30 JULY 2026

Welcome!

Unlock your personalized experience.
Sign Up

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା : ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ

Jul 29, 2026 - 21:55
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା : ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ

ଢେଙ୍କାନାଳ, ୨୯।୭ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ଜଣେ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ୨ବର୍ଷ ଜେଲ ଦଣ୍ଡ ଓ ୫ଲକ୍ଷ ଟଙ୍କା ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଦଣ୍ଡିତ ହୋଇଥିବା ଏହି ଯନ୍ତ୍ରୀ ଜଣଙ୍କ ପୂର୍ତ୍ତ ବିଭାଗର ଭୁବନେଶ୍ୱର-୨ର ଅବସର ପ୍ରାପ୍ତ ସହକାରୀ ଯନ୍ତ୍ରୀ ଶିବନାରାୟଣ ପାଳ । ଗତ ୨୦୨୧ମସିହାରେ ଶିବନାରାୟଣ ଚାକିରିରୁ ଅବସର ନେଇଛନ୍ତି।

କଟକ ବଡ଼ମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଥିବା ବେଳେ ଶିବ ନାରାୟଣ ପାଳଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ଗତ ୨୪.୬ ୨୦୦୫ ମସିହାରେ କଟକ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁକରି ତାଙ୍କର ବିଭିନ୍ନ ଜାଗାରେ ସ୍ଥାବର ଓ ଅସ୍ଥାବର ସମ୍ପତି ଉପରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ବେଆଇନ ଭାବେ ଠୁଳ କରିଥିବା ବିଭିନ୍ନ ସ୍ଥାବର ଓ ଅସ୍ଥାବର ୨୭ଲକ୍ଷ ୫୬ହଜାର ୨୦୩ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ତାଙ୍କ ଚାକିରି କାଳର ଗତ ୧୯୮୨ରୁ ୨୦୦୫ମସିହା ମଧ୍ୟରେ ଏହି ବେଆଇନ ସମ୍ପତ୍ତି ଠୁଳ କରିଥିଲେ ଶିବ ନାରାୟଣ । ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ମାମଲାର ବିଚାର ଚାଲିଥିଲା। ଶିବ ନାରାୟଣଙ୍କ ପୈତୃକ ଘର ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମରେ । ଏବେ ଭୁବନେଶ୍ୱର ଟଙ୍କପାଣି ରୋଡ଼ର ଏନ ସି ଭିଲ୍ଳାରେ ନିଜ ଘରେ ରହୁଥିଲେ।

ଆହୁରି ପଢନ୍ତୁ : କୃଷି-ଉଦ୍ୟୋଗୀଙ୍କୁ ଋଣ ଯୋଗାଇ ଦେବାରେ ବ୍ୟାଙ୍କ ସହଯୋଗ କରନ୍ତୁ : କନକ ବର୍ଦ୍ଧନ ସିଂହଦେଓ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।