ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି

Aug 03, 2026 - 15:43
ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି

ଶାମାଖୁଣ୍ଟା: ଗତକାଲି ବିଳମ୍ବିତ ରାତ୍ରିରେ ଉଦଳା-ବାରିପଦା ରାଜ୍ୟ ରାଜପଥ ପୋଡ଼ାଅସ୍ତିଆ ଠାରେ ବୁଢ଼ାବଳଙ୍ଗ ନଦୀରେ ନିର୍ମିତ ନୂତନ ପୋଲରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି

ଏକ ସ୍କୁଟିରେ ବସିଥିବା ଦୁଇ ଯୁବକ ଜୋରରେ ଆସି ପୋଲର ସାଇଡଗାର୍ଡକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଧକ୍କା ଏତେ ଜୋରରେ ହୋଇଥିଲା ଯେ ଜଣେ ଯୁବକ ପୋଲ ଉପରେ ପଡିଥିବା ବେଳେ ଅନ୍ୟଜଣେ ଯୁବକ କୋଡିଏଫୁଟ ତଳ ବୁଢ଼ାବଳଙ୍ଗ ନଦୀ ପାର୍ଶ୍ୱକୁ ଖସି ପଡ଼ିଥିଲା। ମୃତକଙ୍କ ମଧ୍ୟରୁ ଜଣେ ହେଲେ ବଡ଼ସାହି ଥାନା ଅଧିନ ନାଉପାଳ ଅଞ୍ଚଳର ବିଦ୍ୟାଧର ନାଏକଙ୍କ ପୁଅ ସରୋଜ କୁମାର ନାଏକ (୨୭) ଓ ଅନ୍ୟଜଣେ ରାସଗୋବିନ୍ଦପୁର ଅଞ୍ଚଳର ଧୀରେନ୍ଦ୍ର ପାତ୍ର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।