଯ୍ୟନ୍ତ ଘାତତିଥି ଓ ୪ଟା ପରେ ଅଷ୍ଟମ ଚନ୍ଦ୍ର ଯୋଗୁ ମନରେ ଆତ୍ମବିଶ୍ୱାସ ରହିବ ନାହିଁ । ମାନସିକ, ପାରିବାରିକ ଶାନ୍ତି ଏବଂ ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ । ପୁତ୍ରକନ୍ୟା, ଭାତୃଭଗ୍ନିଙ୍କ ବୈବାହିକ କର୍ମର ଆୟୋଜନ କରିବେ କିମ୍ବା ପରିବାର ସହ କୌଣସି ବୈବାହିକ କର୍ମରେ ଯୋଗଦେବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ । ଯେଉଁମାନଙ୍କର ହସ୍ତା କନ୍ୟା, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : କଫି, ସଂଖ୍ୟା : ୧୨, ଆରାଧନା : ମା’ ଶୋଡ଼ଶୀ ।

ତୁଳା : ଷଷ୍ଠ ଓ ସପ୍ତମ ଚନ୍ଦ୍ର, ବୁଧବାର ଓ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା ଓ ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ ଏବଂ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ । ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଋଣମୁକ୍ତ ହେବା ସୁଯୋଗ ଜୁଟିବ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନସମ୍ପର୍କ ବୃଦ୍ଧି ପାଇବ ଏବଂ ପରିବାରରେ ସୁଖ,ଶାନ୍ତି, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁମାନଙ୍କର ସ୍ୱାତୀ ତୁଳା, ସେମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ନୀଳ, ସଂଖ୍ୟା : ୨, ଆରାଧନା : ମା’ କମଳା ।

ବିଛା : ଅପରାହ୍ନ ୪ଟା ପର୍ଯ୍ୟନ୍ତ କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର, ଘାତ ନକ୍ଷତ୍ର ଯୋଗୁ ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଇତର ଜନଠାରୁ ଅପମାନ ପାଇବେ । ମନ ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ସଫଳତା ଓ କର୍ମପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଅପରାହ୍ଣ ୪ଟା ପରେ ଷଷ୍ଠ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଓ ବ୍ୟବସାୟରେ କିଛିଟା ଶୁଭଫଳ ମିଳିବ । ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୧୧, ଆରାଧନା : ପ୍ରଭୁ ହନୁମାନ ।

ଧନୁ : ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘାତଚନ୍ଦ୍ର ଓ ପରେ ପଞ୍ଚମ ଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଆର୍ଥିକ ଠକାମିରେ ପଡ଼ିବେ । ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର,ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ ଏବଂ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ପଦସ୍ଥ ଅଧିକାରୀ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ବେଳେ ଯଥାସମ୍ଭବ ବାକ୍ ସଂଯମତା ରକ୍ଷା କରିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ବିପର୍ଯ୍ୟୟ ଘଟିବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ଉତ୍ତରାଷାଢ଼ା ଧନୁ, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : ଗୋଲାପି, ସଂଖ୍ୟା : ୫, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।

ମକର : ତୃତୀୟ ଓ ଚତୁର୍ଥ ଚନ୍ଦ୍ର, ବୁଧବାର ଓ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ଭାଇଭଉଣୀଙ୍କ ସହଯୋଗ ମିଳିବ ଏବଂ ସମସ୍ତଙ୍କର ଶ୍ରଦ୍ଧାଭାଜନ ହେବେ । ମୂଲ୍ୟମାନ ଧାତୁ, ଭୂମି, ଯାବନାହନ କ୍ରୟ କରିବେ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ । ମନରେ ଦୃଢ଼ ଇଚ୍ଛଶକ୍ତି ପ୍ରକାଶ ପାଇବ ଏବଂ ମନୋବଳ ଦୃଢ଼ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ପରିବହନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ଶ୍ରବଣା ମକର, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ବାଇଗଣୀ, ସଂଖ୍ୟା :୩, ଆରାଧନା : ମା’ ଦୁର୍ଗା ।

କୁମ୍ଭ : ଅପରାହ୍ଣ ୪ଟା ପର୍ଯ୍ୟନ୍ତ କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହ ଭାବ ପ୍ରକାଶ ପାଇବ । ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାତ୍ଧାବନ କରିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଅପରାହ୍ଣ ୪ଟା ପରେ ତୃତୀୟ ଚନ୍ଦ୍ର ଯୋଗୁ ସ୍ଥିତିରେ କିଛିଟା ସୁଧାର ଆସିବ । ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : କଫି, ସଂଖ୍ୟା : ୧୧, ଆରାଧନା : ମା’ ବିମଳା ।

ମୀନ : ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଶ୍ରୀଚନ୍ଦ୍ର ଯୋଗୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନସମ୍ପର୍କ ବୃଦ୍ଧି ପାଇବ ଏବଂ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଆମୋଦପ୍ରମୋଦ, ମଉଜ ମଜଲିସ୍ରେ ଅଧିକ ଆଗ୍ରହ ରହିବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସୃଷ୍ଟି ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ । ଅପରାହ୍ଣ ୪ଟା ପରେ ଦ୍ୱିତୀୟ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଓ ବ୍ୟବସାୟରେ ଶୁଭଫଳ ମିଳିବ । ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୭, ଆରାଧନା : ପ୍ରଭୁ ଗଜାନନ ।

ଜ୍ୟୋତିର୍ବିଦ୍ : କୈଳାସ ଦାଶ

ଯୋଗାଯୋଗ : ୯୪୩୭୧୩୩୪୭୩

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।