ଇପିଏଫ୍ଓ ପୋର୍ଟାଲରେ ଏବେ ଲାଗିବ ଆହୁରି ସମୟ ! ମେଣ୍ଟନାନ୍ସ କାରଣରୁ ବଢିଲା ଆଉଟରେଜ୍ ତାରିଖ, ୨ ଜୁଲାଇରୁ ଆଶ୍ୱସ୍ତି
ନୂଆଦିଲ୍ଲୀ,୧।୭: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ନିଜର ଅନଲାଇନ୍ ମେମ୍ବର ଏବଂ ଏମ୍ପ୍ଲୟର ସେବାର ସସ୍ପେନସନ୍କୁ ଆଉ ଗୋଟିଏ ଦିନ ପାଇଁ ବୃଦ୍ଧି କରିଛି, ଯାହା ଫଳରେ ଅନଲାଇନ୍ କ୍ଲେମ ସବମିସନ୍ ଓ ଏବଂ ପାସବୁକ୍ ଡାଉନଲୋଡ୍ ଭଳି ଜରୁରୀ ସୁବିଧା ପୁଣିଥରେ ଆରମ୍ଭ ହେବାରେ ବିଳମ୍ବ ହେଉଛି। EPFO ପୋର୍ଟାଲରେ ଥିବା ଏକ ନୋଟିସ ଅନୁଯାୟୀ, ସେବାଗୁଡ଼ିକ ଏବେ ୧ ଜୁଲାଇ ରାତି ୧୧ ଟା୫୯ ପର୍ଯ୍ୟନ୍ତ ଉପଲବ୍ଧ ହେବ ନାହିଁ ଏବଂ ୨ ଜୁଲାଇ ୨୦୨୬ ରାତି ୧୨ଟା ରୁ ପୁନଃଆରମ୍ଭ ହେବାର ଆଶା କରାଯାଉଛି।
ଏହି ସମୟ ସୀମା ଏଥିପାଇଁ ବଢି ଯାଇଛି ଯେ, କାରଣ ଇପିଏଫ୍ଓ ନିଜ କ୍ଲେମ ପ୍ରୋସେସିଂ ସିଷ୍ଟମ ପାଇଁ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ଡାଟାବେସ୍ କନସୋଲିଡେସନ୍ ଓ ସଫ୍ଟଓ୍ବେର ଅପଗ୍ରେଡ୍ କାମ କରୁଛି। ୨୬ ଜୁନ୍ରେ ଆରମ୍ଭ ହୋଇଥିବା ଏହି ମାଇଗ୍ରେସନ୍ ପକ୍ରିୟା ଉଦେଶ୍ୟ ପ୍ରୋସେସିଂର କ୍ଷମତାକୁ ଆହୁରି ଭଲ କରିବା। ସର୍ଭିସ ଡେଲିଭରିକୁ ଭଲ କରିବା ଓ ରିଟାୟରମେଣ୍ଟ ଫଣ୍ଡ ବଡିର ଡିଜିଟାଲ ପ୍ଳାଟଫର୍ମର ବିଶ୍ବାସନୀୟତା ଓ ସୁରକ୍ଷାକୁ ମଜବୁତ କରିବା। ଯେଉଁ ପର୍ଯ୍ୟନ୍ତ ଏହି ପକ୍ରିୟା ପୁରା କରିହେବନି, ସେ ପର୍ଯ୍ୟନ୍ତ ମେମ୍ବର ଓ ଏମ୍ପ୍ଲୟର ‘ମେମ୍ବର ଇଣ୍ଟରଫେସ୍’ ଓ ‘ଏମ୍ପ୍ଲୟର ଇଣ୍ଟରଫେସ୍’ ଜରିଆରେ ଅନଲାଇନ୍ ସେବାର ବ୍ୟବହାର କରିପାରିବନି।
ଆଉଟରେଜ୍କୁ ଦୁଇ ଥର ବଢାଗଲା
ଇପିଏଫ୍ଓ ଆରମ୍ଭରୁ ଅନଲାଇନ୍ ସେବାକୁ ୨୮ ଜୁନ୍ ପର୍ଯ୍ୟନ୍ତ ରୋକିବା ଓ ୨୯ ଜୁନ୍ରେ ତାକୁ ପୁଣିଥରେ ଆରମ୍ଭ କରିବାର ଯୋଜନା ତିଆରି କରିଥିଲେ। ପରେ ମେଷ୍ଟେନାନ୍ସ ସମୟସୀମାକୁ ୩୦ ଜୁନ୍ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ଓ ସେବାକୁ ୧ ଜୁଲାଇରୁ ପୁଣିଥରେ ଆରମ୍ଭ ହେବାର ଆଶା ଥିଲା। ତାଜା ନୋଟିସ୍ରେ ସେବାକୁ ପୁଣିଥରେ ଆରମ୍ଭ ହେବାରେ ଗୋଟେ ଦିନର ବିଳମ୍ବ ଯଦି ହୋଇଛି ତେବେ ଏହାକୁ ୨ ଜୁଲାଇରେ ଉପଲବ୍ଧ ହେବାର ଆଶା ରହିଛି।
