04 AUGUST 2026

Welcome!

Unlock your personalized experience.
Sign Up

Balochistan independence : ପାକିସ୍ତାନ ସହ ସମ୍ପର୍କ ଶେଷ ! ଏହି ଦିନ ସ୍ଵାଧୀନତା ଦିବସ ପାଳନ କରିବ ବେଲୁଚିସ୍ତାନ, ଲୋଡ଼ିଲା ସମର୍ଥନ

Aug 04, 2026 - 11:15
Balochistan independence : ପାକିସ୍ତାନ ସହ ସମ୍ପର୍କ ଶେଷ ! ଏହି ଦିନ ସ୍ଵାଧୀନତା ଦିବସ ପାଳନ କରିବ ବେଲୁଚିସ୍ତାନ, ଲୋଡ଼ିଲା ସମର୍ଥନ

ନୂଆଦିଲ୍ଲୀ, ୪/୮ : ଭାରତକୁ ଦି ଫାଳ କରିବାକୁ ଚେଷ୍ଟା କରୁଥିଲା ନିଜେ ଖଣ୍ଡ ଖଣ୍ଡ ହୋଇଗଲା। ପିଓକେରେ ଜୋରଦାର୍ ବିରୋଧ ପ୍ରଦର୍ଶନ ଭିତରେ ବେଲୁଚିସ୍ତାନ ନିଜ ସ୍ଵାଧୀନତା ଦିବସ ଫିକ୍ସ କରିସାରିଲାଣି। ଆସନ୍ତା ଅଗଷ୍ଟ ୧୧ ତାରିଖରେ ବେଲୁଚିସ୍ତାନ ସ୍ଵାଧୀନତା ଦିବସ ପାଳନ କରିବ। ବେଲୁଚ ନେତାମାନେ ଏଥିପାଇଁ ସାରା ଦୁନିଆରୁ ସମର୍ଥନ ଲୋଡୁଛନ୍ତି। ରିପବ୍ଲିକ ଅଫ ବେଲୁଚିସ୍ତାନ ଅଗଷ୍ଟ ୧୧ରେ ବେଲୁଚ ଏକତା ଦେଖାଇବାକୁ ଲୋକମାନଙ୍କୁ ଅପିଲ୍ କରିଛି। 

ବେଲୁଚ ଲିବରେସନ ନେତା ମୀର ୟାର ବେଲୁଚ ଅପିଲ୍ କରିଛନ୍ତି ଯେ, ଅଗଷ୍ଟ ୧୧ରେ ଲୋକମାନେ ସ୍ଵତନ୍ତ୍ର ବେଲୁଚିସ୍ତାନର ପତାକା ନିଜ ନିଜ ଘରେ ଲଗାଇବେ। ଏହା ସହ ଆଖପାଖ ବଜାର, ଦୋକାନ ଏବଂ ସାର୍ବଜନୀନ ସ୍ଥାନରେ ରିପବ୍ଲିକ ଅଫ ବେଲୁଚିସ୍ତାନର ପତାକା ଲଗାଯିବ। ପ୍ରତି ବର୍ଷ ଏହି ଦିନ ସ୍ଵାଧୀନତା ଦିବସ ପାଳନ ହେବ। ବିଦେଶରେ ରହୁଥିବା ଲୋକମାନେ ମଧ୍ୟ ଏହି ଦିନ ସ୍ଵାଧୀନତା ଦିବସ ପାଳନ କରିବାକୁ ସେ ଅପିଲ୍ କରିଛନ୍ତି। 

