ରାଶିଫଳ: ରବିବାର, ଜୁଲାଇ ୨୬ ତାରିଖ – Daily Horoscope

Jul 25, 2026 - 16:09
ରାଶିଫଳ: ରବିବାର, ଜୁଲାଇ ୨୬ ତାରିଖ – Daily Horoscope
ମେଷ
ସାମାଜିକ ସ୍ତରରେ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇନେବେ। ଯାତ୍ରା ସମୟରେ ଅନ୍ୟମନସ୍କ କାରଣରୁ ଅର୍ଥହାନି ଘଟିପାରେ। ଆନୁଷ୍ଠାନିକ କାମରେ କଳହର ସମ୍ମୁଖୀନ ହେବାକୁ ପଡ଼ିବ। ବ୍ୟବସାୟ, ସଭାସମିତି, ଧର୍ମାନୁଷ୍ଠାନ ଦିଗରୁ ଉଚ୍ଚବର୍ଗର ବ୍ୟକ୍ତିଙ୍କଠାରୁ ପ୍ରେରଣା ଲାଭ କରିବେ।
ବୃଷ
ବୃଷ
ଶନିଙ୍କ ଦୃଷ୍ଟି ପ୍ରଭାବରୁ କର୍ମକ୍ଷେତ୍ରରେ ସୁଯୋଗ ଆପଣାଛାଏଁ ଆସିବ। ଅର୍ଥ ସମ୍ପର୍କୀୟ କଥାବାର୍ତ୍ତାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ପାରିବାରିକ ସ୍ତରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ଅଧିକାଂଶ ସମୟ ମନ ଅସ୍ଥିର ରହିବାରୁ କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପାରେ। ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରର କୌଣସି ବ୍ୟତିକ୍ରମକୁ ନେଇ କୈଫିୟତ୍‌ ଦେବାକୁ ପଡ଼ିପାରେ। ବନ୍ଧୁ ଗହଣରେ ସାଧାରଣ କଥାକୁ କେନ୍ଦ୍ର କରି କଳହର ଆଶଙ୍କା ରହିଛି। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ପାଇବା କାରଣରୁ ଧୀରେ ସୁସ୍ଥେ କାମ କରିବାକୁ ବାଧ୍ୟ ହୋଇପାରନ୍ତି।
କର୍କଟ
କର୍କଟ
କ୍ରନିକ୍‌ ରୋଗରେ ପୀଡ଼ା, ବନ୍ଧୁଙ୍କ ପକ୍ଷପାତିତା ଏବଂ ଋଣ ପରିଶୋଧଜନିତ ଦୁଶ୍ଚିନ୍ତା ଲାଗି ରହିବ। ପରିବାରରେ ସ୍ବାସ୍ଥ୍ୟହାନି ସମ୍ପର୍କୀୟ ଆଲୋଚନା କରିପାରନ୍ତି। ପଡ଼ୋଶୀଙ୍କ ପ୍ରେରଣାରେ ବନ୍ଧୁ ସମ୍ପର୍କ ସ୍ଥାପନ କରିବା ଦିଗରେ ମନ ବଳାଇବେ। ଉପରିସ୍ଥଙ୍କ ଅନୁକମ୍ପାରୁ ସୁଯୋଗର ସଦ୍‌ ବ୍ୟବହାର କରି ଖୁସି ରହିପାରନ୍ତି।
ସି˚ହ
ସି˚ହ
ଆଲୋଚନାରେ ବିଫଳତା ସାଙ୍ଗକୁ ସମ୍ପର୍କହାନିଜନିତ ମାନସିକ ଅସ୍ଥିରତା ସୃଷ୍ଟି ହେବ। କୌଣସି କାର୍ଯ୍ୟାରମ୍ଭ ପୂର୍ବରୁ ଭଲଭାବରେ ଚିନ୍ତା କରିବା ଭଲ ହେବ। ବନ୍ଧୁଙ୍କ ଦୋଷ, ଦୁର୍ବଳତାକୁ ଘୋଡ଼ାଇବାକୁ ଯାଇ ଅନ୍ୟକୁ ମିଥ୍ୟା କୈଫିୟତ୍‌ ଦେବାକୁ ପଡ଼ିପାରେ। ପରୋକ୍ଷ ଶତ୍ରୁତା କାରଣରୁ ହାତମୁଠାରୁ ସୁ୍‌ଯୋଗ ଖସିଯାଇପାରେ।
କନ୍ୟା
ପରିସ୍ଥିତି ଜଟିଳ ରହିଥିଲେ ମଧ୍ୟ ଆପଣଙ୍କ ଯୁକ୍ତିଯୁକ୍ତ କଥାବାର୍ତ୍ତାକୁ କେହି ଅସ୍ବୀକାର କରିପାରିବେ ନାହିଁ। ବହୁତ ଦିନରୁ ବାକି ରଖିଥିବା ଲୋକଟି ହଠାତ୍‌ ନିଜେ ଆସି ଟଙ୍କା ଦେଇଯିବାର ସୂଚନା ପାଇବେ। ପାରିବାରିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହୋଇପାରନ୍ତି।
ତୁଳା
ତୁଳା
