ଆସିଗଲା ସୁଯୋଗ ! ପିଓକେ ପ୍ରଧାନମନ୍ତ୍ରୀ ହେବେ କି ନୱାଜ୍ ସରିଫ ? ବଡ଼ ଭାଇଙ୍କ ଇଚ୍ଛା ପୂରଣ କରିବେ ଶାହବାଜ
ଇସ୍ଲାମାବରଦ ୦୪/୦୮: ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର)ରେ ରକ୍ତାକ୍ତ ହିଂସାକାଣ୍ଡ ପରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି। ସେଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଦଳ ପିଏମ୍ଏଲ୍ଏନ୍ ( ପାକିସ୍ତାନ ମୁସଲିମ୍ ଲିଗ୍- ନଓ୍ବାଜ) ବିଜୟ ହାସଲ କରି ସରକାର ଗଠନ କରିବାକୁ ଯାଉଛି। ଲଣ୍ଡନରୁ ଫେରି କିଛି ମାସ ଧରି ପଛଦ୍ବାରରେ ସରକାର ଚଳାଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ପିଓକରେ ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବର୍ତ୍ତମାନ ନିର୍ବାଚନ ଫଳ ସାମନାକୁ ଆସିବା ପରେ ବଡ଼ଭାଇ ନଓ୍ବାଜ ସରିଫଙ୍କୁ ସେଠାରେ ପିଏମ୍ କରିବେ କି ନାହିଁ ଶାହବାଜଙ୍କ ପାଇଁ ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି।
ପିଓକେ ନିର୍ବାଚନ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ଜୁଲାଇ ୨୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମୀରପୁର ଡିଭିଜନର ୧୩ ଆସନରୁ ପିଏମ୍ଏଲ- ଏନ୍୯ ଆସନ ଜିତିଥିଳା ବେଳେ ପିପିପି (ପାକିସ୍ତାନ ପିପୁଲ୍ସ ପାର୍ଟି)କୁ ୪ଟି ଆସନ ମିଳିଛି। ଅଗଷ୍ଟ ୨ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମୁଜାଫରାବାଦ ଡିଭିଜନର ୭ ଓ ଶରଣାର୍ଥୀ ସିଟ୍ର ୧୨ ଆସନରୁ ପିଏମ୍ଏଲ୍-ଏନ୍ ୧୪ଟି ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ପିପିପିକୁ ୪ଟି ଆସନ ମିଳିଛି। ଅର୍ଥାତ ଦୁଇଟି ପର୍ଯ୍ୟାୟରୁ ପିଏମ୍ଏଲ୍-ଏନ୍କୁ ୨୩ ଆସନ ମିଳିଛି। ଯାହାକି ସରକାର ଗଠନ ଲାଗି ମ୍ୟାଜିକ୍ ସଂଖ୍ୟରକୁ ଦର୍ଶାଉଛି। ତୃତୀୟ ପର୍ଯ୍ୟାୟରେ ଆସନ୍ତା ଅଗଷ୍ଟ ୧୦ରେ ପୁଞ୍ଜ ଡିଭିଜନ ୧୧ଟି ଆସନରେ ଭୋଟ ଗ୍ରହଣ କରାଯିବ।
ଅଧିକ ପଢ଼ନ୍ତୁ :- WhatsApp: ବନ୍ଦ ହୋଇଗଲା କି WhatsApp ? ୨୪ ଘଣ୍ଟାର ରିଭ୍ୟୁରେ ଫସିଲେ ହଜାର ହଜାର ୟୁଜର୍ସ
ପିଓକେ ବିଧାନସଭାର ମୋଟ ୫୩ ଆସନରୁ ୪୫ ଆସନ ପାଇଁ ପ୍ରତ୍ୟକ୍ଷ ଭୋଟ ଗ୍ରହଣ କରାଯାଉଛି। ଅବଶିଷ୍ଟ ୮ଟି ଆସନ ମହିଳା, ପ୍ରଯୁକ୍ତି ବିଶେଷଜ୍ଞ ଓ ଧର୍ମଗୁରୁଙ୍କ ଲାଗି ସଂରକ୍ଷିତ ଅଛି। ତେବେ ଅନ୍ୟ ୨ଟି ଆସନରେ ଭୋଟିଂକୁ ରଦ୍ଦ କରାଯାଇଛି। ଅନ୍ୟପକ୍ଷରେ ଭାରତ ଏହି ନିର୍ବାଚନକୁ ସ୍ବୀକାର କରୁନାହିଁ।
କିଛିଦିନ ତଳେ ନିଜ ଝିଅ ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ସହ ମୁଜାଫରାବାଦରେ ଆୟୋଜିତ ନିର୍ବାଚନୀ ସଭାରେ ନୱାଜ ସରିଫ କହିଥିଲେ କି ଯଦି ତାଙ୍କ ଦଳ ଏଠାରେ ବିଜୟୀ ହୁଏ ତେବେ ସେ ସାନଭାଇ ଶାହବାଜଙ୍କୁ କହି ଏଠାରେ ପ୍ରଧାନମନ୍ତ୍ରୀ ହେବେ । ୨୦୨୩ରେ ଲଣ୍ଡନରୁ ସ୍ୱଦେଶ ଫେରିବା ପରେ ନୱାଜ ସକ୍ରିୟ ରାଜନୀତିରେ ଅଛନ୍ତି, କିନ୍ତୁ ସେ ନିଜେ ସରକାରର କମାଣ ସମ୍ଭାଳିବା ବଦଳରେ ସଂରକ୍ଷକ ଭୂମିକା ତୁଳାଉଛନ୍ତି। ୨୦୨୪ ପାକିସ୍ତାନ ସାଧାରଣ ନିର୍ବାବନ ପରେ ତାଙ୍କ ସରକାର ଗଠନ କରିଥିଲେ ମଧ୍ୟ ଶାହାବାଜଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।