ଆଜିର ମ୍ୟାଚ୍ ଭାରତ ପାଇଁ ସମ୍ମାନର ଲଢେଇ, ହାରିଲେ ହଟିବ ନମ୍ବର-୧ର ତାଜ୍
ନୂଆଦିଲ୍ଲୀ, ୧୧/୭ : ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ ଲଗାତର ୩ ଟି-୨୦ ମ୍ୟାଚ୍ ହାରି ସାରିଛି । ୫ ମ୍ୟାଚର ସିରିଜର ଆୟୋଜକ ଇଂଲଣ୍ଡ ୩-୦ରେ ଆଗୁଆ ଅଛି । ଏବେ ସିରିଜର ୫ମ ତଥା ଶେଷ ଟି-୨୦ ମ୍ୟାଚ୍ ଭାରତ ଲାଗି ବହୁ ଗୁରୁତ୍ବପୂର୍ଣ୍ଣ ଅଟେ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ୍ ଶନିବାର ସାଉଥାମ୍ପଟନରେ ଖେଳାଯିବ । ଯଦି ଟିମ୍ ଇଣ୍ଡିଆ ଆଜିର ମ୍ୟାଚ୍ ପରାଜିତ ହୁଏ ତେବେ ତା’ଠାରୁ ନମ୍ବର-୧ର ତାଜ୍ ଛଡ଼ାଯିବ ।
ସୂଚନାଯୋଗ୍ୟ ଯେ, ଗତ ୧୬୦୫ଦିନରୁ ଭାରତ ଟି-୨୦ ଅନ୍ତର୍ଜାତୀୟରେ ନମ୍ବର ଓ୍ବାନରେ ରହିଛି । ମାତ୍ର ଭାରତର ନମ୍ବର-୧ର ସ୍ଥାନ ଏବେ ବିପଦରେ । ଏହି ବାଦଶାହ୍ ତାଜ୍ ଶେଷ ହୋଇପାରେ । ଆଇସିସି ଟି-୨୦ ଅନ୍ତର୍ଜାତୀୟ ଟିମ୍ ରାକିଂରେ ଭାରତଠାରୁ ନମ୍ବର-୧ର ତାଜ୍ ଆଜି ଛଡ଼ାଇନିଆଯାଇପାରେ । ଯଦି ଟିମ୍ ଇଣ୍ଡିଆ ଆଜି ଇଂଲଣ୍ଡଠାରୁ ୫ମ ଟି-୨୦ ମ୍ୟାଚ୍ ହାରେତ ତେବେ ସେ ନମ୍ବର-୧ର ସ୍ଥାନ ହରାଇବ । ସେହିଭଳି ଭାରତ ସ୍ଥାନରେ ଇଂଲଣ୍ଡ ନମ୍ବର-୧ ହୋଇଯିବ ।
ଯଦି ଆଜି ବି ଇଂଲଣ୍ଡର ଟିମ୍ ଭାରତକୁ ପରାଜିତ କରିବାରେ ସଫଳ ହେଉଛନ୍ତି ତେବେ ସେ ଟିମ୍ ଇଣ୍ଡିଆର ସ୍ଥାନରେ ଟି-୨୦ ଅନ୍ତର୍ଜାତୀୟରେ ବିଶ୍ବର ନମ୍ବର-୧ ଟିମ୍ ହୋଇଯିବେ । ଏହି ମ୍ୟାଚ୍ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ନମ୍ବର-୧ ଏବଂ ଇଂଲଣ୍ଡ ନମ୍ବର-୨ ରହିଛି । ଏଭଳିସ୍ଥଳେ ଭାରତ ଲାଗି ପଞ୍ଚମ ଟି-୨୦ ବହୁ ଗୁରୁତ୍ବପୂର୍ଣ୍ଣ ରହିଛି ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚ୍ ସାଉଥାମ୍ପଟନର ଦ ରୋଜ ବାଉଲ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ସମୟରେ ଆରମ୍ଭ ହେବ । ସେହିଭଳି ମ୍ୟାଚର ଟସ୍ ସାଢେ ୬ଟା ସମୟରେ ହେବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।