ବିଗତ ଦିନର ସମସ୍ୟା ସମାଧାନ ଲାଗି କଷ୍ଟ ସ୍ୱୀକାର କରିବେ। ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟରେ କୃତିତ୍ୱର ପ୍ରଶଂସା ସାଙ୍ଗକୁ ସାମାଜିକସ୍ତରରେ ସମ୍ମାନ ଲାଭ କରିବେ। ବନ୍ଧୁଙ୍କ ସହିତ ଆଜିର ଯାତ୍ରା, ବାଣିଜ୍ୟ କ୍ଷେତ୍ରରେ ଆମତ୍ନିର୍ଭରଶୀଳ ହୋଇପାରନ୍ତି। ଆନୁଷ୍ଠାନିକ ଉତ୍ସବ ପ୍ରସ୍ତୁତି କରିବା ସକାଶେ ବନ୍ଧୁଙ୍କ ସହ ଆଲୋଚନା କଲେ ଭଲ ହେବ।
ବିଛା
ବିଛା
ମାନସିକ ସ୍ତରରେ ପରିବର୍ତ୍ତନ ଅନୁଭବ କରିବା ସାଙ୍ଗକୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କଠାରୁ ଦୂରେଇ ଯାଇପାରେ। ପରିବାରରେ ଭୁଲ୍‌ ବୁଝାମଣାରୁ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି।
ଧନୁ
ଧନୁ
ପାରିବାରିକ କ୍ଷେତ୍ରରେ ମାନସିକ ସ୍ଥିତି ଭଲ ରହି ନ ପାରେ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ତଦନୁଯାୟୀ କାମ କଲେ ଉପକୃତ ହେବେ। ସନ୍ତାନଙ୍କ ଉଚ୍ଚଶିକ୍ଷା ସକାଶେ ବନ୍ଧୁଙ୍କ ପରାମର୍ଶକୁ ଅଗ୍ରାଧିକାର ଦେଇପାରନ୍ତି। ସାମାଜିକ ତଥା ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକଙ୍କର ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମକର
ମକର
ଆଜି କୌଣସି କାମ ନ ଅଟକିଲେ ମଧ୍ୟ ଶୃଙ୍ଖଳାର ସହ ସମ୍ପନ୍ନ ହେବା କଷ୍ଟକର ହେବ। ପାରିବାରିକ ସ୍ଥିତିରେ ଉନ୍ନତି ଘଟିବାର କ୍ଷୀଣ ଆଶା ମନକୁ ଚହଲାଇ ଦେଇପାରେ। ପିଲାଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ସ୍ବଭାବ ଓ ଆଚରଣକୁ ନେଇ ମାନସିକ ସ୍ଥିତି ବିପନ୍ନ ହେବ। ସମସ୍ୟା ସମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ମାନସିକ ସ୍ଥିତି ପୂର୍ବ ପରି ରହିଲେ ମଧ୍ୟ ଘରେ ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ଅତ୍ୟାବଶ୍ୟକ ଜିନିଷଟି ପାଖରେ ନ ପାଇ ଅନ୍ୟମାନଙ୍କ ସହ ତର୍କ କରିପାରନ୍ତି। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ହେବ। ଅନ୍ୟମାନଙ୍କ କଥାରେ ପଡ଼ି ନିଜ କାମ ଛାଡ଼ି ପରକଥାରେ ମୁଣ୍ଡ ପୂରାନ୍ତୁ ନାହିଁ।
ମୀନମୀନ
ଦୂରଯାତ୍ରା, ବନ୍ଧୁଙ୍କ ନିମନ୍ତ୍ରଣ, ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ ଦିଗରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ବନ୍ଧୁଙ୍କ ଆହ୍ବାନକ୍ରମେ ବିଦେଶ ଯାତ୍ରାର ଯୋଜନା ପ୍ରସ୍ତୁତ କରିପାରନ୍ତି। ପାରିବାରିକ ସମର୍ଥନ ହେତୁ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। କର୍ମକ୍ଷେତ୍ରରେ କିମ୍ବା ସାମାଜିକ ସ୍ତରରେ ନିଜର ପ୍ରାଧାନ୍ୟ ଅକ୍ଷୁଣ୍ଣ ରହିବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।