ରାଜଧାନୀ ଭୁବନେଶ୍ୱରରେ ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ ହୋଇଛି। ଶୁକ୍ରବାର ଅବକାରୀ ବିଭାଗକୁ ଏହି ବଡ ସଫଳତା ମିଳିଛି। ସହିଦନଗର ଥାନା ଅଞ୍ଚଳରୁ ପ୍ରାୟ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ରାଜ୍ୟ ବାହାରକୁ ଏହା ଚାଲାଣ ବେଳେ ଅବକାରୀ ବିଭାଗ ମାଡି ବସିଥିଲା। ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ ହେବା ସହ ଏହି ମାମଲାରେ ୩ ଅଭିଯୁକ୍ତକୁ ଅବକାରୀ ବିଭାଗ ଗିରଫ କରିଛି। ଘଟଣାର ତଦନ୍ତ ଜାରି ରହିଛି। କନ୍ଧମାଳରୁ ଏହି ଟ୍ରକ ଭର୍ତ୍ତି ଗଞ୍ଜେଇ ଆସୁଥିଲା ବୋଲି ସୂଚନା ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।