CJP ମୁଖ୍ୟ ଅଭିଜିତ ଦୀପକେଙ୍କ ଘରୁ ଆସିଲା ଭାବାବେଗ ଭରା ଦୃଶ୍ୟ: ଏମିତି କହି ଭୋ ଭୋ ହୋଇ କାନ୍ଦିଲେ…

Jul 25, 2026 - 18:03
CJP ମୁଖ୍ୟ ଅଭିଜିତ ଦୀପକେଙ୍କ ଘରୁ ଆସିଲା ଭାବାବେଗ ଭରା ଦୃଶ୍ୟ: ଏମିତି କହି  ଭୋ ଭୋ  ହୋଇ କାନ୍ଦିଲେ…

ନୂଆଦିଲ୍ଲୀ,୨୫।୭:  କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ  ଶନିବାର  ଧର୍ମେନ୍ଦ୍ର ପ୍ରଧାନ  ଇସ୍ତଫା  ଦେଇଛନ୍ତି। ଶେଷରେ Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ।  ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ସେଥିରେ କକ୍ରୋଚ୍ ଜନତା ପାର୍ଟି (CJP) ମୁଖ୍ୟ ଅଭିଜିତ ଦୀପକେଙ୍କ ବାସଭବନରେ ତାଙ୍କ ବାପା ଓ ମାଆ ଭାବବିହ୍ୱଳ ହୋଇ ଭୋ ଭୋ ହୋଇ  କାନ୍ଦୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଅଭିଜିତ୍‌ ଦୀପ୍‌କେଙ୍କ ମା’ ଅନିତା ଦୀପ୍‌କେ କହିଛନ୍ତି, ମୁଁ ଅତ୍ୟନ୍ତ ଖୁସି। ତା’ର ସଚ୍ଚୋଟତା ଜିତିଛି। ଯୁବକମାନଙ୍କ ସମର୍ଥନ ତାକୁ ସାହାଯ୍ୟ କରିଛି ଏବଂ ସେ ଏକ ବଡ଼ ବିଜୟ ହାସଲ କରିଛି। ସେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ସହରରେ ତାଙ୍କ ଘରେ ସାମ୍ବାଦିକମାନଙ୍କୁ   ଏହା କହିଛନ୍ତି। ସେ ଭାରତ ଫେରିବା ପରଠାରୁ ମା-ବାପା ଚିନ୍ତାରେ ଥିଲେ।
ଯେବେଠାରୁ ତାଙ୍କ ପୁଅ ଭାରତ ଫେରି ଆସି ଏନ୍‌ଇଇଟି ପେପର୍‌ ଲିକ୍‌ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ ଆରମ୍ଭ କରିଥିଲା। ସେବେଠାରୁ ସେ ତାଙ୍କୁ ନେଇ  ଚିନ୍ତିତ ଥିଲେ। ନୂଆଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ଆରମ୍ଭ ହେବା ପରେ, ସେ ଶୋଇପାରି ନ ଥିବା   କହିଛନ୍ତି।

ସବୁବେଳେ ଚିନ୍ତିତ ଥିଲି। ରାତି ରାତି ରାତି ଅନିଦ୍ରାରେ  କାଟୁଥିଲି।   ମୁଁ ମୋର ଫୋନ ଦେଖିବାକୁ ମଧ୍ୟ ଭୟ କରୁଥିଲି। ମୁଁ  ସବୁବେଳେ  ପୁଅର ସାଙ୍ଗମାନଙ୍କୁ ଫୋନ କରି ପଚାରୁଥିଲି ଯେ, ସେ ସୁରକ୍ଷିତ ଅଛି ନା ନାହିଁ।

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।