ବେଲୁଚ ନେତା କହିଛନ୍ତି ଯେ, କାଶ୍ମୀର ବିରୋଧରେ ବିଷ ଓଗାଳିବା ହେଉ କି ବେଲୁଚିସ୍ତାନରେ ସାମରିକ କାର୍ଯ୍ୟାନୁଷ୍ଠାନ, ସୋଭିଏତ୍ ଆଫଗାନ ଯୁଦ୍ଧରେ ସାମିଲ କିମ୍ଵା ପରମାଣୁ ଟେଷ୍ଟିଂ... ପାକିସ୍ତାନର ନୀତି ପାଇଁ ସବୁବେଳେ ରକ୍ତ ବହେ। ପାକିସ୍ତାନ ସହ ରହି ବେଲୁଚିସ୍ତାନ କେବେବି ସମୃଦ୍ଧ ହୋଇପାରିବ ନାହିଁ। ତେଣୁ ସାରା ଦୁନିଆ ଠାରୁ ବେଲୁଚିସ୍ତାନକୁ ସମର୍ଥନ ମିଳିବା ଉଚିତ୍। ଏହାଦ୍ଵାରା ଶାନ୍ତି ପ୍ରତିଷ୍ଠା ହେବ।

ଆହୁରି ପଢନ୍ତୁ-ଆସିଗଲା ସୁଯୋଗ ! ପିଓକେ ପ୍ରଧାନମନ୍ତ୍ରୀ ହେବେ କି ନୱାଜ୍ ସରିଫ ? ବଡ଼ ଭାଇଙ୍କ ଇଚ୍ଛା ପୂରଣ କରିବେ ଶାହବାଜ

ଅଗଷ୍ଟ ୧୧ରେ କାହିଁକି ପାଳିବ ବେଲୁଚିସ୍ତାନ ?

ସୂଚନା ଥାଉକି, ୧୯୪୭ ଅଗଷ୍ଟ ୧୧ରେ ରିପବ୍ଲିକ ଅଫ ବେଲୁଚିସ୍ତାନ ସ୍ଵାଧୀନ ହୋଇଥିଲା। ସେହି ସମୟରେ ଭାରତ-ପାକିସ୍ତାନ ଭାଗ ଭାଗ ହୋଇନଥିଲେ। ଅଲ ଇଣ୍ଡିଆ ରେଡିଓ ଏବଂ ନ୍ୟୁୟର୍କ ଟାଇମ୍ସରେ ଏହି ଖବର ପ୍ରସାରଣ ହୋଇଥିଲା। ଏହାକୁ ଆଧାର କରି ଏବେ ପ୍ରତିବର୍ଷ ବେଲୁଚିସ୍ତାନ ଅଗଷ୍ଟ ୧୧ରେ ସ୍ଵାଧୀନତା ଦିବସ ପାଳନ କରିବ। ତେବେ ପାକିସ୍ତାନ ୧୪ ଅଗଷ୍ଟରେ ସ୍ଵାଧୀନତା ଦିବସ ପାଳନ କରୁଛି।

  • ଅଗଷ୍ଟ ୧୧କୁ ବେଲୁଚିସ୍ତାନ ସ୍ୱାଧୀନତା ଦିବସ ଭାବେ ପାଳନ କରିବାକୁ ଘୋଷଣା।
  • ବେଲୁଚ ନେତାମାନଙ୍କ ପକ୍ଷରୁ ସାରା ବିଶ୍ୱରୁ ସମର୍ଥନର ଆହ୍ୱାନ।
  • ରିପବ୍ଲିକ ଅଫ ବେଲୁଚିସ୍ତାନ ପକ୍ଷରୁ ବେଲୁଚ ଏକତା ପ୍ରଦର୍ଶନର ଅପିଲ୍।
  • ଘର, ଦୋକାନ ଓ ସାର୍ବଜନୀନ ସ୍ଥାନରେ ବେଲୁଚିସ୍ତାନ ପତାକା ଉତ୍ତୋଳନ ପାଇଁ ଆହ୍ୱାନ।
  • ବିଦେଶରେ ଥିବା ବେଲୁଚ ସମୁଦାୟଙ୍କୁ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରିବାକୁ ଅନୁରୋଧ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।