CJP ର ବଡ଼ ଘୋଷଣା, ଜୁଲାଇ ୨୬ରେ ପୁଣି ଦେଶରେ ହେବ ବଡ଼ ଆନ୍ଦୋଳନ, ଦିଲ୍ଲୀରେ ଚହଳ!

Jul 25, 2026 - 13:53
CJP ର ବଡ଼ ଘୋଷଣା, ଜୁଲାଇ ୨୬ରେ ପୁଣି ଦେଶରେ ହେବ ବଡ଼ ଆନ୍ଦୋଳନ, ଦିଲ୍ଲୀରେ ଚହଳ!

ନୂଆଦିଲ୍ଲୀ,୨୫।୭: କକରୋଚ୍ ଜନତା ପାର୍ଟି (CJP) ରବିବାର, ୨୬ ଜୁଲାଇ ୨୦୨୬ରେ ସାରା ଦେଶରେ କ୍ୟାଣ୍ଡେଲ ମାର୍ଚ୍ଚ  ବାହାର କରିବା ପାଇଁ ଆହ୍ୱାନ ଦେଇଛି। ପାର୍ଟିର ସୂଚନା ଅନୁସାରେ, ଏହି କ୍ୟାଣ୍ଡେଲ ମାର୍ଚ୍ଚ ସନ୍ଧ୍ୟା ୬ଟାରେ ଆୟୋଜିତ ହେବ ଏବଂ ଏଥିରେ ବିପୁଳ ସଂଖ୍ୟାରେ ଲୋକ ଯୋଗଦେବାର ସମ୍ଭାବନା ରହିଛି। ପାର୍ଟି ନିଜର ସମର୍ଥକ, ଛାତ୍ର, ଅଭିଭାବକ, ଶିକ୍ଷକ ଏବଂ ସାଧାରଣ ନାଗରିକମାନଙ୍କୁ ଏହି କାର୍ଯ୍ୟକ୍ରମରେ ଶାନ୍ତିପୂର୍ଣ୍ଣ ଭାବେ ଭାଗ ନେବାକୁ ଅପିଲ୍ କରିଛି।

ପାର୍ଟି ପକ୍ଷରୁ କୁହାଯାଇଛି ଯେ, ଏହି ମାର୍ଚ୍ଚ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜିତ ହେବ ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଆଇନ ପାଳନ କରିବା ସହ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରାଯାଇଛି। CJP ଦେଶର ବିଭିନ୍ନ ସହର ଓ ରାଜ୍ୟଗୁଡ଼ିକରେ ଲୋକଙ୍କୁ ସନ୍ଧ୍ୟା ୬ଟାରେ କ୍ୟାଣ୍ଡେଲ ମାର୍ଚ୍ଚରେ ସାମିଲ ହୋଇ ନିଜର ସମର୍ଥନ ଜଣାଇବାକୁ ନିବେଦନ କରିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।