ମେଣ୍ଟନାନ୍ସର ଏହି କାମ ନିକଟ କିଛି ବର୍ଷରେ ରିଟାୟରମେଣ୍ଟ ଫଣ୍ଡ ବଡି ଦ୍ବାରା ଘୋଷିତ କରାଯିବାର ଦୀର୍ଘ ସମୟ ପର୍ଯ୍ୟନ୍ତ ଚଳାଉଥିବା ନିୟୋଜିତ ଆଉଟେଜ୍ ଭିତରୁ ଗୋଟିଏ। ଏହା ଲକ୍ଷାଧିକ ଇପିଏଫ୍ଓ ସବସ୍କ୍ରାଇବର୍ସ, ଏମ୍ପଲୟର୍ସ ଓ ସେହି ସଂସ୍ଥାକୁ ପ୍ରଭାବିତ କରିଛି, ଯାହାକି ପ୍ରୋଭିଡେଣ୍ଟ ଫଣ୍ଡ ସମ୍ପର୍କିତ ସେବା ପାଇଁ ଏହି ଅନଲାଇନ୍ ପ୍ଳାଟଫର୍ମ ଉପରେ ନିର୍ଭର କରେ।
ନୋଟିସ୍ ଅନୁସାରେ, ଇପିଏଫ୍ଓ ନିଜର କ୍ଲେମ ପ୍ରୋସେସିଂ ସିଷ୍ଟମ ପାଇଁ ଡାଟାବେସ୍ କନସୋଲିଡେସନ୍ ଓ ସଫ୍ଟଓ୍ବେର ଆପ୍ଲିକେସନ୍ ଅପଗ୍ରେଡ୍ର କାମ କରୁଛି, ଯାହାଫଳରେ ସର୍ଭିସ ଡେଲିଭରିକୁ ଭଲ କରିହେବ। ପ୍ରୋସେସିଂର କ୍ଷମତା ବଢାଇ ହେବ ଓ ୟୁଜରଙ୍କୁ ଭଲ ଅନୁଭବ ମିଳିପାରିବ।
କେଉଁ ସେବା ପ୍ରଭାବିତ ହୋଇଛି ?
ମେଣ୍ଟନାନ୍ସ ସମୟରେ ମେମ୍ବର ଓ ଏମ୍ପ୍ଲୟର ‘ମେମ୍ବର ଇଣ୍ଟରଫେସ୍’ ଓ ‘ଏମ୍ଲୟର ଇଣ୍ଟରଫେସ୍’ରେ ଲଗ୍ ଇନ୍ କରିପାରିବେନି। ଏହି ପ୍ଳାଟଫର୍ମ ଜରିଆରେ ଉପଲବ୍ଧ ସବୁ ଅନଲାଇନ୍ ସେବା ଉପଲବ୍ଧ ହେବନି। ଏହି କାରଣରୁ ଅନଲାଇନ୍ କ୍ଲେମ ସବମିସନ୍,ମେଣ୍ଟନାନ୍ସ ସମୟରେ ମେମ୍ବର ଓ ଏମ୍ପ୍ଲୟର ‘ମେମ୍ବର ଇଣ୍ଟରଫେସ୍’ ଓ ‘ଏମ୍ଲୟର ଇଣ୍ଟରଫେସ୍’ରେ ଲଗ୍ ଇନ୍ କରିପାରିବେନି। ଏହି ପ୍ଳାଟଫର୍ମ ଜରିଆରେ ଉପଲବ୍ଧ ସବୁ ଅନଲାଇନ୍ ସେବା ଉପଲବ୍ଧ ହେବନି। ଏହି କାରଣରୁ ଅନଲାଇନ୍ କ୍ଲେମ ସବମିସନ୍, ପାସବୁକ୍ ଡାଉନଲୋଡ୍, କ୍ଲେମ୍ ଷ୍ଟାଟସ୍ ଟ୍ରାକ୍ କରିବା, ଟ୍ରାନ୍ସଫର ରିକ୍ବେଷ୍ଟ, ପ୍ରୋଫାଇଲ ଓ ପର୍ସନାଲ ସୂଚନା ଅପଡେଟ୍ କରିବା ପ୍ରଭାବିତ ହୋଇଛି। ସେଭଳି ମେମ୍ବର ପୋର୍ଟାଲ ଓ ଉମଙ୍ଗ ଆପ୍ ଜରିଆରେ ଉପଲବ୍ଧ ଅନ୍ୟ ଡିଜିଟାଲ ସେବା, ଏମ୍ପ୍ଲୟର ମଧ୍ୟ ରେଗୁଲାର କମ୍ପଲାୟନ୍ସ ଓ ଆଡମିନଷ୍ଟେ୍ରଟିଭ୍ କାମ କରିବା ପାଇଁ ‘ଏମ୍ପଲୟର ଇଣ୍ଟରଫେସନ୍’ର ବ୍ୟବହାର କରିପାରିବେନି।
ଆହୁରି ପଢନ୍ତୁ : ୟୁପିରେ ପହଁଞ୍ଚିଲା ଭେନେଜୁଏଲାରେ ମୃତ ଭାରତୀୟ ନାବିକଙ୍କ ଶବ, ହାର୍ଟ, ଲିଭର, କିଡନୀ ଏବଂ ବ୍ରେନ୍ ସହ ଜରୁରୀ ଅଙ୍ଗ ଗାଏବ