ରତ୍ନବେଦୀ ଛାଡ଼ି ରଥାରୁଢ଼ ତିନିଠାକୁର

Jul 24, 2026 - 17:37
ରତ୍ନବେଦୀ ଛାଡ଼ି ରଥାରୁଢ଼ ତିନିଠାକୁର

ପୁରୀ: ଆଷାଢ଼ମାସ ଶୁଳ୍କପକ୍ଷ ଦ୍ବିତୀୟା ତିଥିରେ ରତ୍ନବେଦୀ ଛାଡ଼ି ରଥାରୁଢ଼ ହୋଇ ଜନ୍ମବେଦୀ ବା ଗୁଣ୍ଡିଚା ଘରକୁ ଆସିଥାଆନ୍ତି ତିନିଠାକୁର । ଆଡପମଣ୍ଡପରେ ଲୀଳାଖେଳ ସାରି ୯ଦିନର ରହଣୀ ପରେ ଦଶମୀ ତିଥିରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀମନ୍ଦିରକୁ ବାହୁଡ଼ି ଯାଆନ୍ତ ବ୍ରହ୍ମାଣ୍ଡ ଠାକୁର । ଆଜି ହେଉଛି ସେହି ପବିତ୍ର ବାହୁଡ଼ା ଯାତ୍ରା । ଅପରାହ୍ଣ ୪ଟାରୁ ରଥଟଣା ନେଇ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ପଟେ ପୁଅ ଶ୍ରୀମନ୍ଦିରକୁ ଫେରିଯିବେ ବୋଲି ଗୁମୁରିଗୁମରି କାନ୍ଦୁଛି ଗୁଣ୍ଡିଚା ମା’ । କେମିତି ବା କାନ୍ଦିବ ନାହିଁ। ସେ ପା ମା’ .. ମା’ର ନୟନ ଗୋଟିଏ ମୁହୂର୍ତ୍ତ ପୁଅକୁ ନଦେଖିଲେ ମନ ବ୍ୟାକୁଅ ହୋଇଉଠେ। ମନ ଭିତରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଯାଏ। ଗୁଣ୍ଡିଚା ମା’ ତା ପୁଅକୁ ଦେଖିବା ପାଇଁ ୧୨ମାସ ଅପେକ୍ଷା କରି ରହିଥାଏ। ଦୀର୍ଘଦିନର ଅପେକ୍ଷା କରିବା ପରେ ଯାଇ ୯ଦିନର ଏହି ଖୁସିର ମୁହୂର୍ତ୍ତ ଆସିଥାଏ। ପୁଣି ପୁଅକୁ ଦେଖିବା ପାଇଁ ଗୋଟାଏ ବର୍ଷ ଅପେକ୍ଷା କରିବାକୁ ହେବ ବୋଲି ମା’ ମନ କୋହରେ ଭରି ଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।