ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ‘ବ୍ରହ୍ମୋସ୍’ ଡିଲ୍ ଉପରେ ଲାଗିପାରେ ମୋହର
ନୂଆଦିଲ୍ଲୀ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୬ ରୁ ଇଣ୍ଡୋନେସିଆର ତିନି ଦିନିଆ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ଭାରତ ଏବଂ ଇଣ୍ଡୋନେସିଆ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ପ୍ରଣାଳୀର ପର୍ଯ୍ୟାୟକ୍ରମେ କ୍ରୟ ବିଷୟରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କ ପାଇଁ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି।
ପ୍ରତିରକ୍ଷା ସୂତ୍ର ଅନୁସାରେ, ଦୁଇ ଦେଶ ମଧ୍ୟରେ ଆଲୋଚନା ମାର୍ଚ୍ଚ ମାସରେ ଚୂଡ଼ାନ୍ତ ହୋଇଥିବା ପ୍ରାରମ୍ଭିକ ସିଙ୍ଗଲ-ସିଷ୍ଟମ ଚୁକ୍ତିନାମାଠାରୁ ଆଗକୁ ବଢ଼ିବ। ଏଥର ଆଲୋଚନାରେ ଉପକୂଳ ଏବଂ ମୋବାଇଲ୍ ଲଞ୍ଚର୍, ରାଡାର, ତାଲିମ, ରକ୍ଷଣାବେକ୍ଷଣ ଏବଂ ଏକ ବ୍ୟାପକ ସହାୟତା ପ୍ୟାକେଜ୍ ଅନ୍ତର୍ଭୁକ୍ତ ହେବାର ସମ୍ଭାବନା ଅଛି। ଏପରି ସ୍ଥିତିରେ, ଏହା କୁହାଯାଇପାରେ ଯେ ଇଣ୍ଡୋନେସିଆକୁ କେବଳ କ୍ଷେପଣାସ୍ତ୍ର ନୁହେଁ ବରଂ ଏହାର ସମ୍ପୂର୍ଣ୍ଣ ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ବ୍ୟବସ୍ଥା ମଧ୍ୟ ହସ୍ତାନ୍ତର କରାଯିବ।
ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ର ରପ୍ତାନି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏହାର ପ୍ରତିରକ୍ଷା କୂଟନୀତିର ଏକ ପ୍ରମୁଖ ସ୍ତମ୍ଭ ଭାବରେ ଉଭା ହେଉଛି। ଭାରତ ଫିଲିପାଇନ୍ସକୁ କ୍ଷେପଣାସ୍ତ୍ର ଯୋଗାଇବା ଆରମ୍ଭ କରିସାରିଛି। ଭିଏତନାମ ଏବଂ ଇଣ୍ଡୋନେସିଆ ସହିତ ଭାରତର ଆଲୋଚନା ମଧ୍ୟ ଉଲ୍ଲେଖନୀୟ ଭାବରେ ଅଗ୍ରଗତି କରୁଛି। ଭାରତ ୨୦୨୨ ରେ ଫିଲିପାଇନ୍ସ ସହିତ ଉପକୂଳ ଆଧାରିତ ବ୍ରହ୍ମୋସ ସିଷ୍ଟମ ପାଇଁ ୩୭୫ ମିଲିୟନ ଡଲାର ଚୁକ୍ତି କରିଥିଲା, ଏହାର ଡେଲିଭରି ୨୦୨୪ ରେ ଆରମ୍ଭ ହୋଇଥିଲା। ଏହା ସୁପରସୋନିକ୍ କ୍ରୁଜ୍ ମିସାଇଲର ପ୍ରଥମ ରପ୍ତାନୀ ଥିଲା।
ଭାରତ ଓ ରୁଷ ଜଏଣ୍ଟ ଭେଞ୍ଚର ‘ବ୍ରହ୍ମୋସ’ ଦୁନିଆର ସବୁଠାରୁ ଦ୍ରୁତ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ଭିତରୁ ଅନ୍ୟତମ। ଫିଲିପାଇନ୍ସ ପରେ ଯଦି ଇଣ୍ଡୋନେସିଆ ଯଦି ଏହାର ଏହାର ଅର୍ଡର ଦିଏ, ତେବେ ଏହି ମିସାଇଲ ସିଷ୍ଟମର ଦ୍ବିତୀୟ ରପ୍ତାନୀ ହେବ। ଏହି ଡିଲ୍ ଦ୍ବାରା ଇଣ୍ଡୋ-ପାସିଫିକ୍ କ୍ଷେତ୍ର ଦୁଇଟି ବଡ ପାର୍ଟନର ଦେଶ ଭିତରେ ପ୍ରତିରକ୍ଷା ସମ୍ପର୍କ ଆହୁରି ଗଭୀର ହୋଇପାରିବ। ପ୍ରଧାନମନ୍ତ୍ରୀ ମୋଦି ଏହି ତିନି ଦିବସୀୟ ଗସ୍ତ ଉପରେ ଫୋନ୍ ସମୁଦ୍ର ସୁରକ୍ଷା, ପ୍ରତିରକ୍ଷା ଔଦଗିକ ସହଯୋଗ ଓ ଭାରତ ମହାସାଗର ଏବଂ ଆସିଆନ୍ (ASEAN) କ୍ଷେତ୍ରରେ ତାଳମେଳ ବଢାଇଛନ୍ତି। ଦୁଇ ଦେଶ ମିଶିକି ଏହି କ୍ଷେତ୍ରରେ ସୁରକ୍ଷା ଓ ସ୍ଥିରତାର ନୂଆ ଅଧ୍ୟାୟ ଲେଖିବାର ପ୍ରସ୍ତୁତିରେ ଅଛନ୍ତି।