ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Jun 24, 2026 - 06:26

ପୁରୀ : ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକି। ଏଥିପାଇଁ ରଥ ନିର୍ମାଣ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କୁ ଶ୍ରମୀନ୍ଦିର ଭିତରକୁ ପ୍ରବେଶ ସୁଗମ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଓକାକ୍ ସହଯୋଗରେ ହେଉଥିବା ସୁବିଧା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଙ୍ଗଳବାର ସୂଚନା ଦେଇଛନ୍ତି। ପୁରୀ ସହର ପାଇଁ ୨ଟି ପୋଷ୍ଟାଲ ପିନ୍ କୋଡ୍ ରହିଛି। ଏହି ୨ ପିନ୍ କୋଡକୁ ନେଇ ଓକାକକୁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ କୁହାଯାଇଛି। ଫଳରେ ପୁରୀବାସୀ ସେମାନଙ୍କ ଆଧାରକାର୍ଡ ଦେଖାଇ ଯିବା ସୁଗମ ହେବ। ମାତ୍ର ଯଦି ସେମାନେ ସେଥିରେ ବନ୍ଧୁବାନ୍ଧବଙ୍କୁ ନେବେ ତାହା ସମ୍ଭବ ହେବ ନାହିଁ।