07 JULY 2026

Welcome!

Unlock your personalized experience.
Sign Up

Fake Recruitment : ସୋସିଆଲ ମିଡିଆରେ ପ୍ରଚାରିତ ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ଜାଲ୍ : ଗଣଶିକ୍ଷା ବିଭାଗ

Jul 07, 2026 - 20:22
Fake Recruitment  : ସୋସିଆଲ ମିଡିଆରେ ପ୍ରଚାରିତ ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ଜାଲ୍ : ଗଣଶିକ୍ଷା ବିଭାଗ

ଭୁବନେଶ୍ବର, ୭।୭ : ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି ବିଭିନ୍ନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଅର୍ଥ ବିଭାଗର ପତ୍ର ସଂଖ୍ୟା 10911/F, ତାରିଖ ୨୪।୪।୨୦୨୬ ନାମରେ ଏହି ବିଜ୍ଞପ୍ତି ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି । ଏହି ଜାଲ୍ ପତ୍ରକୁ ଆଧାର କରି କେତେକ ଗଣମାଧ୍ୟମରେ ମଧ୍ୟ ସମ୍ବାଦ ପ୍ରକାଶ ପାଇଥିବା ଦେଖାଯାଇଛି, ଯାହା ସାଧାରଣ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିଛି। ଏହି ବିଜ୍ଞପ୍ତି ସମ୍ପୂର୍ଣ୍ଣ ଜାଲ, ମନଗଢ଼ା ଏବଂ ଅନଧିକୃତ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ଉକ୍ତ ଜାଲ୍ ପତ୍ରରେ ଓସେପା ଅଧୀନରେ ୭୨୩୪ ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି ଓ ନିଯୁକ୍ତି ସହ ପ୍ରତି ଶିକ୍ଷକଙ୍କୁ ମାସିକ ୨୬୦୦୦ ପ୍ରଦାନ ପାଇଁ ଅର୍ଥ ବିଭାଗ ଅନୁମୋଦନ କରିଥିବା ଉଲ୍ଲେଖ ରହିଛି । ଅର୍ଥ ବିଭାଗ ଦ୍ୱାରା ଏପରି କୌଣସି ପ୍ରସ୍ତାବ ଅନୁମୋଦନ କରାଯାଇନାହିଁ । ୭୨୩୪ ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି କିମ୍ବା ନିଯୁକ୍ତି ସମ୍ପର୍କରେ ଉକ୍ତ ପତ୍ର ମାଧ୍ୟମରେ କୌଣସି ସରକାରୀ ଅନୁମୋଦନ ପ୍ରଦାନ କରାଯାଇନାହିଁ ବୋଲି ସ୍ବଷ୍ଟିକରଣ ଦିଆଯାଇଛି।

ପତ୍ରରେ ଥିବା ଦସ୍ତଖତ, ପତ୍ର ସଂଖ୍ୟା, ବିଷୟବସ୍ତୁ ଓ ଅନୁମୋଦନ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ସରକାରୀ ଅଭିଲେଖରେ ଏହାର କୌଣସି ଆଧାର ନାହିଁ । ଜାଲ୍ ସରକାରୀ ପତ୍ର ପ୍ରସ୍ତୁତ କରି ପ୍ରଚାର କରିବା ଏକ ଗୁରୁତର ଅପରାଧ। ଏହି ଘଟଣା ସମ୍ପର୍କରେ ଉପଯୁକ୍ତ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅବଗତ କରାଯାଇଛି ବୋଲି ସୂଚନା ଦିଆଯାଇଛି।

ସ୍ପଷ୍ଟୀକରଣରେ ରାଜ୍ୟ ସରକାର ସାଧାରଣ ଜନତା ଓ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ଯେ, ସୋସିଆଲ ମିଡିଆରେ ପ୍ରଚାରିତ କୌଣସି ସରକାରୀ ପତ୍ରକୁ ଯାଞ୍ଚ ବିନା ବିଶ୍ୱାସ କିମ୍ବା ପ୍ରଚାର କରନ୍ତୁ ନାହିଁ । ସରକାରୀ ସୂଚନା କେବଳ ସରକାରୀ ବିଜ୍ଞପ୍ତି, ୱେବସାଇଟ୍ କିମ୍ବା ସମ୍ପୃକ୍ତ ବିଭାଗରୁ ହିଁ ନିଶ୍ଚିତ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି।

ଆହୁରି ପଢନ୍ତୁ : ପଳାଶୁଣୀରୁ ରସୁଲଗଡ଼ ପର୍ଯ୍ୟନ୍ତ ନିର୍ମାଣ ହେବ ସ୍କାଏ ୱାକ୍ , ଲମ୍ବ ରହିବ ୪ ଶହ ୫୦ ମିଟର

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।